ଧାର୍ମିକ ରେଳ ଯାତ୍ରୀଙ୍କ ପାଇଁ ସାତ୍ତ୍ୱିକ ଖାଦ୍ୟ

ଟ୍ରେନରେ ଏବେ ମିଳିବ ସୁଦ୍ଧ ନିରାମିଷ ଖାଦ୍ୟ । ରେଳ ଖାଦ୍ୟ ଓ ପର୍ଯ୍ୟଟନ ସଂସ୍ଥା ତରଫରୁ ନିଆଯାଇଛି ଏହି ନିଷ୍ପତ୍ତି । ‘ଭେଜିଟରିଆନ୍ ଫ୍ରେଣ୍ଡଲି ଟ୍ରାଭେଲ୍’କୁ ପ୍ରମୋଟ କରୁଛି ଏହି ସଂସ୍ଥା । ଲୋକଙ୍କୁ ସାତ୍ତ୍ୱିକ ଖାଦ୍ୟ ପ୍ରଦାନ କରିବା ପାଇଁ କିଛି ଟ୍ରେନରେ ଏହି ସାତ୍ତ୍ୱିକ ଖାଦ୍ୟର ଶୁଭାରମ୍ଭ କରାଯାଉଛି । ସାତ୍ତ୍ୱିକ କାଉନସିଲ ଅଫ୍ ଇଣ୍ଡିଆ ଏବଂ ରେଳ ଖାଦ୍ୟ ଓ ପର୍ଯ୍ୟଟନ ସଂସ୍ଥାର ମିଳିତ ଉଦ୍ୟମରେ ଏହି ନିଷ୍ପତ୍ତି ନିଆଯାଇଥିବା କଥା କୁହାଯାଇଛି ।

ବିଶେଷ କରି ଧାର୍ମିକ ଯାତ୍ରା କରୁଥିବା ଟ୍ରେନମାନଙ୍କରେ ଏହି ସୁବିଧା ପ୍ରଦାନ କରାଯିବ । ଏଥିରେ ଯାତ୍ରୀ ସାତ୍ତ୍ୱିକ ଖାଦ୍ୟ ଖାଉଥିବାବେଳେ ସମସ୍ତ ଟ୍ରେନରେ ଉଭୟ ଆମିଷ ଓ ନିରାମିଷ ଖାଦ୍ୟ ପ୍ରସ୍ତୁତ ହେଉଥିବାରୁ ଅନେକ ଖାଦ୍ୟ ଗ୍ରହଣ କରିନଥାନ୍ତି । ରାଜଧାନୀ ଦିଲ୍ଲୀରୁ କତ୍ରା ଅଭିମୁଖେ ଯାଉଥିବା ‘ବନ୍ଦେ ଭାରତ ଏକ୍ସପ୍ରେସ’ରେ ଏହି ସାତ୍ତ୍ୱିକ ଖାଦ୍ୟର ସୁବିଧା ପ୍ରଦାନ କରାଯିବାର ନିଷ୍ପତ୍ତି ନିଆଯାଇଛି । ‘ବନ୍ଦେ ଭାରତ ଏକ୍ସପ୍ରେସ’ ବୈଷ୍ଣୋଦେବୀ ମନ୍ଦିର ଅଭିମୁଖେ ଯାଉଥିବାବେଳେ ଏଭଳି ଅନ୍ୟ ୧୮ଟି ଧାର୍ମିକ ଯାତ୍ରା କରୁଥିବା ଟ୍ରେନମାନଙ୍କରେ ଏଭଳି ସୁବିଧା ପ୍ରଦାନ କରାଯିବ ।

Leave a Reply