ଅପରାଜିତାଙ୍କୁ ବର୍ଷାଙ୍କ ପ୍ରଶ୍ନ: କାଶି ବିଶ୍ୱନାଥ ଓ ବଦ୍ରିନାଥରେ ହେଲା ପୁରୀ ବେଳକୁ ବିରୋଧ କାହିଁକି?
2 min readଭୁବନେଶ୍ୱର: ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପକୁ ନେଇ ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀଙ୍କୁ ଟାର୍ଗେଟ କରିଛନ୍ତି ଓଲିଉଡ୍ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ । ଟ୍ୱିଟ୍ କରି ବର୍ଷା କହିଛନ୍ତି ଯେ, ମୁଁ ଜଣେ ଓଡ଼ିଆ ଝିଅ, ମୁଁ ଯେବେ ପୁରୀ ଯାଏଁ, ଶ୍ରୀମନ୍ଦିର ନିକଟରେ ମହିଳାଙ୍କ ନିମନ୍ତେ କୌଣସି ଶୌଚାଳୟ ଦେଖିବାକୁ ପାଏନି । ଅନ୍ୟମହିଳାଙ୍କ ମଧ୍ୟ ସମାନ ସମସ୍ୟା ରହିଛି । ଯଦି ସରକାରଙ୍କ ପକ୍ଷରୁ ଏହି ସୁବିଧା ଯୋଗାଇଦେବା ଲାଗି ବ୍ୟବସ୍ଥା କରାଯାଉଛି ତେବେ ଅପରାଜିତା ଷଡ଼ଙ୍ଗୀଙ୍କ କ’ଣ ଅସୁବିଧା ।
1/5
I am an Odia girl, whenever I go to visit Puri Srimandir, I dont find public toilets for women nearby & I have also heard similar complaints from women Bhakts visitors as well. If Government is developing facilities for pilgrims in Puri, what is your @AprajitaSarangi problem?— VARSHA PRIYADARSHINI (@VarshaPriyadar3) April 4, 2022
3/5
Why are you opposing the creation of facilities for pilgrims in Puri that would help crores of pilgrims and Jagannath Bhakts like me? All of us thought that you are an intellectual politician but now are disappointed by your opposition,— VARSHA PRIYADARSHINI (@VarshaPriyadar3) April 4, 2022
5/5
I hope you will understand the plight of the pilgrims particularly of women going to Puri and Lingaraj and not oppose the development of pilgrim facilities there.— VARSHA PRIYADARSHINI (@VarshaPriyadar3) April 4, 2022
ମନ୍ଦିରକୁ ନେଇ ରାଜନୀତି ନକରିବାକୁ ସେ ଟ୍ୱିଟ୍ରେ କହିଛନ୍ତି । ଆଉ ଲେଖିଛନ୍ତି ଗୋଟିଏ ପଟେ ବଦ୍ରିନାଥ ଓ କାଶୀ ବିଶ୍ୱନାଥ ମନ୍ଦିରର ଉନ୍ନତିକରଣ ପ୍ରକଳ୍ପକୁ ସେ ପ୍ରଂଶସା କରୁଥିବାବେଳେ, ପୁରୀ ଓ ଭୁବନେଶ୍ୱର ଲିଙ୍ଗରାଜ ମନ୍ଦିର ପ୍ରକଳ୍ପକୁ ବିରୋଧ କରୁଛନ୍ତି । ଯଦି ତାଙ୍କ ଭଳି ଅନେକ ଭକ୍ତ ଏହି ସୁବିଧା ଦ୍ୱାରା ଉପକୃତ ହୋଇପାରିବେ ତେବେ ଏଥିରେ ଅସୁବିଧା କଣ ବୋଲି ବର୍ଷା ଟ୍ୱିଟ୍ କରି ପ୍ରଶ୍ନ କରିଛନ୍ତି ।
ମୁଁ ଆପଣଙ୍କୁ ଜଣେ ବିଜ୍ଞ ରାଜନେତା ଭାବୁଥିଲି, ଯେତେବେଳେ ଆପଣ ରାଜନୀତିରେ ପ୍ରବେଶ କଲେ ସେତେବେଳେ ଆପଣ ଓଡିଶାର ବିକାଶ ପାଇଁ କାମ କରିବେ ବୋଲି ଭାବୁଥିଲି, ହେଲେ ଆପଣ ମୋତେ ନିରାଶ କଲେ ବୋଲି ବର୍ଷା ଲେଖିଛନ୍ତି । ସୂଚନାଯୋଗ୍ୟ ଯେ, ସଂସଦରେ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ପ୍ରସଙ୍ଗ ଉଠିବା ପରେ ଏବେ ସାଧାରଣରେ ଏହି ପ୍ରସଙ୍ଗ ଚର୍ଚ୍ଚାର କାରଣ ପାଲଟିଛି । ସମ୍ପ୍ରତି ବିବାଦ ଦେଖାଦେଇଥିବା ସ୍ଥାନରେ ଶୌଚାଳୟ ସହିତ ଅନ୍ୟାନ୍ୟ ଆନୁସଙ୍ଗିକ ବ୍ୟବସ୍ଥା ନେଇ ନିର୍ମାଣ କାର୍ଯ୍ୟ ଚାଲିଥିବା ସଂସଦରେ ସ୍ପଷ୍ଟ କରିଛନ୍ତି ପୁରୀ ସାଂସଦ ପୀନାକି ମିଶ୍ର ।