ଅନୁଭବଙ୍କ ବିରୋଧରେ ପୁଣି ଏକ ଏତଲା ଦେଲେ ବର୍ଷା
1 min read
କଟକ: ଅନୁଭବଙ୍କ ବିରୋଧରେ ପୁଣି ଆଉ ଏକ ଏତଲା ଦେଲେ ବର୍ଷା । ସ୍ୱାମୀଙ୍କ ବିରୋଧରେ କଟକ ସାଇବର ଥାନାର ଦ୍ୱାରସ୍ଥ ହେଲେ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ । ସାମାଜିକ ଗଣମାଧ୍ୟମରେ ତାଙ୍କ ଛବି ଖରାପ କରିବାକୁ ଉଦ୍ୟମ କରାଯାଉଛି ବୋଲି ଏତଲାରେ ବର୍ଷା ଉଲ୍ଲେଖ କରିଛନ୍ତି । ଅଭିଯୁକ୍ତଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ବର୍ଷା ନିବେଦନ କରିଛନ୍ତି । ବର୍ଷାଙ୍କ ଏତଲା ଆଧାରରେ IPC ଧାରା 509 ଏବଂ ଧାରା 67 ଆଇଟି ଆକ୍ଟରେ ମମାଲ ରୁଜୁ କରିଛି କଟକ ସାଇବର ଥାନା ପୋଲିସ ।