ରାମ ମନ୍ଦିରକୁ ପରିବା ବିକାଳୀ ଦେଲେ ଏକ ଦୁର୍ଲଭ ଘଣ୍ଟା

ସଜେଇ ହେଉଛି ଅଯୋଧ୍ୟା । ପ୍ରଭୁ ଶ୍ରୀରାମଙ୍କ ଭବ୍ୟ ମନ୍ଦିର ପାଇଁ ଚାଲିଛି ଜୋରଦାର୍ ପ୍ରସ୍ତୁତି । ପ୍ରଭୁ ରାମଚନ୍ଦ୍ରଙ୍କ ପ୍ରାଣ ପ୍ରତିଷ୍ଠା ଉତ୍ସବ ପାଇଁ ଦେଶର କୋଣ ଅନୁକୋଣରୁ ଉପହାର ଆସୁଥିବା ବେଳେ ଅଯୋଧ୍ୟା ଉତ୍ତରପ୍ରଦେଶର ଏକ ପରିବା ବିକାଳୀ ଅଯୋଧ୍ୟା ରାମ ମନ୍ଦିର ପାଇଁ ନଅ ଟି ଦେଶର ସମୟ ଦେଖାଉଥିବା ଏକ ଦୁର୍ଲଭ ଘଣ୍ଟା ଉପହାର ରେ ଦେଇଛନ୍ତି । ଉତ୍ତରପ୍ରଦେଶ ଲକ୍ଷ୍ମୌ ସହରର ଜଣେ ପରିବା ବିକାଳୀ ଅନୀଲ୍ କୁମାର ସାହୁ ରାମ ମନ୍ଦିର କର୍ତୁପକ୍ଷଙ୍କୁ ଏକ ବିଶ୍ବ ଘଡି ଉପହାରରେ ଦେଇଛନ୍ତି । ନଅଟି ଦେଶର ସମୟ ଦେଖାଉଥିବା ଏହି ଖାସ୍ ଘଣ୍ଟାଟି ଭବ୍ୟ ରାମ ମନ୍ଦିରର ପରିସରରେ ଲାଗିବ । ଏହି ଘଣ୍ଟାରେ ଏକା ସମୟରେ ନଅଟି ଦେଶର ସମୟ ଦେଖାଇବ ।
ଅନୀଲ୍ କୁମାର ସାହୁ କେବଳ ରାମ ମନ୍ଦିର ନୁହେଁ ଅଯୋଧ୍ୟାର ପ୍ରସିଦ୍ଧ ହନୁମାନଗଡି ମନ୍ଦିରକୁ ମଧ୍ୟ ଏକ ବିଶ୍ବ ଘଣ୍ଟା ଉପହାର ରେ ଦେଇଛନ୍ତି । ଏହି ବିଶ୍ବ ଘଣ୍ଟା ଟି ଅନୀଲ୍ କୁମାର ସାହୁ ରାମ ମନ୍ଦିର ଟ୍ରଷ୍ଟର ମହା ସଚିବ ଚମ୍ପତ ରାୟଙ୍କୁ ଦେଇଛନ୍ତି । ସେହିଭଳି ଗୁଜୁରାଟ ସୁରଟର ଜଣେ ହୀରା ବ୍ୟବସାୟୀ ରାମ ମନ୍ଦିର ଥିମ୍ ରେ ହାର ତିଆରି କରିଛନ୍ତି । ସେ ଅଯୋଧ୍ୟା ରାମ ମନ୍ଦିର ପାଇଁ ହାର ଉପହାର ଦେବେ ବୋଲି ଇଚ୍ଛା ପ୍ରକାଶ କରିଛନ୍ତି । ଏହି ହାରଟି ଅଯୋଧ୍ୟା ରାମ ମନ୍ଦିରର ବିଷୟବସ୍ତୁ ଉପରେ ଆଧାରିତ । ଅଯୋଧ୍ୟା ରାମ ମନ୍ଦିରର ପ୍ରତିଷ୍ଠା ସମାରୋହ ପାଇଁ ପ୍ରାୟ ୪୦୦୦ ସାଧୁ ସନ୍ଥଙ୍କୁ ଆମନ୍ତ୍ରିତ କରାଯାଇଛି । ତେବେ ଆସନ୍ତା ଜାନୁୟାରୀ ୨୨ ତାରିଖରେ ଅଯୋଧ୍ୟା ସ୍ଥିତ ଭବ୍ୟ ରାମ ମନ୍ଦିରର ଉଦଘାଟନ ହେବ ।