ବେଦାନ୍ତ ଆଲୁମିନିୟମର ସଙ୍ଗମ ଜଳ ବିଭାଜିକା ପ୍ରକଳ୍ପ ଦୂର କଲା ୪୧ ଗାଁର ଜଳକଷ୍ଟ
1 min read
ନନ୍ଦିଘୋଷ ବ୍ୟୁରୋ: ବେଦାନ୍ତ ଆଲୁମିନିୟମ କଳାହାଣ୍ଡି ଜିଲ୍ଲାରେ ଜଳ ସୁରକ୍ଷାକୁ ସୁନିଶ୍ଚିତ କରିବା ପାଇଁ ନେଇଛି ଗୁରୁତ୍ବପୂର୍ଣ୍ଣ ପଦକ୍ଷେପ । ବେଦାନ୍ତର ପକ୍ଷରୁ କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ଼ ଆଖପାଖର ୪୧ଟି ଗାଁରେ ସଥାୟୀ ଜଳ ବ୍ୟବସ୍ଥା ସହ ପାନୀୟ ଜଳ ଓ କୃଷି ପାଇଁ ‘ସଙ୍ଗମ ଜଳବିଭାଜିକା ପ୍ରକଳ୍ପ’ କାର୍ଯ୍ୟକାରୀ କରାଯାଇଛି ।
ପ୍ରକଳ୍ପ ମାଧ୍ୟମରେ ୩୫୦୦ରୁ ଅଧିକ ଏକର ଚାଷ ଜମିକୁ ଜଳସେଚନ ପାଇଁ ଜଳ ଯୋଗାଉଛି । ଏହା ଜଳ ସଂରକ୍ଷଣ କ୍ଷମତା ଓ ଭୂତଳ ଜଳ ରିଚାର୍ଜ ହାରକୁ ବୃଦ୍ଧି କରୁଛି । ସମ୍ପୂର୍ଣ୍ଣ କାର୍ଯ୍ୟକାରୀ ହେବା ପରେ, ଏଥିରୁ ୨୨ ହଜାର ଲୋକ ସିଧାସଳଖ ଉପକୃତ ହେବେ । ଗତ ଆର୍ଥିକ ବର୍ଷରେ, ୨୫୦୦ରୁ ଅଧିକ ବ୍ୟକ୍ତି ଗୋଷ୍ଠୀ ଭିତ୍ତିକ ଓ ଚାଷ ପୋଖରୀ ବିକାଶରୁ ସିଧାସଳଖ ଲାଭ ପାଇଛନ୍ତି । ଯାହା ସାମୂହିକ ଭାବରେ ୨.୮୨ ଲକ୍ଷ ଘନ ମିଟର ରିଚାର୍ଜ କ୍ଷମତାକୁ ବୃଦ୍ଧି କରିଛି ।
ସଙ୍ଗମ ଜଳ ବିଭାଜିକା ପ୍ରକଳ୍ପ ଯୋଗୁଁ ବଳଭଦ୍ରପୁର ଗାଁରେ କୃଷି ଉତ୍ପାଦକତାରେ ବୃଦ୍ଧି ଘଟିଛି । ପ୍ରଳ୍ପ ଯୋଗୁଁ ଆଖୁ ଉତ୍ପାଦନ ୨୫ ପ୍ରତିଶତ ବୃଦ୍ଧି ପାଇଛି । ସାମଗ୍ରିକ ପଦ୍ଧତି ମାଧ୍ୟମରେ ଜଳ ସୁରକ୍ଷା, ଉଚ୍ଚମାନର ବିହନ, ସାର ଉପଲବ୍ଧତା, ଫସଲ ସୁରକ୍ଷା, ବିଶେଷଜ୍ଞଙ୍କ ନେତୃତ୍ୱରେ ତାଲିମ, ବୁନ୍ଦା ଜଳସେଚନ, ଜାଲି ମାଧ୍ୟମରେ ପନିପରିବା ଏବଂ ଷ୍ଟ୍ରବେରୀ ଚାଷ ଭଳି ସ୍ମାର୍ଟ କୃଷି ପଦ୍ଧତିର ପ୍ରୋତ୍ସାହନ ରହିଛି । ପ୍ରକଳ୍ପ ଏନଏଡିଇପି କମ୍ପୋଷ୍ଟିଂ ମାଧ୍ୟମରେ ୭୨ ଏକର ଜମିରେ ଜୈବିକ କୃଷିକୁ ମଧ୍ୟ ସମର୍ଥନ କରୁଛି । ଯାନ୍ତ୍ରିକ କୃଷିକୁ ଆଗକୁ ବଢ଼ାଇବା ପାଇଁ ପାଞ୍ଚଟି କିଷାନ ସେବା କେନ୍ଦ୍ର ସ୍ଥାପନ କରାଯାଇଛି । ଲାଞ୍ଜିଗଡ଼ ଆଲୁମିନା ରିଫାଇନାରୀ ସ୍ଥାୟୀ ଜୀବିକା, ସ୍ୱଦେଶୀ କଳା ପୁନରୁଦ୍ଧାର, ବର୍ଜ୍ୟରୁ ସମ୍ପଦ ପଦକ୍ଷେପ, ସ୍ୱାସ୍ଥ୍ୟ, ଶିକ୍ଷାରେ ଉନ୍ନତିରେ ସହଯୋଗ କରୁଛି ।
ବେଦାନ୍ତ ଆଲୁମିନିୟମ ସିଇଓ ରାଜୀବ କୁମାର କହିଛନ୍ତି, ‘କଳାହାଣ୍ଡିରେ ଆମେ ଯେଉଁ ପରିବର୍ତ୍ତନ ଦେଖୁଛୁ ତାହା ସହଭାଗୀତା ଏବଂ ନବସୃଜନର ଶକ୍ତିର ପ୍ରମାଣ। ସଙ୍ଗମ ଜଳବିଭାଜିକା ପ୍ରକଳ୍ପ ଏବଂ ଆମର ସମନ୍ୱିତ ବିକାଶ ପଦକ୍ଷେପ ମାଧ୍ୟମରେ, ବେଦାନ୍ତ ଆଲୁମିନିୟମ କେବଳ ଜଳ ସୁରକ୍ଷା ଏବଂ କୃଷି ଉତ୍ପାଦକତାକୁ ବୃଦ୍ଧି କରିନାହିଁ ବରଂ ହଜାର ହଜାର ଗ୍ରାମୀଣ ପରିବାରକୁ ସ୍ଥାୟୀ ଜୀବିକା ସହିତ ସଶକ୍ତ କରିଛି । କଳାହାଣ୍ଡିର ଲୋକଙ୍କ ପାଇଁ ଅନ୍ତର୍ଭୁକ୍ତିମୂଳକ ଅଭିବୃଦ୍ଧି ଓ ଦୀର୍ଘକାଳୀନ ସମୃଦ୍ଧିକୁ ଆଗେଇ ନେବା ପାଇଁ ଆମେ ପ୍ରଯୁକ୍ତିବିଦ୍ୟା, ଗୋଷ୍ଠୀ ସହଭାଗିତା ଓ ରଣନୈତିକ ମଞ୍ଚକୁ ଉପଯୋଗ କରିବାକୁ ପ୍ରତିବଦ୍ଧ ।’
ଏହି ପ୍ରକଳ୍ପ ବ୍ୟତୀତ, ବେଦାନ୍ତ ଆଲୁମିନିୟମ କଳାହାଣ୍ଡିର ସାମାଜିକ ଭିତ୍ତିଭୂମିରେ ବଡ ଧରଣର ନିବେଶ କରିଛି । ଲାଞ୍ଜିଗଡ଼ରେ ଏହାର ବିଶ୍ୱସ୍ତରୀୟ ଆଲୁମିନା ରିଫାଇନାରୀ ମାଧ୍ୟମରେ, କମ୍ପାନୀ ଓଡ଼ିଶାର ମୋଟ ରାଜ୍ୟ ଘରୋଇ ଉତ୍ପାଦରେ ପ୍ରାୟ ୩ ପ୍ରତିଶ ଅବଦାନ ରଖିଛି । ଏହା ୨୧ଟି ସ୍କୁଲରେ ଭିତ୍ତିଭୂମିକୁ ସମର୍ଥନ କରିଛି । ଡିଏଭି-ବେଦାନ୍ତ ସ୍କୁଲ ପ୍ରତିଷ୍ଠା କରି ସ୍ଥାନୀୟ ନିଯୁକ୍ତି ସୃଷ୍ଟି କରିଛି । ଶିକ୍ଷା ସୁବିଧା ବୃଦ୍ଧି କରିବା ସହଛି ସ୍ୱାସ୍ଥ୍ୟସେବାକୁ ଉନ୍ନତ କରିଛି । ଏହା ଦକ୍ଷତା ତାଲିମ, ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ଏବଂ ଜଳବିଭାଜିକା ବିକାଶ, ସ୍ମାର୍ଟ କୃଷି ଏବଂ ସ୍ୱଚ୍ଛ ଜଳ ଉପଲବ୍ଧତା ଭଳି ସ୍ଥାୟୀ ଜୀବିକା ସୁଯୋଗକୁ ମଧ୍ୟ ସମର୍ଥନ କରେ । ଯାହା ସବୁ ଜମିର ଗୁଣବତ୍ତା ଉନ୍ନତି କରିଛି । କୃଷି ଆୟ ବୃଦ୍ଧି କରିବା ସହ ଦାରିଦ୍ର୍ୟ ହ୍ରାସ କରିବାରେ ସହାୟକ ହୋଇଛି ।