ବାପା ଜଙ୍ଗଲରେ ଖେଳାଇଥିଲେ ଆତଙ୍କ, ଏବେ ଝିଅ ଲଢ଼ିବେ ଲୋକସଭା ନିର୍ବାଚନ

ନନ୍ଦିଘୋଷ ବ୍ୟୁରୋ: ଲୋକସଭା ନିର୍ବାଚନ ୨୦୨୪ ପାଇଁ ତାରିଖ ଘୋଷଣା ହେବା ପରେ ରାଜେନୖତିକ ଦଳମାନେ ନିଜର ପ୍ରାର୍ଥୀଙ୍କ ନାମ ଘୋଷଣା କରିଛନ୍ତି । ଅନେକ ରାଜେନତା ନିଜର ଦଳ ମଧ୍ୟ ପରିବର୍ତ୍ତନ କରୁଛନ୍ତି । ବହୁ ନୂଆ ଚେହେରା ମଧ୍ୟ ଚଳିତ ନିର୍ବାଚନରେ ନଜର ଆସିଛନ୍ତି । ତେବେ ଚଳିତ ନିର୍ବାଚନ ଲୋକସଭା ନିର୍ବାଚନ ଲଢ଼ିବାକୁ ଯାଉଛନ୍ତି ଜଙ୍ଗଲ ଦସ୍ୟୁଭାବେ ପରିଚିତ ବିରାପାନଙ୍କ ଝିଅ । ତାମିଲାନାଡୁର କୃଷ୍ଣଗିରିରୁ ବିରାପାନଙ୍କ ଝିଅ ବିଦ୍ୟା ରାଣୀ ନିର୍ବାଚନ ଲଢ଼ିବେ । କିଛିଦିନ ପୂର୍ବରୁ ସେ ବିଜେପିରୁ ଇସ୍ତଫା ଦେଇଛନ୍ତି । ତେବେ ସେ ଏକ ପ୍ରତିକ୍ରିୟାରେ କହିଛନ୍ତି କି, ନାମ ତାମିଲର କାଚି ଟିକେଟରେ ନିର୍ବାଚନ ଲଢ଼ିବେ । ଏହାସହ ସେ କହିଛନ୍ତି କି, ମୋ ବାପା ଲୋକଙ୍କ ସେବା କରିବା ପାଇଁ ଚାହୁଁଥିଲେ ମାତ୍ର ସେ ଯେଉଁ ଉପାୟ ଆପଣାଇଥିଲେ ତାହା ଭୁଲ୍ ଥିଲା ।

ତେବେ ବିଦ୍ୟାଙ୍କ ସମ୍ପର୍କରେ ଯଦି କହିବା ତାହେଲେ ସେ ପେଶାରେ ଜଣେ ଆଇନଜୀବୀ । ବିଜେପିରେ ରହିଥିବାବେଳେ ୟୁଥ ବିଗ୍ରେଡ ଉପାଧ୍ୟକ୍ଷ ମଧ୍ୟ ରହିଥିଲେ । ମାତ୍ର ଦଳ ବିରୋଧୀ ମନ୍ତବ୍ୟ ଦେଇ ଗଣମାଧ୍ୟମରେ ଚର୍ଚ୍ଚାରେ ରହୁଥିଲେ । ଏବେ ସେ ବିଜେପିରୁ ଇସ୍ତଫା ଦେଇସାରିଥିବାବେଳେ ନିର୍ବାଚନ ଲଢ଼ିବା ପାଇଁ ମଧ୍ୟ ଘୋଷଣା କରିଛନ୍ତି । ସବୁଠାରୁ ଗୁରୁତ୍ବପୂର୍ଣ୍ଣ କଥା ହେଉଛି କି ଭୋଟରମାନେ ତାଙ୍କୁ କିଭଳି ଗ୍ରହଣ କରୁଛନ୍ତି ତାହା ଚର୍ଚ୍ଚା ବିଷୟ ।