spot_img

Latest Posts

ବନ୍ୟା ଟଳିଲା ଦର ବଢିଲା, ପରିବା ବଜାରରେ ମହଙ୍ଗା ମାଡ଼

ବାଲେଶ୍ୱର: ବନ୍ୟା ଟଳିଲା ଦର ବଢିଲା । ପରିବା ବଜାରରେ ମହଙ୍ଗା ମାଡ଼ । ଏକାଥରେ ଦୁଇ ଗୁଣ ବଢିଯାଇଛି ମୂଲ୍ୟ । ସୁବର୍ଣ୍ଣରେଖା ଓ ବୁଢ଼ାବଳଙ୍ଗ ନଦୀ ପାଣି ପଶି ପରିବା ଚାଷକୁ ପ୍ରଭାବିତ କରିଛି ।  ବାଲେଶ୍ୱର ଜିଲ୍ଲାରେ ବ୍ୟାପକ କ୍ଷୟକ୍ଷତି ହୋଇଛି । ଯାହା ଫଳରେ ଆକାଶ ଛୁଆଁ ହୋଇଛି ପନି ପରିବା ଦର।  ବଜାରରେ ଏବେ ପୋଟଳ 70 ଟଙ୍କାକୁ ବାଇଗଣ 80 , ବିଲାତି 50କୁ କାଙ୍କଡ଼ 80 , ଜହ୍ନି 60 , କଖାରୁ 50 , କଲରା 80 ଟଙ୍କା ରହିଛି । କଟକରେ ବି ସମାନ ସ୍ଥିତି ଦେଖିବାକୁ ମିଳିଛି । ରାଜ୍ୟ ବାହାରର ପରିବା ଉପରେ ନିର୍ଭର କରୁଛନ୍ତି ବ୍ୟବସାୟୀ । ଫଳରେ କିଣା ଅଧିକ ଯୋଗୁ ବିକ୍ରୟ ମଧ୍ୟ ଅଧିକ ଟଙ୍କାରେ କରାଯାଉଛି । ଯେ ପର୍ଯ୍ୟନ୍ତ ନୂଆ ପରିବ ଅମଳ ନହୋଇଛି ସେ ପର୍ଯ୍ୟନ୍ତ ଦର ବୃଦ୍ଧି ପାଇବ ବୋଲି କହିଛନ୍ତି ଛତ୍ରବଜାର ବ୍ୟବସାୟୀ ସଂଘ ସଭାପତି।

ପନିପରିବା ଦର ବୃଦ୍ଧି ପାଇଁ ରାଜ୍ୟ ସରକାରଙ୍କୁ ଦାୟୀ କରିଛି ଓଡିଶା ବ୍ୟବସାୟୀ ମହାସଂଘ। ଅନେକ ଥର ପନିପରିବା ଉତ୍ପାଦନ ବୃଦ୍ଧି ପାଇଁ ରାଜ୍ୟ ସରକାରଙ୍କ ସହଯୋଗ ଲୋଡ଼ାଯାଇଛି। ଖାଉଟିଙ୍କ ସ୍ୱାର୍ଥକୁ ଆଖି ଆଗରେ ରଖି ସରକାରଙ୍କ ଦୃଷ୍ଟି ଆକର୍ଷଣ କରାଯାଇଛି। କିନ୍ତୁ ସରକାର କୁମ୍ଭକର୍ଣ୍ଣ ନିଦ୍ରାରେ ଶୋଇ ଯାଇଛନ୍ତି। ଖରା ଦିନ ବର୍ଷା ବି ସମସ୍ୟା ସାଜିଛି। ୮୦ ଭାଗ ପରିବା ବାହାର ରାଜ୍ୟରୁ ଆମଦାନୀ ହେଉଛି। ଚାହିଦା ଠାରୁ କମ ମାଲ ଉପଲବ୍ଧ ହେଉଛି। ସେଥିପାଇଁ ପନିପରିବା ଦର ହୁ ହୁ ହୋଇ ବଢୁଛି । ଏଭଳି ଦରଦାମ ବୃଦ୍ଧିରୁ ବର୍ତ୍ତିବା ପାଇଁ ସରକାର ଚାଷୀଙ୍କ ଉତ୍ପାଦନ ବୃଦ୍ଧି ସହ ସେମାନଙ୍କୁ ସଠିକ ମାର୍କେଟ ଲିଂକେଜ ଦେବା ଆବଶ୍ୟକ ବୋଲି କହିଛି ସଂଘ । ଓଡିଶା ପନିପରିବା ଉତ୍ପାଦନରେ ଦେଶରେ ଦ୍ଵିତୀୟ ସ୍ଥାନରେ ଥିଲା, କିନ୍ତୁ ଏବେ ଓଡ଼ିଶା ସ୍ଥାନ ବହୁ ତଳକୁ ଖସିଥିବା ଅଭିଯୋଗ ବାଢିଛି ଓଡିଶା ବ୍ୟବସାୟୀ ମହାସଂଘ ।

Latest Posts

Don't Miss