ଆହୁରି ବଢ଼ିଲା ସେଲିବ୍ରିଟି ଦମ୍ପତି ବିବାଦ, ଅନୁଭବଙ୍କ ନାଁରେ ପୁଣି ମାମଲା ରୁଜୁ କଲେ ବର୍ଷା

1 min read

କଟକ: ପୁଣି ଚର୍ଚ୍ଚାରେ ଓଲିଉଡର ସେଲିବ୍ରିଟି କପଲ୍ ବର୍ଷା ଅନୁଭବ ପାରିବାରିକ ବିବାଦ ମାମଲା । ଅନୁଭବଙ୍କ ନାଁରେ ପୁଣି ଏକ ମାମଲା ରୁଜୁ କଲେ ବର୍ଷା ପ୍ରିୟଦର୍ଶିନୀ । କଟକ SDJM କୋର୍ଟରେ ରୁଜୁ କଲେ କମ୍ପ୍ଲେନ କେସ । ଅନୁଭବ ତାଙ୍କର ସମ୍ମାନ ହାନି କରୁଥିବା ପିଟିସନରେ ଉଲ୍ଲେଖ କରିଛନ୍ତି ବର୍ଷା । ସାମାଜିକ ଗଣମାଧ୍ୟମରେ ଅନୁଭବ ବିଭିନ୍ନ ପୋଷ୍ଟ ଜରିଆରେ ତାଙ୍କ ସମ୍ମାନ ହାନି କଲା ପରି ମନ୍ତବ୍ୟ ଦେଉଥିବାରୁ ପୁଣି କୋର୍ଟଙ୍କ ଦ୍ବାରସ୍ଥ ହୋଇଛନ୍ତି ବର୍ଷା ।

ପୂର୍ବରୁ ବର୍ଷାଙ୍କୁ ଅନୁଭବଙ୍କ ଘର ଛାଡ଼ିବାକୁ ନିର୍ଦ୍ଦେଶ ଦେଇଛନ୍ତି କୋର୍ଟ । ଏବଂ ଅଦାଲତଙ୍କ ନିର୍ଦ୍ଦେଶକ୍ରମେ ସାଂସଦ ଅନୁଭବ ମହାନ୍ତି, ବର୍ଷାଙ୍କ ଆକାଉଣ୍ଟରେ ୩୦ ହଜାର ଟଙ୍କା ଜମା କରିସାରିଛନ୍ତି । ପ୍ରତି ମାସ ୧୦ ତାରିଖ କିମ୍ବା ଏହାର ପୂର୍ବରୁ ବର୍ଷାଙ୍କ ଆକାଉଣ୍ଟରେ ୩୦ ହଜାର ଟଙ୍କା ଜମା କରିବାକୁ ନିର୍ଦ୍ଦେଶ ଦେଇଛନ୍ତି କୋର୍ଟ । ଅନୁଭବଙ୍କ ବାପାଙ୍କ ଦେହ ଅସୁସ୍ଥ ଥିବାରୁ ବର୍ଷା, ଅନୁଭବଙ୍କ ପୈତୃକ ଘରେ ନରହିବାକୁ କୋର୍ଟରେ ଆବେଦନ କରିଥିଲେ । ତେବେ ଦୁଇ ମାସ ମଧ୍ୟରେ ବର୍ଷା ଅନୁଭବଙ୍କ ପୈତୃକ ଘର ଛାଡ଼ି ଅନ୍ୟତ୍ର ରହିବେ ବୋଲି କୋର୍ଟଙ୍କ ନିର୍ଦ୍ଦେଶ ରହିଛି ।