ରାଜଘାଟ ସ୍ଥିତ ମହାତ୍ମାଗାନ୍ଧୀଙ୍କ ସମାଧିସ୍ଥଳରେ ଶ୍ରଦ୍ଧାଞ୍ଜଳି ଦେବେ ବିଶ୍ବନେତା

1 min read

ନୂଆଦିଲ୍ଲୀ : ଆଜି ଜି-୨୦ ବୈଠକର ଦ୍ବିତୀୟ ଦିନ । ଆଜି ରାଜଘାଟ ଯାଇ ମହାତ୍ମାଗାନ୍ଧୀଙ୍କ ସମାଧିସ୍ଥଳରେ ଶ୍ରଦ୍ଧାଞ୍ଜଳି ଦେବେ ବିଶ୍ବନେତା  । ଏଥିସହ ଅନ୍ୟାନ୍ୟ କାର୍ଯ୍ୟକ୍ରମ ମଧ୍ୟ ରହିଛି । ଗତକାଲି ଅନେକ ପ୍ରସ୍ତାବ ଉପରେ ବିଶ୍ବନେତା ନିଜର ସହମତି ପ୍ରକାଶ କରିଛନ୍ତି  । ନୂଆଦିଲ୍ଲୀ ଘୋଷଣାନାମାରେ ୟୁକ୍ରେନରେ ଏକ ବ୍ୟାପକ, ନ୍ୟାୟପୂର୍ଣ୍ଣ ଏବଂ ସ୍ଥାୟୀ ଶାନ୍ତି ପ୍ରତିଷ୍ଠା ପାଇଁ ଆହ୍ଵାନ ଦିଆଯାଇଛି । ସଦସ୍ୟ ରାଷ୍ଟ୍ରମାନଙ୍କୁ ମଧ୍ୟ ଅନ୍ୟ ରାଷ୍ଟ୍ରର ସୀମାକୁ ବଳପୂର୍ବକ ଅକ୍ତିଆର କରିବା ଭଳି କାର୍ଯ୍ୟରୁ ଦୂରେଇ ରହିବାକୁ କୁହାଯାଇଛି । କୌଣସି ରାଷ୍ଟ୍ରର ଅଖଣ୍ଡତାକୁ କ୍ଷୁଣ୍ଣ କରିବା ଭଳି କାର୍ଯ୍ୟକଳାପରେ ଲିପ୍ତ ରହିବା କାର୍ଯ୍ୟରୁ ଦୂରେଇ ରହିବାକୁ ଅନୁରୋଧ କରାଯାଇଛି। ଆଣବିକ ଅସ୍ତ୍ରଶସ୍ତ୍ରର ବ୍ୟବହାର କିମ୍ବା ଧମକକୁ ଅଗ୍ରହଣୀୟ ବୋଲି ମଧ୍ୟ ଘୋଷଣାନାମାରେ ସ୍ପଷ୍ଟ କରାଯାଇଛି ।Delhi: With Centre's nod for development work, Mahatma Gandhi samadhi at Rajghat to go digital - India Today

ଆଜିର ସମୟ, ଯୁଦ୍ଧର ସମୟ ନୁହେଁ ବୋଲି ଘୋଷଣାନାମାରେ ଦର୍ଶାଯାଇଛି । ୟୁକ୍ରେନ୍ ଆକ୍ରମଣ ପ୍ରସଙ୍ଗରେ ରୁଷ ବିରୋଧରେ କୌଣସି ସିଧାସଳଖ ମନ୍ତବ୍ୟ ରଖା ନଯାଇ ଏଭଳି ସଂକଳ୍ପ ନିଆଯାଇଛି । ଦିଲ୍ଲୀରେ ଅନୁଷ୍ଠିତ ଜି-୨୦ ଶିଖର ସମ୍ମିଳନୀରେ ‘ବିଶ୍ୱରେ ବିଶ୍ୱାସର ଅଭାବ’ ଦୂର କରିବା, ଆମେରିକା, ଭାରତ, ସାଉଦି ଆରବ ଏବଂ ଉପସାଗରୀୟ ଏବଂ ଆରବ ରାଷ୍ଟ୍ରକୁ ସଂଯୋଗ କରୁଥିବା ରେଳ ଏବଂ ଜାହାଜ ଚଳାଚଳ ଯୋଗାଯୋଗ ନେଟୱାର୍କର ଶୁଭାରମ୍ଭ ଏବଂ ବିଶ୍ୱ ଜୈବ ଇନ୍ଧନ ‘ଆଲାଏନ୍ସ’ର ଶୁଭାରମ୍ଭ ପାଇଁ ଆହ୍ଵାନ ଦିଆଯାଇଛି । ଏହା ବ୍ୟତୀତ ବୈଠକରେ ବହୁ ରାଷ୍ଟ୍ର ମଧ୍ୟରେ ଦ୍ବିପାକ୍ଷିକ ବୈଠକ ଅନୁଷ୍ଠିତ ହୋଇଛି ।