ଭେଟେରାନ ବଲିଉଡ୍ ଅଭିନେତା ଜୁନିଅର ମେହମୁଦଙ୍କ ପରଲୋକ
1 min readମୁମ୍ବାଇ : କ୍ୟାନସର ଲଢେଇରେ ହାରିଗଲେ ଅଭିନେତା ଜୁନିଅର ମେହମୁଦ୍ । ୬୭ ବର୍ଷ ବୟସରେ ଭେଟେରାନ ବଲିଉଡ୍ ଅଭିନେତା ଜୁନିଅର ମେହମୁଦଙ୍କ ପରଲୋକ ହୋଇଛି । କ୍ୟାନସର ରୋଗରେ ପୀଡ଼ିତ ହୋଇ ଗତ ୨ ମାସ ଧରି ଚିକିତ୍ସାଧୀନ ରହିଥିଲେ । ସେ ଯକୃତ ଏବଂ ଫୁସଫୁସ କର୍କଟ ରୋଗର ଚତୁର୍ଥ ପର୍ଯ୍ୟାୟରେ ରହିଥିଲେ । ଅନ୍ତନଳୀରେ ଟ୍ୟୁମର ଏବଂ ଜଣ୍ଡିସରେ ମଧ୍ୟ ଆକ୍ରାନ୍ତ ଥିଲେ ଜୁନିଅର ମେହମୁଦ୍ । ୬୦ ଓ ୭୦ ଦଶକର ବେଶ୍ ଚର୍ଚ୍ଚିତ ଶିଶୁ କଳାକାର ଥିଲେ ଜୁନିଅର ମେହମୁଦ୍ । କାରଭାଁ, ହାଥୀ ମେରେ ସାଥୀ ଭଳି ଚଳଚ୍ଚିତ୍ରରେ ତାଙ୍କ ଅଭିୟନର ଜାଦୁ ଦେଖିବାକୁ ମିଳିଥିଲା । ମେରା ନାମ ଜୋକରରେ ବି ତାଙ୍କର ଚମତ୍କାର ଅଭିନୟ ଦେଖିବାକୁ ମିଳିଥିଲା । ୪ ଦଶନ୍ଧିର କ୍ୟାରିଅରରେ ସେ ପ୍ରାୟ ୨୫୦ରୁ ଅଧିକ ସିନେମାରେ ଅଭିନୟ କରିଛନ୍ତି ।
Actor Naeem Sayyed, popularly known as Junior Mehmood, passed away last night at 2 am in Mumbai. He was suffering from stomach cancer and was not keeping well for the last few days. His last rites will be performed in Santacruz burial ground after today's afternoon prayers,… pic.twitter.com/VEFzyn0uXP
— ANI (@ANI) December 8, 2023