କୋଭିଡ ପଜିଟିଭ୍ ପରେ ହୃଦଘାତରେ ବରିଷ୍ଠ ସାମ୍ବାଦିକ ରୋହିତ ସରଦାନାଙ୍କ ଦେହାନ୍ତ

1 min read
Veteran Journalist Rohit Sardana No More Due To Coronavirus

ନୂଆଦିଲ୍ଲୀ: ଜଣାଶୁଣା ବରିଷ୍ଠ ଟିଭି ସାମ୍ବାଦିକ ରୋହିତ ସରଦାନାଙ୍କ ଦେହାନ୍ତ ହୋଇଛି । ରୋହିତଙ୍କ କରୋନା ରିପୋର୍ଟ ପଜିଟିଭ୍ ଆସିଥିଲା । ଆଜି ତାଙ୍କର ମୃତ୍ୟୁ ହୃଦଘାତରେ ହୋଇଛି । ୨୦୧୮ ମସିହାରେ ରୋହିତ ସରଦାନା ଗଣେଶ ବିଦ୍ୟାର୍ଥୀ ପୁରସ୍କାର ପାଇଥିଲେ ।

କୋଭିଡ୍ ସଂକ୍ରମିତ ରୋହିତ ସରଦାନା ଶେଷ ମୁହୂର୍ତ୍ତରେ ବି ଲୋକଙ୍କୁ ସାହାଯ୍ୟ କରୁଥିଲେ । ଗତକାଲି ସକାଳ ୮ଟା ୪୬ରେ ଶେଷ ଟ୍ୱିଟ୍ କରିଥିଲେ ସରଦାନା । କୋଭିଡ୍ ସଂକ୍ରମିତଙ୍କୁ ରେମଡେସିଭିର ଇଞ୍ଜେକ୍ସନ୍ ଆବଶ୍ୟକତା ନେଇ ସରଦାନା ଟ୍ୱିଟ୍ କରିଥିଲେ । ହେଲେ ଆଜି ହଠାତ୍ ତାଙ୍କର ମୃତ୍ୟୁକୁ କେହି ସହଜରେ ଗ୍ରହଣ କରିପାରୁ ନାହାଁନ୍ତି । ରୋହିତ ସରଦାନାଙ୍କ ମୃତ୍ୟୁକୁ ନେଇ ସାମ୍ବାଦିକଙ୍କ ମହଲରେ ଶୋକର ଛାୟା ଖେଳି ଯାଇଛି ।

Leave a Reply