spot_img

Latest Posts

ଟଙ୍କା ୩ଶହରେ ବି ଫୁଲ ହେଉନାହିଁ ବ୍ୟାଗ୍‌, ପିଆଜ ପରେ ଏବେ ହୁ ହୁ ହୋଇ ବଢ଼ି ଚାଲିଛି ପନିପରିବା ଦର

ରାଉରକେଲା/ ଗଞ୍ଜାମ: ରାଜ୍ୟର ବିଭିନ୍ନ ସ୍ଥାନରେ ବଢ଼ିବାରେ ଲାଗିଛି ପରିବା ଦର । ପରିବା ଦର ବୃଦ୍ଧି କାରଣରୁ ହନ୍ତସନ୍ତ ହେଉଛନ୍ତି ଖାଉଟି । ଧିରେ ଧିରେ ରୋଷେଇ ଘରୁ ଗାଏବ ହେବାରେ ଲାଗିଲାଣି ପନିପରିବା । ପୂର୍ବରୁ ପିଆଜ ଦର ବୃଦ୍ଧି କାରଣରୁ ଲୋକେ ପନିପରିବା କିଣି ସେଥିରେ ନିଜର ଗୁଜୁରାଣ ମେଣ୍ଟାଉଥିଲେ । କିନ୍ତୁ ଏବେ ପରିବା ଦର ମଧ୍ୟ ବୃଦ୍ଧି ହେବାରେ ଲାଗିଲାଣି । ମଧ୍ୟବିତ ଶ୍ରେଣିର ଲୋକେ ପରିବାରେ ହାତ ମାରିବାକୁ ମଧ୍ୟ ଭୟ କରୁଛନ୍ତି । ଯେଉଁ ପରିବାରେ ହାତ ମାରିଲେ ତାହା ୬୦ ସେପଟେ ରହୁଛି । ସେଥିପାଇଁ ଲୋକେ ଏବେ ଚିନ୍ତାରେ ପଡ଼ିଛନ୍ତି ।

ରାଉରକେଲା ସହରରରେ ବଢିଚାଲିଛି ପନିପରିବା ଦର । ଖୁଚୁରା ବଜାରରେ ଆଳୁ କେଜି ୪୫ ଟଙ୍କା ଥିବା ବେଳେ  ପିଆଜ କେଜି ୬୦ଟଙ୍କାରୁ ୬୫ ଟଙ୍କା ରହିଛି । ରାଉରକେଲା ସହରର ଖୁଚୁରା ବଜାରରେ  ଫୁଲକୋବି ୬୦ରୁ ୭୦ ଟଙ୍କା, ଵନ୍ଦାକୋବି  ୪୦ରୁ ୫୦ଟଙ୍କା, ଟମାଟର ୫୦ ରୁ ୬୦  ଟଙ୍କା, ପୋଟଳ ୫୦ରୁ ୬୦  ଟଙ୍କା, ବାଇଗଣ ୪୦ରୁ ୫୦  ଟଙ୍କା, କଦଳୀ ୪୦ଟଙ୍କା, ମାଟିଆଳୁ ୪୦ ରୁ ୫୦ ଟଙ୍କା, କଖାରୁ ୩୦ ଟଙ୍କାରେ ବିକ୍ରି କରାଯାଉଛି । ରାଉରକେଲା ସହରରେ ପରିବା ସହିତ ଆଳୁ ଓ ପିଆଜ ଦର ନିୟନ୍ତ୍ରଣ କରିବା ପାଇଁ ଦାବି ହେଉଛି । ପନିପରିବା ଦର ବଢୁଥିବାରୁ ଗ୍ରାହକମାନଙ୍କ ମଧ୍ୟରେ ଅସନ୍ତୋଷ ବଢିଚାଲିଛି ।

ସପଟେ ବ୍ରହ୍ମପୁରରେ ପନିପରିବା ଦର ଏବେ ଆକାଶ ଛୁଆଁ । ଲାଗୁଛି ଯେପରି ପରିବା ଦରରେ ଲାଗିଛି ନିଆଁ। ସାଧାରଣ ଖାଉଟି ହୁ ହୁ ହୋଇ ବଢିଚାଲିଥିବା ପରିବା ଦରକୁ ନେଇ ଘୋର ଚିନ୍ତାରେ। ଗୋଟିଏ ପଟେ କାର୍ତ୍ତିକ ମାସ ଭଳି ଏକ ପୂଣ୍ୟ ମାସ ତାଲିଥିବା ବେଳେ ପନିପରିବା ଉପରେ ସଂପୂର୍ଣ୍ଣ ନିର୍ଭର କରିଆସୁଥିବା ବେଳେ ପରିବା ମାର୍କଟକୁ ଯିବାପାଇଁ ପକେଟରେ ଥିବା ବଜେଟ୍ ସୁହାଉନାହିଁ ।

Latest Posts

Don't Miss