ଅଶୁଭ ୨୦୨୦: ବିଜୟଙ୍କ ପରେ ଅଜିତଙ୍କ ପ୍ରସ୍ଥାନ, ଶୋକରେ ଓଲିଉଡ୍

Veteran Ollywood Actor Ajit Das Is No More

ଭୁବନେଶ୍ୱର: ଆରପାରିରେ ଭେଟେରାନ୍ ଓଲିଉଡ୍ କଳାକାର ଅଜିତ୍ ଦାସ । କିଛିଦିନ ତଳେ କୋଭିଡ୍ ସଂକ୍ରମିତ ହୋଇଥିବା ଅଜିତ୍ ଦାସଙ୍କ ମୃତ୍ୟୁ ହୋଇଛି । ୭୧ ବର୍ଷରେ ଚିକିତ୍ସାଧୀନ ଅବସ୍ଥାରେ ଅଜିତଙ୍କ ଦେହାନ୍ତ ହୋଇଛି । କରଞ୍ଜିଆରେ ଜନ୍ମ ଗ୍ରହଣ କରିଥିବା ଅଜିତ୍ ଦାସ ୬୦ରୁ ଅଧିକ ଫିଲ୍ମରେ ଅଭିନୟ କରିଥିଲେ । ତାଙ୍କ ଅଭିନୀତ ହାକିମବାବୁ ଚଳଚ୍ଚତ୍ରକୁ ମିଳିଥିଲା ଜାତୀୟ ପୁରସ୍କାର ।

ମୁଖ୍ୟମନ୍ତ୍ରୀ, ହାକିମବାବୁ, ଲୁଚକାଳି, ସିନ୍ଦୁର ବିନ୍ଦୁ, ମାଆ, ସୁନା ଚଢ଼େଇ ଆଦି ଫିଲ୍ମରେ ସେ ଅଭିନୟ କରିଥିଲେ । ଉତ୍କଳ ସଂଗୀତ ବିଶ୍ୱ ବିଦ୍ୟାଳୟର ଡ୍ରାମା ବିଭାଗ ଅଧ୍ୟାପକ ଥିଲେ । ମେଘ ମୁକ୍ତି ସିନେମାରେ ପ୍ରଥମ ଥର ପାଇଁ ନାୟକ ଭୂମିକାରେ ନଜର ଆସିଥିଲେ । ଗତ ୧ ତାରିଖରେ ସେ କୋଭିଡ୍ ସଂକ୍ରମିତ ହୋଇଥିବା ଜଣାପଡ଼ିଥିଲା । ଚିକିତ୍ସାଧୀନ ଅବସ୍ଥାରେ ଆଜି ତାଙ୍କର ମୃତ୍ୟୁ ହୋଇଛି । ସେ କୋଭିଡ୍ ସହ ଅନ୍ୟ ରୋଗରେ ଆକ୍ରାନ୍ତ ଥିଲେ ।

Leave a Reply