ଘରେ ଆକ୍ୱାରିୟମ ରଖିବା ଦ୍ୱାରା ହୋଇପାରେ ଅସୁବିଧା, ଏହିସବୁ କଥା ଉପରେ ରଖନ୍ତୁ ଧ୍ୟାନ

ନୂଆଦିଲ୍ଲୀ: ବାସ୍ତୁ ଶାନ୍ତ୍ର ଅନୁଯାୟୀ ଘରେ ରଖାଯାଇଥିବା ପ୍ରତ୍ୟେକ ବସ୍ତୁ ବ୍ୟକ୍ତିର ଦୈନିକ ଜୀବନ ଉପରେ ସୀଧାସଳଖ ପ୍ରଭାବ ପକାଇଥାଏ । ବାସ୍ତୁ ଅନୁଯାୟୀ ଯଦି ଘରେ ଜିନିଷ ଭୁଲ ଜାଗାରେ ରଖାଯାଇଛି ତେବେ ବ୍ୟକ୍ତିକୁ ନକାରାତ୍ମକତାର ସାମ୍ନା କରିବାକୁ ପଡ଼ିଥାଏ । ସଠିକ ଯାଗାରେ ସୁବ୍ୟବସ୍ଥିତ ବସ୍ତୁ ସକାରାତ୍ମକତା ସଞ୍ଚାର କରିଥାଏ ।

ଘରର ଉତ୍ତର ପୂର୍ବ ଭାଗରେ ଜଳ ତତ୍ତ୍ୱ ସହ ଜଡ଼ିତ ଜିନିଷ ରଖିବା ଦ୍ୱାରା ଧନର ଆଗମନ ହୋଇଥାଏ ଏବଂ ସକାରାତ୍ମକ ଉର୍ଜା ସଞ୍ଚାର ହୋଇଥାଏ । ଘରେ ସକାରାତ୍ମକତା ବଢ଼ାଇବା ପାଇଁ ଅଧିକାଂଶ ଲୋକ ଆକ୍ୱାରିୟମ ରଖିଥାଆନ୍ତି । ମାନ୍ୟତା ରହିଛି ଯେ, ଆକ୍ୱାରିୟମରେ ଥିବା ମାଛ ଘରର ନକାରାତ୍ମକ ଉର୍ଜାକୁ ନଷ୍ଟ କରିଥାଆନ୍ତି ।

ଅଧିକାଂଶ ଲୋକ ନିଜ ଘରେ ଆକ୍ୱାରିୟମ ରଖିଥାଆନ୍ତି କିନ୍ତୁ ଏହାକୁ କେଉଁ ଦିଗରେ ରଖାଯିବା ଉଚିତ ଏବଂ କେମିତି ରଖିବା ଉଚିତ ସେ ବାବଦରେ ଅଜ୍ଞାତ ଥାଆନ୍ତି । ଏହି କାରଣରୁ ଆକ୍ୱାରିୟମର ପୂର୍ଣ୍ଣ ଲାଭ ଉଠାଇବାରେ ଅକ୍ଷମ ହୋଇଥାଆନ୍ତି । ତେବେ ଆସନ୍ତୁ ଜାଣିବା ବାସ୍ତୁ ହିସାବରେ ଘରେ ଆକ୍ୱାରିୟମ ରଖିବାର କିଛି ଉପାୟ…

  •  ଆକ୍ୱାରିୟମକୁ ଉତ୍ତର ପୂର୍ବ ଦିଗରେ ରଖିବା ଶୁଭ ମନେ କରାଯାଏ ।
  • ଆକ୍ୱାରିୟମର ପାଣି ସମୟ ସମୟରେ ବଦଳାଇବା ଉଚିତ, ଏହାଦ୍ୱାରା ଘରେ ସକାରାତ୍ମକ ଉର୍ଜା ବୃଦ୍ଧି ହୋଇଥାଏ ।
  • ଧ୍ୟାନ ରଖିବେ ଯେ, ଆକ୍ୱାରିୟମର ପାଣି ଯେମିତି କେବେ ସ୍ଥିର ନରହେ, ଅନ୍ୟଥା ଆର୍ଥିକ ଉନ୍ନତି ଉପରେ ପ୍ରଭାବ ପଡ଼ିଥାଏ ।
  • ଘରେ ଆକ୍ୱାରିୟମରେ ଏକ ନିର୍ଦ୍ଧିଷ୍ଟ ସଂଖ୍ୟାରେ ମାଛ ରଖିବା ଉଚିତ, ମାଛ ଆକ୍ୱାରିୟମରେ ୯ଟି ମାଛ ରଖିବା ଶୁଭ ମନେ କରାଯାଏ ।
  • ଦାମ୍ପତ୍ୟ ଜୀବନରେ ପ୍ରେମ ବଜାୟ ରଖଇବା ପାଇଁ ଆକ୍ୱାରିୟମକୁ ଘରର ମୁଖ୍ୟ ଦ୍ୱାରାର ବାମ ପଟେ ରଖିବା ଉଚିତ ।
  • ଘରର ରୋଷେଇ ଘରେ ଆକ୍ୱାରିୟମ ରଖିବା ଉଚିତ ନୁହେଁ । ବାସ୍ତୁ ଅନୁସାରେ ରୋଷେଇ ଘରେ ଆକ୍ୱାରିୟମ ରଖିବା ଦ୍ୱାରା ପରସ୍ପର ମଧ୍ୟରେ କଳହ ସୃଷ୍ଟି ହେବାର ସମ୍ଭାବନା ଥାଏ ।

Leave a Reply