ଭାରତୀୟ ଜଳସୀମା ମଧ୍ୟକୁ ପଶି ଆସିଥିଲା ଚୀନ୍ ଗୁଇନ୍ଦା ଜାହଜ, ତା ପରେ ଯାହା ହେଲା…..
1 min readନୂଆଦିଲ୍ଲୀ: ପୂର୍ବ ଲଦାଖରେ ଲଗାତାର ଭାରତୀୟ ସୀମାରେ ଅନୁପ୍ରବେଶ ପାଇଁ ଉଦ୍ୟମ ଜାରି ରଖିଥିବା ଚୀନ୍ ଭାରତ ମହାସାଗରରେ ପଛକୁ ଘୁଞ୍ଚିବାରେ ଲାଗିଛି । ଗତ ମାସରେ ମଲକା ଷ୍ଟ୍ରେଟ୍ ଦେଇ ଭାରତ ମହାସାଗରରେ ପ୍ରବେଶ କରିଥିଲା ଚୀନର ଉଆନ ଓ୍ୱାଙ୍ଗ ଶ୍ରେଣୀର ଅନୁସନ୍ଧାନ ଜାହଜ । ଭାରତୀୟ ସାମରିକ ଘାଟିର ଗୁଇନ୍ଦାଗିରି କରିବା ଥିଲା ଜାହଜର ଲକ୍ଷ୍ୟ । ଭାରତୀୟ ଅଞ୍ଚଳରେ ପ୍ରବେଶ କରିବା ପରଠାରୁ ଭାରତୀୟ ଯୁଦ୍ଧ ଜାହଜ ଦ୍ୱାରା ଏହାକୁ ଟ୍ରାକ କରାଯାଉଥିଲା । ଭାରତୀୟ ଯୁଦ୍ଧ ଜାହାଜ ରଡାରରେ ଥିବା ଜାଣିବା ପରେ ଡ୍ରାଗନ ଜାହଜ ଛୁ’ ମାରିଥିଲା ।
Chinese Yuan Wang-class research vessel had entered Indian Ocean Region from Strait of Malacca last month. It was constantly tracked by Indian Navy warships deployed in the region. The vessel returned to China few days ago after being under constant watch of Indian Navy vessels. pic.twitter.com/z7AoRna5N1
— ANI (@ANI) September 17, 2020
ଭାରତ ମହାସାଗରରେ ଶାନ୍ତି ଏବଂ ସୁରକ୍ଷା ସୁନିଶ୍ଚିତ କରିବା ଉଦ୍ଦେଶ୍ୟରେ ଆମେରିକା ମାଲଦ୍ୱିପ ସହିତ ପ୍ରତିରକ୍ଷା ସହଯୋଗକୁ ନେଇ ଚୁକ୍ତି କରିଛି । ଆମେରିକାର ପ୍ରତିରକ୍ଷା ବିଭାଗ ପେଣ୍ଟାଗନ ତରଫରୁ ଏହି ଘୋଷଣା କରାଯାଇଛି । ଭାରତ-ପ୍ରଶାନ୍ତ କ୍ଷେତ୍ରରେ ଚୀନର ଉପସ୍ଥିତି ବଢିବା ପରେ ଏହାର ମୁକାବିଲା ପାଇଁ ଭାରତ ସହ ଆମେରିକା ଚୁକ୍ତି କରିଛି ।
ଭାରତ ମହାସାଗରରେ ଚୀନକୁ ଘେରିବା ପାଇଁ ଯଆମେରିକା,ଜାପାନ,ଅଷ୍ଟ୍ରେଲିଆ ଓ ଆମେରିକା ଏକାଠି ହୋଇଛନ୍ତି । ଚୀନର ବିସ୍ତାରବାଦୀ ନୀତି ଓ ମୁକ୍ର ତଥା ଅବାଧ ବାଣିଜ୍ୟ ପାଇଁ ଉଭୟ ଭାରତ ଓ ଜାପାନ ଏକ ସାମରିକ ଚୁକ୍ତି ସ୍ୱାକ୍ଷର କରିଛନ୍ତି ।