ଲକ୍ଷ୍ମୀପୁର ଚାଷୀ ମୃତ୍ୟୁ ଘଟଣା ବେଳର ଭିଡିଓ ସେୟାର କଲେ ବରୁଣ ଗାନ୍ଧୀ

ଲକ୍ଷ୍ଣୌ: ଉତ୍ତରପ୍ରଦେଶ ଲକ୍ଷ୍ମୀପୁର ଖେରି ହିଂସାକାଣ୍ଡ ଘଟଣାର ଏକ ଭିଡିଓ ସାମ୍ନାକୁ ଆସିଛି । ଏଥିରେ ଗୋଟିଏ ଜିପ୍ ଆନ୍ଦୋଳନରତ ଚାଷୀଙ୍କ ଉପରେ ମାଡ଼ିଯାଉଥିବା ଦେଖିବାକୁ ମିଳିଛି । ଯାହାକୁ ଟ୍ୱିଟରେ ସେୟାର କରିଛନ୍ତି ବିଜେପି ସାଂସଦ ବରୁର ଗାନ୍ଧୀ । ଭିଡିଓରେ ଚାଷୀମାନେ ରାସ୍ତାରେ ଚାଲିଚାଲି ଯାଉଥିବା ବେଳେ ହଠାତ୍ ଗୋଟିଏ କଳା ରଙ୍ଗର ଜିପ୍ ପଛପଟୁ ସେମାନଙ୍କ ଉପରେ ମାଡ଼ି ଆଗକୁ ଚାଲି ଯାଉଥିବା ଦେଖିବାକୁ ମିଳିଛି। ଗାଡ଼ି ଚାଲିଯିବା ପରେ ଲୋକମାନେ ଏଣେତେଣେ ରକ୍ତାକ୍ତ ଅବସ୍ଥାରେ ପଡ଼ିଛନ୍ତି। ପ୍ରଥମେ ଏହାକୁ କଂଗ୍ରେସ ମହାସଚିବ ପ୍ରିୟଙ୍କ ଗାନ୍ଧୀ ଭଦ୍ରା ଟ୍ୱିଟ କରିଥିବା ବେଳେ ଏବେ ବିଜେପି ସାଂସଦ ବରୁଣ ଗାନ୍ଧୀ ମଧ୍ୟ ଏହାକୁ ସେୟାର କରିଛନ୍ତି । ଆଉ ଲେଖିଛନ୍ତି ଜାଣିଶୁଣି କୃଷକଙ୍କ ଉପରକୁ ଗାଡ଼ି ଚଢ଼ାଯାଉଛି । ଏଭଳି ଭିଡିଓ ଯେ କୌଣସି ବ୍ୟକ୍ତିକୁ ବ୍ୟତିଥ କରିବ । ପୁଲିସ୍ ତୁରନ୍ତ ଏହି ଭିଡିଓକୁ ତଦନ୍ତ ପରସରକୁ ନେଉ । ଏଥିସହ ଗାଡ଼ିର ମାଲିକ, ସେଥିରେ ବସିଥିବା ଲୋକ ଓ ଏହି ଘଟଣା ସହ ଜଡ଼ିତ ସମସ୍ତ ବ୍ୟକ୍ତିବିଶଷଙ୍କୁ ଚିହ୍ନଟ କରି ତୁରନ୍ତ ଗିରଫ କରୁ ବୋଲି ସେ ଟ୍ୱିଟରେ ଲେଖିଛନ୍ତି ।
लखीमपुर खीरी में किसानों को गाड़ियों से जानबूझकर कुचलने का यह वीडियो किसी की भी आत्मा को झखझोर देगा।
पुलिस इस वीडियो का संज्ञान लेकर इन गाड़ियों के मालिकों, इनमें बैठे लोगों, और इस प्रकरण में संलिप्त अन्य व्यक्तियों को चिन्हित कर तत्काल गिरफ्तार करे।
#LakhimpurKheri@dgpup pic.twitter.com/YmDZhUZ9xq
— Varun Gandhi (@varungandhi80) October 5, 2021