ଯୋଗୀ 2.0: ଡର୍ଜେନ ମାମଲାର ଅଭିଯୁକ୍ତକୁ ଏନକାଉଣ୍ଟର

1 min read

ଲକ୍ଷ୍ନୌ: ୟୁପିରେ ଯୋଗୀ ୨.୦ ଆରମ୍ଭ । ଶପଥ ନେଇ ନାହାଁନ୍ତି ଯୋଗୀ ଆଦିତ୍ୟନାଥ  । ପ୍ରଥମପାଳିରେ ବୁଲଡୋଜର ବୁଲୁଥିଲା ବେଳେ ଶପଥ ପୂର୍ବରୁ ସାବାଡ ହୋଇଛନ୍ତି ଅପରାଧୀ  । ୟୁପିର ଗ୍ୟାଙ୍ଗଷ୍ଟାର ତଥା ବଡ଼ ଅପରାଧିକୁ ଆଜି ଉତ୍ତର ପ୍ରଦେଶ ପୋଲିସର ଏକ ସ୍ୱତନ୍ତ୍ର ଦଳ ଏନକାଉଣ୍ଟର କରିଛି  । ୨ ଲକ୍ଷ ଟଙ୍କାର ପୁରଷ୍କାର ରାଶି ଘୋଷଣା ଥିବା ଅପରାଧି ମନୀଷ ସିଂ ସୋନୁର ଏନକାଉଣ୍ଟରରେ ମୃତ୍ୟୁ ହୋଇଛି  । କଳାଧନକୁ ଗଛିତ ରଖି ରାଜ କରୁଥିବା ଦଲାଲଙ୍କ ବିରୋଧରେ ଉତ୍ତରପ୍ରଦେଶ ସରକାର ନେଇଥିଲେ କଡ଼ା କାର୍ଯ୍ୟାନୁଷ୍ଠାନ  । ଗୋଟି ଗୋଟି କରି ଚିହ୍ନଟ କରିବା ସହ ଛାପା ମାରିଥିଲା ଉୁପି ପୋଲିସ ଏବଂ ଜବତ ହୋଇଥିଲା ବ୍ୟାପକ ଅର୍ଥ  ।

ମନୀଷ ସିଂହ ସୋନୁ ବିଷୟରେ ଯେକୌଣସି ବ୍ୟକ୍ତି ପୋଲିସକୁ ସୂଚନା ଦେବେ, ପୋଲିସ ଉକ୍ତ ବ୍ୟକ୍ତିକୁ ୨ ଲକ୍ଷ ଟଙ୍କାର ପୁରଷ୍କାର ରାଶି ପ୍ରଦାନ କରିବା ନେଇ ଘୋଷଣା କରିଥିଲା  । ଏନଡି ତିୱାରୀ ହତ୍ୟାକାଣ୍ଡ ସମେତ ୧୦ଟି ଅପରାଧିକ ଗଟଣାରେ ସଂଶ୍ଲିଷ୍ଟ ରହିଥିଲା ମନୀଷ  । ଜୋନଗପୁର, ଗାଜୀପୁର, ବାରଣାସୀ, ଏବଂ ଚନ୍ଦୈଲୀରେ ମନୀଷ ସିଂ ସୋନୁ ନାମରେ ଥିଲା ଡର୍ଜେନରୁ ଅଧିକ ଅପରାଧିକ ମାମଲା  । ତେବେ STF  ମନୀଷକୁ ଗିରଫ କରିବା ନେଇ ବାରଣାସୀର ଲୋହତା ଅଞ୍ଚଳରେ ଛାପା ମାରିଥିଲା  । ଖବର ପାଇ ମନୀଷଶ ରହୁଥିବା ଅଞ୍ଚଳରେ ପହଁଚିଥିଲା ଏସଟିଏଫ  ।

ସୂଚନା ମୁତବାକ ମନୀଷ ଏହି ଘଟଣା ବିଷୟରେ ଜାଣିପାରି ଓଲଟା ପୋଲିସ ଅପରକୁ କରିଥିଲା ଫାୟାରିଂ  । ତେବେ ଦୀର୍ଘ ଘଣ୍ଟା ଧରି STF ଏବଂ ମନୀଷ ମଧ୍ୟରେ ଛକାପଞ୍ଝା ଜାରି ରହିଥିଲା  । ଏହି ସମୟରେ ପୋଲିସ ପକ୍ଷରୁ ହୋଇଥିବା ଫାୟାରିଂରେ ମନୀଷ ଆହତ ହୋଇଥିଲା  । ଗୁଳିଟି ସିଧାସଳଖ ଭାବେ ମନୀଷ ଦେହରେ ବାଜିଥିଲା  । ତେବେ ପରବର୍ତ୍ତୀ ସମୟରେ ମନୀଷର ମୃତ୍ୟୁ ହୋଇଥିଲା  । ତେବେ ଏକଥା ମଧ୍ୟ ଚର୍ଚ୍ଚା ହେଉଛି ଯେ, ଯୋଗୀ ରାଜ୍ୟରେ ଅପରାଧି ସାବାଡ ହେବା ନେଇ ମିଶନ ୨.୦ ଆରମ୍ଭ ହୋଇଯାଇଛି  । ଆସନରେ ଯୋଗୀ ଆଦିତ୍ୟନାଥ ଅଭିଷିକ୍ତ ହେବା ପୂର୍ବରୁ ଅପରାଧିଙ୍କୁ ସାବାଡ କରିବା ନେଇ ପ୍ରସ୍ତୁତ ହୋଇଛି ମାଷ୍ଟରପ୍ଲାନ  ।