ଗାଧୋଇବା ପରେ ତୁରନ୍ତ ସିନ୍ଦୁର ପିନ୍ଧୁଛନ୍ତି କି ! ସାବଧାନ

ଜୀବନକୁ ସୁନ୍ଦର ଓ ସକାରାତ୍ମକ କରିବାକୁ ବାସ୍ତୁ ଶାସ୍ତ୍ରରେ କିଛି ଉପାୟକୁ ଆପଣାଇବାକୁ କୁହାଯାଇଛି । ଏବଂ ବାସ୍ତୁ ଅନୁସାରେ କେଉଁ କେଉଁ ଜିନିଷ ପ୍ରତି ଧ୍ୟାନ ଦେବାକୁ ପଡ଼ିବ ସେ ବିଷୟରେ ମଧ୍ୟ କୁହାଯାଇଛି | ଏଥିରେ, ଘରର ଦିଗକୁ ବାସ୍ତୁଶାସ୍ତ୍ରରେ ଶୁଭ ଓ ଅଶୁଭ ଘଟଣା ସହ ଯୋଡ଼ା ଯୋଇଛି । ଯଦି ଘରର ସମସ୍ତ କାର୍ଯ୍ୟ ବାସ୍ତୁ ଅନୁଯାୟୀ କରାଯାଏ ତାହାଲେ ପରିବାରର ଉନ୍ନତି ହୋଇଥାଏ । ସେହିଭଳି ବାସ୍ତୁ ସହିତ ଜଡିତ ଏକ ଛୋଟ ଭୁଲ ମଧ୍ୟ ପରିବାରକୁ ସଙ୍କଟରେ ପକାଇଥାଏ ।

ଆସନ୍ତୁ ଜାଣିବା ଏଭଳି ୫ ଟି ତ୍ରୁଟି ବିଷୟରେ ଯାହା ବାସ୍ତୁ ଶାସ୍ତ୍ରରେ ଅଶୁଭ ବୋଲି କୁହାଯାଇଛି ?

ପ୍ରାୟତଃ ଲୋକମାନେ ବାଥରୁମରେ ପୋଷାକ ଧୋଇବା ପରେ ବାଲ୍ଟିରେ ଅବଶିଷ୍ଟ ପାଣି ଛାଡିଥା’ନ୍ତି । ବାସ୍ତୁ ଅନୁଯାୟୀ, ଏହା କରିବା ଅତ୍ୟନ୍ତ ଖରାପ । ବାଲ୍ଟିରେ ମଇଳା ପାଣି ରଖିବା ଆମ ଜୀବନ ଉପରେ ଖରାପ ପ୍ରଭାବ ପକାଇଥାଏ । ଏହା କରିବା ଦ୍ୱାରା ନକାରାତ୍ମକ ଶକ୍ତି ଘରେ ପ୍ରବେଶ କରିପାରେ । ଘରର ସୁଖ ଏବଂ ଶାନ୍ତି ଉପରେ ଖରାପ ପ୍ରଭାବ ପଡ଼ିପାରେ ।

ଯଦି ଆପଣ ଗାଧୋଇବା ପରେ କୌଣସି ତୀକ୍ଷ୍ଣ ଧାରାର ଉପକରଣ ବ୍ୟବହାର କରନ୍ତି, ତେବେ ସାବଧାନ । ବାସ୍ତୁ ଅନୁଯାୟୀ, ଗାଧୋଇବା ପରେ ନଖ କଟିବା, ବ୍ଲେଡ୍ କିମ୍ବା ରେଜର ଭଳି ତୀକ୍ଷ୍ଣ ଉପକରଣ ବ୍ୟବହାର କରିବା ଉଚିତ୍ ନୁହେଁ । ଏହା କରିବା ଅତ୍ୟନ୍ତ ଅଶୁଭ ।

ସେହିପରି ଘରର ବାଥରୁମରେ କେବେବି ଖାଲି ବାଲ୍ଟି ରଖନ୍ତୁ ନାହିଁ | ବାସ୍ତୁ ଅନୁଯାୟୀ, ବାଲ୍ଟି କିମ୍ବା କୁଣ୍ଡକୁ ସବୁବେଳେ ପାଣିରେ ଭର୍ତ୍ତି କରି ବାଥରୁମରେ ରଖନ୍ତୁ । ଯଦି ଆପଣ ସେଗୁଡିକୁ ପାଣିରେ ଭର୍ତ୍ତି ନକରୁଛନ୍ତି , ତେବେ ସେଗୁଡିକ ଓଲଟାଇ ରଖନ୍ତୁ । ଏହା କରିବା ଦ୍ୱାରା ଆପଣ କୌଣସି ବଡ଼ କ୍ଷତିରୁ ରକ୍ଷା ପାଇପାରିବେ ।

ତେବେ ସବୁଠୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ବିବାହିତ ମହିଳାମାନେ ଗାଧୋଇବା କିମ୍ବା କେଶ ଧୋଇବା ପରେ ତୁରନ୍ତ ସିନ୍ଦୁର ପିନ୍ଧି ଥାନ୍ତି ଏମିତି କରିବା ମଧ୍ୟ ବାସ୍ତୁ ଶାସ୍ତ୍ର ଅନୁଯାୟୀ ଅଶୁଭ । ବାସ୍ତୁ ଅନୁଯାୟୀ, ଏହା କରିବା ଦ୍ୱାରା ମହିଳାଙ୍କ ଉପରେ ଖରାପ ପ୍ରଭାବ ପଡ଼ିବ । ସେମାନଙ୍କ ମନରେ ଖରାପ ଚିନ୍ତାଧାରା ଜାତ ହେବ । ଏବଂ ଘରର ସୁଖ ଏବଂ ଶାନ୍ତି  ଭଙ୍ଗ ହେବ । ଏହାସହ ପାରିବାରିକ କଳହ ମଧ୍ୟ ଦେଖାଯାଇପାରେ ।

ତେବେ ଗାଧୋଇବା ପରେ ବାଥରୁମର ଚଟାଣକୁ ଭଲ ଭାବରେ ସଫା କରନ୍ତୁ । ବାଥରୁମର ଚଟାଣ ସର୍ବଦା ଓଦା ରହିଲେ ଘରେ ଆର୍ଥିକ ସମସ୍ୟା ଦେଖାଦେବ ।  ଏଥିସହ, ବାଥରୁମକୁ ଅପରିଷ୍କାର ରଖନ୍ତୁ ନାହିଁ ଏବଂ ସମସ୍ତ ଜିନିଷକୁ ସଠିକ୍ ସ୍ଥାନରେ ରଖନ୍ତୁ ।