ପେଟ୍ରୋଲ ପମ୍ପରେ ମିଳୁଛି ପାଣି ମିଶା ପେଟ୍ରୋଲ, ଗାଡି ଷ୍ଟାର୍ଟ ନହେବାରୁ ଗ୍ରାହକଙ୍କ ସନ୍ଦେହ

ମୟୁରଭଞ୍ଜ: ପେଟ୍ରୋଲ ପମ୍ପରେ ମିଳୁଛି ପାଣି ମିଶା ପେଟ୍ରୋଲ । ଭେଜାଲ ପେଟ୍ରଲକୁ ନେଇ ପମ୍ପରେ ଉତ୍ତେଜନା । ଏମିତି ଏକ ଘଟଣା ଦେଖିବାକୁ ମିଳିଛି କରଞ୍ଜିଆ ଉପଖଣ୍ଡ 49 ନମ୍ବର ଜାତୀୟ ରାଜପଥ ମୁର୍ଗାପାଟ ରିଲାଏଆନ୍ସ ପେଟ୍ରୋଲ ପମ୍ପରେ । କିଛି ବାଇକ ଚାଳକ ପେଟ୍ରୋଲ ଭରିବା ପରେ ଗାଡି ଷ୍ଟାର୍ଟ ନହେବାରୁ ସନ୍ଦେହ କରିଥିଲେ । ପରେ ଏକ ପ୍ଲାଷ୍ଟିକ ବୋତଲରେ ପେଟ୍ରୋଲ ଦେବାକୁ କହିଥିଲେ । ପ୍ଲାଷ୍ଟିକରେ ପେଟ୍ରୋଲ ଭରିବା ପରେ ଏଥିରେ ପାଣିଥିବା ଦେଖାଦେଇଥିଲା ।

ଏହାକୁ ନେଇ ଅସନ୍ତୋଷ ପ୍ରକାଶ କରିବା ସହ ଲୋକେ ପେଟ୍ରୋଲ ପମ୍ପ ଘେରିଥିଲେ । ତେବେ ଏନେଇ ପେଟ୍ରୋଲ ପମ୍ପ ପରିଚାଳକ କିମ୍ବା ନୋଜେଲ ମେନ ଅନଭିଜ୍ଞ ଥିବା ଜଣାଇଛନ୍ତି । କିପରି ପେଟ୍ରୋଲରେ ପାଣି ବାହାରିଲା ଜାଣିନଥିବା ସେମାନେ ପ୍ରକାଶ କରିଛନ୍ତି । ସେପଟେ ଏହି ଘଟଣା ପରେ ପେଟ୍ରୋଲ ପମ୍ପକୁ ବନ୍ଦ କରିଦିଆଯାଇଛି । ପରୀକ୍ଷା ପରେ ପ୍ରକୃତ କଥା ପଦାକୁ ଆସିବ ବୋଲି କହିଛନ୍ତି ପେଟ୍ରୋଲ ପମ୍ପ ମାଲିକ ।

Leave a Reply