ରାଉରକେଲାର ବିଭିନ୍ନ ଅଫିସ ଓ କାନ୍ଥରେ ତିଆରି ହେଉଛି ଭର୍ଟିକାଲ୍ ଗାର୍ଡେନ

ରାଉରକେଲା :  ସହରରେ ବୃଦ୍ଧିପାଉଥିବା ପ୍ରଦୂଷଣ ରୋକିବାକୁ ଅଭିନବ ଉଦ୍ୟମ । ରାଉରକେଲା ମହାନଗର ନିଗମ ପକ୍ଷରୁ ସହରର ବିଭିନ୍ନ ଅଫିସ କାନ୍ଥରେ ନିର୍ମାଣ କରାଯାଉଛି ଭର୍ଟିକାଲ ଗାର୍ଡେନ । ଆରଏମସିର ଅଭିନବ ପ୍ରୟାସ । ପ୍ରାଥମିକ ପର୍ଯ୍ୟାୟରେ ମହାନଗର ନିଗମ ଅଫିସ, ସ୍ମାର୍ଟସିଟି ଅଫିସ ଓ  ଅତିରିକ୍ତ ଜିଲ୍ଲାପାଳଙ୍କ ଅଫିସରେ ଏହାକୁ ନିର୍ମାଣ କରାଯାଇଛି । କମ ପାଣି ଖର୍ଚ୍ଚରେ ଓ ଅମ୍ଳଜାନ ବଢାଇବା ପାଇଁ ଥିବା ଗଛକୁ ଅଧିକ ସଂଖ୍ୟାରେ ଲଗାଯାଉଛି ।

ସହରର ବିଭିନ୍ନ ରାସ୍ତାରେ ଯେପରି ଧୂଳିଉଡି ପ୍ରଦୂଷଣ ନହେବ ସେଥିପାଇଁ ସମସ୍ତ ରାସ୍ତା କଡ଼ରେ ପାଦଚଲା ରାସ୍ତା ନିର୍ମାଣ କରାଯାଉଛି । ପର୍ଯ୍ୟାୟକ୍ରମେ ସହରର ଅନ୍ୟ ଅଫିସ କାନ୍ଥରେ ଭର୍ଟିକାଲ ଗାର୍ଡେନ ନିର୍ମାଣ କରାଯିବ ବୋଲି କମିଶନର ସୂଚନା ଦେଇଛନ୍ତି । ମହାନଗର ନିଗମର ଏପରି ପଦକ୍ଷେପକୁ ପ୍ରଶଂସା କରିବାସହ ସ୍ୱାଗତ କରିଛନ୍ତି ରାଉରକେଲାବାସୀ ।