spot_img

Latest Posts

ସମ୍ମାନଜନକ ଦାଦା ସାହେବ ଫାଲକେ ପୁରସ୍କାର ପାଇଲେ ଆଶା ପାରେଖ

ନୂଆଦିଲ୍ଲୀ: ବିଶିଷ୍ଟ ବଲିଉଡ୍ ଅଭିନେତ୍ରୀ ଆଶା ପାରେଖଙ୍କୁ ପାଇଲେ ସମ୍ମାନଜନକ ଦାଦା ସାହେବ ଫାଲକେ ପୁରସ୍କାର-୨୦୨୦ । ମବାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆଶା ପାରେଖକୁ ଜୀବନ ବ୍ୟାପି ସାଧନା ସମ୍ମାନ ନିମନ୍ତେ ପୁରସ୍କାର ପ୍ରଦାନ କରିଛନ୍ତି  ।   ଭାରତୀୟ ସିନେମା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ତାଙ୍କୁ ସିନେମାର ଏହି ସର୍ବୋଚ୍ଚ ସମ୍ମାନ ପ୍ରଦାନ କରାଯାଇଛି। ନୂଆଦିଲ୍ଲୀଠାରେ ଶୁକ୍ରବାର ଆୟୋଜିତ ହୋଇଥିବା  ଜାତୀୟ ଚଳଚ୍ଚିତ୍ର ପୁରସ୍କାର ଉତ୍ସବରେ ପ୍ରଦାନ କରାଯାଇଛି  । ୬୮ତମ ଜାତୀୟ ଚଳଚ୍ଚିତ୍ର ପୁରସ୍କାର ଉତ୍ସବରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଏହି ସମ୍ମାନ ଆଶାଙ୍କୁ ପ୍ରଦାନ କରିଛନ୍ତି  ।

ଭାରତୀୟ ସିନେମାକୁ ଜୀବନବ୍ୟାପୀ ଅବଦାନ ନିମନ୍ତେ ଦାଦା ‌ସାହେବ ଫାଲକେ ଚୟନ କମିଟି ପାରେଖଙ୍କୁ ପୁରସ୍କୃତ କରିବା ପାଇଁ ନିଷ୍ପତ୍ତି ନେଇଛି। ଆଶା ପାରେଖ ହେଉଛନ୍ତି ଜଣେ ଖ୍ୟାତନାମା ଫିଲ୍ମ ଅଭିନେତ୍ରୀ, ନିର୍ଦ୍ଦେଶିକା ଓ ପ୍ରଡ୍ୟୁସର। ଜଣେ ଶିଶୁ କଳାକାର ଭାବେ ୧୯୫୨ରେ ‘ଆସମାନ’ରୁ ସେ ତାଙ୍କର ଅଭିନୟ ଜୀବନ ଆରମ୍ଭ କରିଥିଲେ। ଏହାପରେ ସେ କଟି ପତଙ୍ଗ, ତିସରୀ ମଞ୍ଜିଲ, ଲଭ୍ ଇନ୍ ଟୋକିଓ, ଆୟା ସାୱନ ଝୁମ୍‌‌ କେ, ଆନ ମିଲୋ ସଜନା ଓ ମେରା ଗାଓଁ ମେରା ଦେଶ ସମେତ ୯୫ରୁ ଊର୍ଦ୍ଧ୍ବ ଚଳଚ୍ଚିତ୍ରରେ ଅଭିନୟ କରି ନିଜ ନିପୁଣତାର ପ୍ରଦର୍ଶନ କରିଛନ୍ତି।

୭୯ ବର୍ଷୀୟା ଆଶା ପାରେଖଙ୍କୁ ୧୯୯୨ରେ ପଦ୍ମଶ୍ରୀରେ ସମ୍ମାନିତ କରାଯାଇଥିଲା। ଫିଲ୍ମ ଫେୟାର ଆୱାର୍ଡ ସମେତ ଅନେକ ପୁରସ୍କାର ସହିତ ତାଙ୍କୁ ସମ୍ମାନିତ କରାଯାଇଛି। ସେ ମଧ୍ୟ ୧୯୯୮ରୁ ୨୦୦୧ ପର୍ଯ୍ୟନ୍ତ ‘ସେଣ୍ଟ୍ରାଲ ବୋର୍ଡ ଅଫ୍ ଫିଲ୍ମ ସାର୍ଟିଫିକେସନ’ର ମୁଖ୍ୟ ଥିଲେ। ୫୨ତମ ଦାଦା ସାହେବ ଫାଲକେ ପୁରସ୍କାରର ବିଚାରକମଣ୍ଡଳୀ ପାଞ୍ଚଜଣଙ୍କ ନାମ ବିଚାରକୁ ନେଇଥିଲେ। ସେମାନେ ହେଉଛନ୍ତି- ଗାୟିକା ଆଶା ଭୋସଲେ, ଅଭିନେତ୍ରୀ-ସାଂସଦ ହେମା ମାଳିନୀ, ଅଭିନେତା ପୂନମ ଧିଲନ, ଫିଲ୍ମନିର୍ମାତା ଟିଏସ୍ ନାଗଭରଣ ଓ ଗାୟକ ଉଦିତ ନାରାୟଣ।

Latest Posts

Don't Miss