5T ଅଧ୍ୟକ୍ଷଙ୍କୁ ଭେଟି ଶୁଭେଚ୍ଛା ଜଣାଇଲେ ଏକାଧିକ ସଙ୍ଗଠନର କର୍ମକର୍ତ୍ତା

1 min read

ଭୁବନେଶ୍ବର: ନବ ନିଯୁକ୍ତ 5T ଓ ନବୀନ ଓଡ଼ିଶା ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନଙ୍କୁ ଜାରି ରହିଛି ଶୁଭେଚ୍ଛା ଓ ସମ୍ବର୍ଦ୍ଧନା । ଆଜି ନବୀନ ନିବାସରେ 5T ଓ ନବୀନ ଓଡ଼ିଶା ଅଧ୍ୟକ୍ଷଙ୍କୁ ଭେଟିଛନ୍ତି ଏକାଧିକ ସଂଗଠନର ସଦସ୍ୟ । ବିଜେଡ଼ି ସାଂସ୍କୃତିକ ସାମ୍ମୁଖ୍ୟ, ଲିଗାଲ ଫ୍ରଣ୍ଟ, ଅପ୍ରବାସୀ ସାମ୍ମୁଖ୍ୟ, ରାଜ୍ୟ ହୋମଗାର୍ଡ଼ ସଂଘ, ସ୍ବାସ୍ଥ୍ୟ ମିତ୍ର ସଂଘ, ଏକ୍ସ-ସର୍ଭିସ ମେନ ସଂଘ ପ୍ରମୁଖ ନବୀନ ଓଡ଼ିଶା ଅଧ୍ୟକ୍ଷଙ୍କୁ ଭେଟି ନୂଆ ଦାୟିତ୍ବ ପାଇଁ ଶୁଭେଚ୍ଛା ଜଣାଇବା ସହ ରାଜ୍ୟରେ ଚାଲିଥିବା ବିକାଶର ଧାରାରେ ପ୍ରତ୍ୟକ୍ଷ ଭୂମିକା ପାଇଁ ଅଭିନନ୍ଦନ ଜଣାଇଛନ୍ତି । ଏହି ଅବସରରେ ସମସ୍ତଙ୍କୁ ମିଳିମିଶି ବିକାଶ କାର୍ଯ୍ୟ ଜାରି ରଖି ମୁଖ୍ୟମନ୍ତ୍ରୀଙ୍କ ସ୍ବପ୍ନ ସାକାର କରିବାକୁ 5T ସଚିବ ଆହ୍ବାନ ଦେଇଥିଲେ । ସଙ୍ଗଠନ ଗୁଡ଼ିକ ବିକଶିତ ଓଡ଼ିଶା ଗଠନରେ ସହଯୋଗ କରିବାକୁ ପ୍ରତିଶ୍ରୁତି ଦେଇଛନ୍ତି ।

କାର୍ତ୍ତିକ ପାଣ୍ଡିଆନଙ୍କ ଦ୍ବିତୀୟ ଇନିଂସ ପାଇଁ ଶୁଭେଚ୍ଛା ଜଣାଉଛି ସାରା ଓଡ଼ିଶା । ୧୨ରୁ ଅଧିକ ସଙ୍ଗଠନର କର୍ମକର୍ତ୍ତା ନବୀନ ନିବାସରେ ପାଣ୍ଡିଆନଙ୍କୁ ଭେଟି ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇଛନ୍ତି । ରାଜ୍ୟର ସାମଗ୍ରୀକ ବିକାଶରେ ସରକାରଙ୍କ 5-T ନୀତିର ରହିଛି ଗୁରୁତ୍ବ । ଶିକ୍ଷା, ସ୍ବାସ୍ଥ୍ୟ ଭିତ୍ତିଭୂମି ହେଉ କି ମମତା, ବିଜୁ ସ୍ବାସ୍ଥ୍ୟ ଭଳି ଯୋଜନା । ରାସ୍ତା, ସେତୁ ହେଉ କି କ୍ରୀଡ଼ା, ପର୍ଯ୍ୟଟନର ଭିତ୍ତିଭୂମି । ସବୁ କାମ ଚାଲିଛି 5-T ଅଧିନରେ । ଏବେ ପୁଣି ଯୋଡ଼ି ହୋଇଛି ଆମ ଓଡ଼ିଶା, ନବୀନ ଓଡ଼ିଶା ଯୋଜନା । ରାଜ୍ୟ ବିକାଶ ସହ ମୁଖ୍ୟମନ୍ତ୍ରୀଙ୍କ ସ୍ବପ୍ନକୁ ସାକାର କରିବା ପାଇଁ ଦିନରାତି ଏକ କରିଦେଇଛନ୍ତି 5T ଓ ନବୀନ ଓଡ଼ିଶା ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ । ସରକାରୀ ଚାକିରିରୁ ଅବ୍ୟାହତି ନେଇ ପ୍ରତ୍ୟକ୍ଷ ରାଜନୀତିକୁ ଆସିବା ପରେ ବଢୁଛି ଶୁଭେଚ୍ଛା ଓ ସମ୍ବର୍ଦ୍ଧନା । ଆଜି ବି ନବୀନ ନିବାସରେ ଭିଡ଼ ଜମିଥିଲା ଶୁଭେଚ୍ଛା ଓ ସମ୍ବର୍ଦ୍ଧନା ପାଇଁ ।

ମୁଖ୍ୟମନ୍ତ୍ରୀଙ୍କ ବିକଶିତ ଓଡ଼ିଶା ଗଠନର ସାରଥି ସାଜିଛନ୍ତି କାର୍ତ୍ତିକ ପାଣ୍ଡିଆନ । ସରକାରୀ ଚାକିରି ଛାଡ଼ି ପ୍ରତ୍ୟକ୍ଷ ରାଜନୀତିରେ ସାମିଲ ହୋଇଛନ୍ତି । ନିଷ୍ଠାର ସହ ନିସ୍ବାର୍ଥପର ଭାବେ ମୁଖ୍ୟମନ୍ତ୍ରୀଙ୍କ ସ୍ବପ୍ନ ପୂରଣ କରିବା ହିଁ ତାଙ୍କର ଏକମାତ୍ର ଲକ୍ଷ୍ୟ ବୋଲି ସ୍ପଷ୍ଟ କରିଛନ୍ତି । 5T ଓ ନବୀନ ଓଡ଼ିଶା ଅଧ୍ୟକ୍ଷଙ୍କ ଉପରେ ବିଭିନ୍ନ ସରକାରୀ ସଙ୍ଗଠନଠାରୁ ସାଧାରଣ ଲୋକଙ୍କ ବିଶ୍ବାସ ବଢିଛି । ନବୀନ ନିବାସରେ 5T ଓ ନବୀନ ଓଡ଼ିଶା ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନଙ୍କୁ ଭେଟି ବିଭିନ୍ନ ସଙ୍ଗଠନ ସଦସ୍ୟ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇଛନ୍ତି । ବିଜେଡ଼ିର ଅନେକ ବରିଷ୍ଠ ନେତା, ବିଧାୟକ, ମନ୍ତ୍ରୀ, କର୍ମକର୍ତ୍ତା ମଧ୍ୟ ପାଣ୍ଡିଆନଙ୍କୁ ଭେଟି ଶୁଭେଚ୍ଛା ଜଣାଇଛନ୍ତି । ଯାତ୍ରା କଳାକାର ସଂଘ, ଖଣ୍ଡଗିରି ସଙ୍କୀର୍ତ୍ତନ ମଣ୍ଡଳୀ ଭଳି ଅନେକ ସଙ୍ଗଠନ ଶୁଭେଚ୍ଛା ଜଣାଇବା ସହ ସେମାନଙ୍କ ଦାବି ବିଷୟରେ ଅବଗତ କରିଛନ୍ତି ।

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭିଜନ ୨୦୩୬କୁ ନଜରରେ ରଖି ବିକାଶର ଧାରାକୁ ତ୍ବରାନିତ କରିଛନ୍ତି । ରାଜ୍ୟ ଗଠନର ୧୦୦ ବର୍ଷ ପୂର୍ତ୍ତିରେ ବିକଶିତ ଓଡ଼ିଶା, ନବୀନ ଓଡ଼ିଶା ଗଠନ ପାଇଁ ମୁଖ୍ୟମନ୍ତ୍ରୀଙ୍କ ସ୍ବପ୍ନକୁ ପୂରଣ କରିବାକୁ ସମସ୍ତଙ୍କୁ ସହଯୋଗ କରିବାକୁ ଅନୁରୋଧ କରିଛନ୍ତି 5T ଓ ନବୀନ ଓଡ଼ିଶା ଅଧ୍ୟକ୍ଷ ।