୧୫ଟି ଜିଲ୍ଲାର ଜିଲ୍ଲା କମିଟି ଚୂଡ଼ାନ୍ତ ହୋଇସାରିଛି। ଖୁବ ଶୀଘ୍ର କମିଟି ଘୋଷଣା ହେବ। ରାଜନୈତିକ ବ୍ୟାପାରରେ ମଧ୍ୟ ୩ ଜଣ ବରିଷ୍ଠ କଂଗ୍ରେସ ନେତା ସାମିଲ ହେବାର ଆବଶ୍ୟକତା ରହିଛି। ତାହାକୁ ବି କାଯ୍ୟକାରୀ କରାଯିବ। ସଂଗଠନ ମଜଭୁତ ହେବା ପରେ ଆସନ୍ତା ୨ ମାସ ଭିତରେ ସଂଗଠନକୁ ବୁଥ ସ୍ତରକୁ ନିଆଯିବ। ଏହାସହ ଆଡଭାଇଜରି କମିଟି ଗଠନ କରାଯିବ। ଏହି କମିଟିରେ ୨୦ ଜଣ ପୂର୍ବତନ ସାଂସଦ ଏବଂ ବିଧାୟକଙ୍କୁ ସ୍ଥାନ ଦିଆଯିବ ବୋଲି କହିଛନ୍ତି ପିସିସି ସଭାପତି ଭକ୍ତ ଚରଣ ଦାସ।

