ଟ୍ରାଫିକ୍‌ ନିୟମ ଭାଙ୍ଗି ଫସିଲେ ବରୁଣ ଧାଓ୍ୱନ୍‌, ଚାଲାଣ କାଟିଲେ, ଏବେ ନୋଟିସ ବି ଯିବ

 କାନପୁର:  ବଲିଉଡ ଅଭିନେତା ବରୁଣ ଧାଓ୍ୱନ ଏବେ ଫିଲ୍ମ ‘ବବାଲ’ର ସୁଟିଂ ପାଇଁ କାନପୁରରେ ଅଛନ୍ତି । ବୁଧବାର ବରୁଣ ପି ରୋଡ୍‌ ବଜାରର ସଡ଼କରେ ବୁଲେଟ୍‌ ଚଲାଉଥିଲେ । ଗୁରୁବାର ଡିପ୍ଟି ପଡ଼ାବରେ ସୁଟିଂ କଲେ । ଏହି ସମୟରେ ବରୁଣଙ୍କ ଏକ ଝଲକ ପାଇବା ପାଇଁ ଦର୍ଶକ ରାସ୍ତା ଉପରକୁ ଆସିଗଲେ  ଏବଂ ବରୁଣଙ୍କ ଠାରୁ ଅଟୋଗ୍ରାଫ୍‌ ମଧ୍ୟ ନେଲେ । କିନ୍ତୁ ସୁଟିଂ ସମୟରେ ହେଲମେଟ୍‌ ପିନ୍ଧିନଥିଲେ । ତା ସାଙ୍ଗକୁ ସୁଟିଂ ପାଇଁ ବ୍ୟବହାର ହୋଇଥିବା ବୁଲେଟର ନମ୍ବର ମଧ୍ୟ ନକଲି । ରାସ୍ତାରେ କେହି ଜଣେ ବରୁଣଙ୍କ ବିନା ହେଲମେଟରେ ଥିବା ଫଟୋ ଏବଂ ଭିଡ଼ିଓ ସୋସିଅଲ ମିଡିଆରେ ପୋଷ୍ଟ କରିଦେଲା  ଏବଂ ତାହା ଭାଇରାଲ ହୋଇଗଲା ।

 ବିନା ହେଲମେଟରେ ଗାଡ଼ି ଚଲାଇ ଥିବାରୁ ବରୁଣଙ୍କ ନାଁରେ ଟ୍ରାଫିକ ପୋଲିସ୍‌ ଚାଲାଣ କାଟିଲା । କିନ୍ତୁ ନକଲି ନମ୍ବର ଲାଗିଥିବା ମାମଲାରେ ଏପର୍ଯ୍ୟନ୍ତ କୌଣସି କାର୍ଯ୍ୟାନୁଷ୍ଠାନ ନିଆଯାଇନାହିଁ ।  ଏହା ମଧ୍ୟ କୁହାଯାଉଛିଯେ, ପୋଲିସ୍‌ ବରୁଣଙ୍କୁ ନୋଟିସ୍‌ ମଧ୍ୟ ପଠାଇବ ।

ସୁଚନାଯୋଗ୍ୟ କାନୁପରରେ ଏବେ ଫିଲ୍ମ ବବାଲର ସୁଟିଂ ଚାଲିଛି । ଯଦିଓ ପୂର୍ବରୁ ଲକ୍ଷ୍ନୌକୁ ସ୍ଥିର କରାଯାଇଥିଲା, କିନ୍ତୁ ପରେ ଏହି ନିଷ୍ପତ୍ତି ବଦଳାଇ ଦିଆଗଲା ।  ଏବେ କାନପୁର ସହରର ବିଭିନ୍ନ ସ୍ଥାନରେ ସୁଟିଂ କରାଯିବ । ଯାହା ପ୍ରାୟ ୧ ସପ୍ତାହ ଧରି ଜାରି ରହିବ । ତେବେ ଏହି ଫିଲ୍ମ ସାଜିଦ ନାଡ଼ିୟାଡବାଲାଙ୍କ ବ୍ୟାନରରେ ନିର୍ମାଣ ହେଉଛି ।     ଫିଲ୍ମରେ ବରୁଣ ଜଣେ ଶିକ୍ଷକ ଚରିତ୍ରରେ ନଜର ଆସିବେ ।