spot_img

Latest Posts

ରୋଗୀକୁ ଧରି ଯାଉଥିବା ଗାଡ଼ି ଦୁର୍ଘଟଣାଗ୍ରସ୍ତ ; ୪ ଜଣ ଗୁରୁତର ଆହତ

ଖୋର୍ଦ୍ଧା : ରୋଗୀକୁ ନେଇ ଯାଉଥିବା ବୋଲେରୋ ଦୁର୍ଘଟଣାଗ୍ରସ୍ତ। ପୋଲିସ ବ୍ୟାରିକେଡ ଏବଂ ବିଦ୍ୟୁତ୍ ଖୁଣ୍ଟିକୁ ଧକ୍କା ଦେଇ ଓଲଟି ପଡ଼ିବାରୁ ୪ ଜଣ ଗୁରୁତର ଆହତ ହୋଇଛନ୍ତି। ଏହି ଅଘଟଣ ଘଟିଛି ଖୋର୍ଦ୍ଧା-ବଲାଙ୍ଗିର ୫୭ ନମ୍ବର ଜାତୀୟ ରାଜପଥର ବୋଲଗଡ ବ୍ଲକ ଛକ ନିକଟରେ। କଳାହାଣ୍ଡିରୁ ଚିକିତ୍ସା ପାଇଁ ଏମାନେ ଯାଉଥିଲେ ଭୁବନେଶ୍ୱର ଏସ୍ସ ।

ବୋଧହୁଏ ଡ୍ରାଇଭରଙ୍କ ଆଖି ଲାଗିଯିବାରୁ ରାସ୍ତାରେ ଥିବା ପୋଲିସ ବ୍ଯାରିକେଟ ଓ ବିଦ୍ଯୁତ ଖୁଣ୍ଟ କୁ ଧକ୍କା ଦେଇ ଓଲଟି ପଡିଥିଲା ଗାଡି। ସ୍ଥାନୀୟ ଲୋକେ ସମସ୍ତଙ୍କୁ ଉଦ୍ଧାର କରି ବୋଲଗଡ ଗୋଷ୍ଠୀ ସ୍ବାସ୍ଥ୍ଯ କେନ୍ଦ୍ରରେ ଭର୍ତ୍ତି କରିଛନ୍ତି। ସମସ୍ତଙ୍କ ଅବସ୍ଥା ସ୍ଥିର ରହିଥିବା ଜଣାପଡିଛି।

Latest Posts

Don't Miss