ମାର୍ଚ୍ଚ ୪ରେ ସୁପ୍ରିମକୋର୍ଟରେ ହେବ ବଂଶଧାରା ଜଳ ବିବାଦର ଅନ୍ତିମ ଶୁଣାଣି

ନୂଆଦିଲ୍ଲୀ: ମାର୍ଚ୍ଚ ୪ରେ ସୁପ୍ରିମ୍‌କୋର୍ଟରେ ବଂଶଧାରା ମାମଲାର ଅନ୍ତିମ ଶୁଣାଣି ହେବ । ସୁପ୍ରିମକୋର୍ଟ ଏହି ତାରିଖ ଧାର୍ଯ୍ୟ କରିଛନ୍ତି । ଟ୍ରିବ୍ୟୁନାଲ୍‌ରେ ଓଡ଼ିଶାକୁ ଅଣଦେଖା ନେଇ ଯୁକ୍ତି ରଖିଥିଲେ ବରିଷ୍ଠ ଆଇନଜୀବୀ କପିଲ ସିବଲ ଓ ଜୟନ୍ତ ଭୂଷଣ ।

ନେରେଡି ପ୍ରକଳ୍ପର ମୂଳ ଡିଜାଇନରେ ପରିବର୍ତ୍ତନ ହୋଇଛି । ଏଣୁ ଜମି ଅଧିଗ୍ରହଣ ଦ୍ଵାରା ଓଡ଼ିଶାର କ୍ଷତି ହେବ ବୋଲି ଓକିଲ ଯୁକ୍ତି ରଖିଥିଲେ । ଜଷ୍ଟିସ ଡି. ଓ୍ୱାଇ ଚନ୍ଦ୍ରଚୂଡ଼ ଓ ଜଷ୍ଟିସ ହୃଷୀକେଶ ରାୟଙ୍କୁ ନେଇ ଗଠିତ ଖଣ୍ଡପୀଠ ମାମଲରା ଶୁଣାଣି କରୁଛନ୍ତି । ବଂଶଧାରା ଟ୍ରିବ୍ୟୁନାଲର ରାୟକୁ ଚ୍ୟାଲେଞ୍ଜ କରି ଓଡ଼ିଶା ସୁପ୍ରିମକୋର୍ଟ ଯାଇଛି । ଗତ ଏପ୍ରିଲ ମାସରେ ଟ୍ରିବ୍ୟୁନାଲ ରାୟ ପ୍ରକାଶ କରିଥିଲେ ।

ଯେଉଁଥିରେ ଓଡ଼ିଶାର ସ୍ୱାର୍ଥକୁ ଅଣଦେଖା କରାଯାଇଥିବା ରାଜ୍ୟ ଅଭିଯୋଗ କରିଥିଲା । ଆନ୍ଧ୍ରପ୍ରଦେଶ ପକ୍ଷରୁ ନିର୍ମାଣ କରାଯାଇଥିବା ନେରେଡି ପ୍ରକଳ୍ପ ପାଇଁ ପ୍ରାୟ ୧୦୬ ଏକର ଜମି ଅଧିଗ୍ରହଣ କରିବାକୁ ଓଡ଼ିଶାକୁ ନିର୍ଦ୍ଦେଶ ଦିଆଯାଇଥିଲା । ଓଡ଼ିଶା ପକ୍ଷରୁ ନେରେଡି ପ୍ରକଳ୍ପର ଡିଜାଇନ ମଗାଯାଇଥିଲେ ମଧ୍ୟ ମିଳି ନଥିଲା।

Leave a Reply