ଘରେ ଗଙ୍ଗାଜଳ ରଖିବାର ସଠିକ ସ୍ଥାନ ? ଜାଣନ୍ତୁ ଏବଂ ପୁଣ୍ୟ ଲାଭ ପ୍ରାପ୍ତି କରନ୍ତୁ ..

ନନ୍ଦିଘୋଷ ବ୍ୟୁରୋ: ଗଙ୍ଗାଜଳକୁ ସନାତନ ଧର୍ମରେ ଅତ୍ୟନ୍ତ ପବିତ୍ର ମାନା ଯାଇଛି। ଘରେ ଗଙ୍ଗାଜଳ ରଖିବା ଦ୍ଵାରା ସୁଖଶାନ୍ତି ଓ ଧନସମ୍ପତ୍ତି ବୃଦ୍ଧି ହୋଇଥାଏ। କିନ୍ତୁ କଣ ଆପଣ ଜାଣିଛନ୍ତି କି, ବାସ୍ତୁ ଶାସ୍ତ୍ରରେ ଗଙ୍ଗାଜଳ ରଖିବାର କିଛି ଖାସ ନିୟମ ରହିଛି ଯାହାକୁ ଆମେ ପାଳନ କରିବା ନିହାତି ଆବଶ୍ୟକ । ସନାତନ ଧର୍ମରେ ଗଙ୍ଗାଜଳକୁ ଜୀବିତ ଦେବୀ ଭାବରେ ବିବେଚନା କରାଯାଇଛି । ଯେଉଁ ନଦୀ କୋଟି କୋଟି ଲୋକଙ୍କୁ ମିଠା ପାଣି ଦ୍ଵାରା ଜୀବନରେ ସକାରାତ୍ମକ ମାର୍ଗ ଦେଖାଇଥାଏ। ଘରେ ଗଙ୍ଗାଜଳ ରଖିବା ଦ୍ଵାରା ଶୁଭ ହୋଇଥାଏ ଏବଂ ଘରେ ସୁଖଶାନ୍ତି ବିଦ୍ୟମାନ ହୋଇଥାଏ । ପ୍ରତ୍ୟେକ ମାଙ୍ଗଳିକ କାର୍ଯ୍ୟ ଓ ସଂସ୍କାର ଗୁଡିକରେ ଗଙ୍ଗାଜଳ ବ୍ୟବହାର ସୁନିଶ୍ଚିତ ହୋଇଥାଏ। କଣ ଆପଣ ଜାଣିଛନ୍ତି କି, ଗଙ୍ଗାଜଳକୁ ଘରର କେଉଁ ସ୍ଥାନରେ ରଖିଲେ ଶୁଭ ଫଳ ପ୍ରାପ୍ତି ହୋଇଥାଏ।
ଗଙ୍ଗା ଜଳ ରଖିବାର ନିୟମ
ବାସ୍ତୁ ଶାସ୍ତ୍ର ଅନୁସାରେ, ଗଙ୍ଗାଜଳକୁ କେବେବି ବାଥରୁମ୍ କିମ୍ବା ଶୌଚାଳୟ ପାଖରେ ରଖିବା ଉଚିତ୍ ନୁହେଁ । ଏହା କରିବା ଦ୍ୱାରା ଏହାର ପବିତ୍ରତା ଭଙ୍ଗ ହୁଏ ଏବଂ ନକାରାତ୍ମକ ଶକ୍ତି ବୃଦ୍ଧି ପାଏ । ଗଙ୍ଗାଜଳକୁ ଠାକୁର ଘରେ ରଖିବାର ବିଧି ରହିଛି । ଗଙ୍ଗାଜଳକୁ ସ୍ନାନ ନକରି ସ୍ପର୍ଶ କରିବା ଉଚିତ ନୁହେଁ । ନଚେତ ଗଙ୍ଗାଜଳ ଅପବିତ୍ର ହୋଇ ଯାଇଥାଏ। ଯାହାଫଳରେ ଗଙ୍ଗାଜଳ ସିଞ୍ଚନ କରିବା ପରେ ମଧ୍ୟ କୌଣସି ଶୁଭ ଫଳ ପ୍ରାପ୍ତି ହୋଇନଥାଏ ।
ବାସ୍ତୁ ଶାସ୍ତ୍ର ଅନୁସାରେ ଗଙ୍ଗାଜଳକୁ କାଚ ବୋତଲରେ ରଖିବା ଅତ୍ୟନ୍ତ ଶୁଭ ହୋଇଥାଏ। ଏହାକୁ ଯଦି ପ୍ଲାଷ୍ଟିକ ବୋତଲରେ ରଖୁଛନ୍ତି, ତାହେଲେ ଧ୍ୟାନ ରଖନ୍ତୁ କି ଏହି ପ୍ଲାଷ୍ଟିକ ବୋତଲ ପୁନଃ ପ୍ରୟୋଗ ହୋଇ ନଥିବା ଆବଶ୍ୟକ। ଯଦି ଆପଣ ଗଙ୍ଗାଜଳକୁ ଲୋଟାରେ ରଖିବାକୁ ଚାହୁଁଛନ୍ତି, ତାହେଲେ ତମ୍ବା, ପିତ୍ତଳ, ରୂପାର ଲୋଟାରେ ରଖିବା ଆବଶ୍ୟକ। ଗଙ୍ଗାଜଳକୁ କେବେବି ଖୋଲା ପାତ୍ରରେ ରଖିବା ଉଚିତ୍ ନୁହେଁ। ଏହାକୁ ସବୁବେଳେ ଘୋଡାଇ ରଖନ୍ତୁ।
ଗଙ୍ଗାଜଳ ସିଞ୍ଚନ କରିବା ପରେ ସେଥିରେ ଆଙ୍ଗୁଠି ପକାଇବା ଅଶୁଭ ବୋଲି ବିବେଚନା କରାଯାଏ। ଏହା ଅଶୁଚିତା ଆଣିଥାଏ। ତେଣୁ ଗ୍ଗାଜଳ ସିଞ୍ଚନ କରିବା ପୂର୍ବରୁ ବିଶେଷ ଧ୍ୟାନ ରଖନ୍ତୁ । ନହେଲେ ଏହାର ପବିତ୍ରତା ନଷ୍ଟ ହୁଏ ।
ଗଙ୍ଗାଜଳ କେବେବି ରୋଷେଇ ଘର କିମ୍ବା ଖାଦ୍ୟ ସାମଗ୍ରୀ ପାଖରେ ରଖିବା ଉଚିତ୍ ନୁହେଁ। ଏହା କରିବା ଦ୍ୱାରା ଦେବୀ ଅନ୍ନପୂର୍ଣ୍ଣା କ୍ରୋଧିତ ହୁଅନ୍ତି। ଘରେ ଆପଣ ଯେଉଁ ସ୍ଥାନରେ ଗଙ୍ଗାଜଳ ରଖୁଛନ୍ତି, ସେହି ସ୍ଥାନକୁ ସର୍ବଦା ପରିଷ୍କାର ପରିଚ୍ଛନ୍ନ ରଖିବା ଆବଶ୍ୟକ। କାରଣ ପରିଷ୍କାର ପରିଚ୍ଛନ୍ନ ସ୍ଥାନରେ ଦେବୀ ଓ ଦେବତା ମାନେ ବାସ କରିଥାନ୍ତି। ତେଣୁ ଘର ଦୁଆର ସର୍ବଦା ସଫାସୁତୁରା ରଖିବା ଉଚିତ।ଯେଉଁଠାରେ ସୂର୍ଯ୍ୟ ଆଲୋକ ପଡୁଛି ସେହି ସ୍ଥାନରେ ଗଙ୍ଗାଜଳ ରଖନ୍ତୁ।
ଗଙ୍ଗାଜଳକୁ ବାରମ୍ବାର ବ୍ୟବହାର କରିବା ମଧ୍ୟ ଭୁଲ ବୋଲି ବିବେଚନା କରାଯାଏ। ଏହା କରିବା ଦ୍ୱାରା ଏହାର ଦିବ୍ୟତା ସମାପ୍ତ ହୁଏ ।ଗଙ୍ଗା ଜଳ ବ୍ୟବହାର କରିବା ସମୟରେ ଚପଲ ପିନ୍ଧିବା ଭୁଲ ବୋଲି ବିବେଚନା କରାଯାଏ, ଏହା ସକାରାତ୍ମକ ଶକ୍ତି ଆଣିଥାଏ।