spot_img

Latest Posts

ଖୁବଶୀଘ୍ର ଶ୍ରୀମନ୍ଦିର ରତ୍ନ ଭଣ୍ଡାରର ହେବ ଗଣତି ମଣତି: ଦିବ୍ୟାଙ୍ଗ ଦର୍ଶନ ପାଇଁ ହେବ ସ୍ବତନ୍ତ୍ର ବ୍ୟବସ୍ଥା

ଖୁବଶୀଙ୍କ ଶ୍ରୀମନ୍ଦିର ରତ୍ନ ଭଣ୍ଡାରର ହେବ ଗଣତି ମଣତି । ଦିବ୍ୟାଙ୍ଗ ଦର୍ଶନ ପାଇଁ ହେବ ସ୍ବତନ୍ତ୍ର ବ୍ୟବସ୍ଥା । ଇସ୍କନ ଅଦିନିଆ ରଥଯାତ୍ରାକୁ ବିରୋଧ । ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକରେ ୫ଟି ବିଶୟ ନେଇ ହୋଇଛି ଗୁରୁତ୍ବପୂର୍ଣ୍ଣ ଆଲୋଚନା । ନୀତି ବହୁଳ ନଥିବା ସମୟରେ ରତ୍ନଭଣ୍ଡାର ଅଳଙ୍କାର ଗଣତି ମଣତି କରାଯିବ l ଗଣତି ମଣତି ପୂର୍ବରୁ ବୈଠକ ବସି ନିଆଯିବ ନିଷ୍ପତ୍ତି l ବିଭିନ୍ନ ପର୍ଯ୍ୟାୟରେ ହେବ ରତ୍ନ ଅଳଙ୍କାରର ଗଣତି ମଣତି କରାଯିବ l ଅକ୍ଷୟ ତୃତୀୟା ପୂର୍ବରୁ ଗଣତି ମଣତି ଲାଗି ସେବାୟତ ମନେ ପ୍ରସ୍ତାବ ଦେଇଛନ୍ତି l ସୁନାବେଶ ପାଇଁ ସ୍ଵର୍ଣ୍ଣ ଅଳଙ୍କାରର ଏକ ନୂତନ ସେଟ ନିର୍ମାଣ ପାଇଁ ବୈଠକରେ ଆଲୋଚନା କରାଯାଇଛି l ଅଭଡ଼ା ଯୋଜନାରେ ଖ୍ୟାତି ସମ୍ପର୍ଣ୍ଣ ଅନୁଷ୍ଠାନ ପକ୍ଷରୁ ପରାମର୍ଶ ନିଆଯାଇ କାଠ ରାମ୍ପ ତିଆରି କରାଯାଇଛି । ଏମାର ମଠର ରୁପା ଇଟା ସବୁ ଶ୍ରୀଜଗନ୍ନାଥ ମନ୍ଦିର ଅଧୀନକୁ ଅଣାଯିବାକୁ ଯୋଜନା ପ୍ରସ୍ତୁତ କରାଯାଇଛି ।

ଅର୍ଥ ସବ-କମିଟିରେ ପାସ ହୋଇଛି ବଜେଟ l ୨୦୨୪- ୨୦୨୫ ଆର୍ଥିକ ବର୍ଷର ୧୦୪ କୋଟିର ବଳକା ବଜେଟ ହୋଇଛି l ବାହାର ରତ୍ନ ଭଣ୍ଡାର ଦ୍ଵାର ରୁପା ଛାଉଣୀ ପାଇଁ ଆରମ୍ଭ ହୋଇଛି ପ୍ରକ୍ରିୟା l ପୁରୀର ବିଭିନ୍ନ ATMରେ ଭକ୍ତଙ୍କୁ ମନ୍ଦିରକୁ ଦାନ କରିବା ଲାଗି ମେସେଜ ରହିବ l ଖୁବଶୀଘ୍ର ଶ୍ରଦ୍ଧାଳୁଙ୍କ ପାଇଁ ଖୋଲିବ ଶ୍ରୀଗୁଣ୍ଡିଚା ମନ୍ଦିର । ଶ୍ରୀଜଗନ୍ନାଥ ମନ୍ଦିର ଆଇନକୁ କଡାକଡି କରାଯିବ l ଦିବ୍ୟାଙ୍ଗ ମାନଙ୍କ ଦର୍ଶନ ଲାଗି ହୋଇଛି ଆଲୋଚନା l ଅଦିନିଆ ରଥଯାତ୍ରା ନେଇ କ୍ଷୋଭ ପ୍ରକାଶ କରି ଇସ୍କନ କର୍ତ୍ତୃପକ୍ଷଙ୍କ ଚିଠି ଲେଖିଛନ୍ତି ଗଜପତି ମହାରାଜା । ସେବାୟତ କଲ୍ୟାଣ ପାଣ୍ଠି ନେଇ ପେନସନ ରାଶି ବୃଦ୍ଧି କରାଯାଇଛି l ବରିଷ୍ଠ ସେବାୟତଙ୍କୁ ୪ହଜାର ପରିବର୍ତ୍ତେ ୫ହଜାର ଦିଆଯିବ l ସେବାୟତଙ୍କ ଝିଅ ବିବାହ ଲାଗି ସହାୟତା ରାଶି ୫୦ ହଜାରୁ ୧ ଲକ୍ଷ କରାଯାଇଛି l ପୁରୀବାସୀଙ୍କ ଶୃଙ୍ଖଳିତ ଦର୍ଶନ ଲାଗି ସ୍ୱତନ୍ତ୍ର ଗାଇଡ଼ ଲାଇନ ପ୍ରସ୍ତୁତ କରାଯିବ l ଗଜପତି ମହାରାଜାଙ୍କ ଅଧ୍ୟକ୍ଷତାରେ ଏହି ବୈଠକରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ, ସୁରକ୍ଷା ସବକମିଟି ମୁଖ୍ୟ, ଜିଲ୍ଲାପାଳ, ଏସପିଙ୍କ ସମେତ କମିଟିର ସଦସ୍ୟ ଉପସ୍ଥିତ ଥିଲେ ।

Latest Posts

Don't Miss