ଆଜି ହେଉଛି ପ୍ରେମ ପାଇଁ ଦିନ ଟିଏ

1 min read

ଭୁବନେଶ୍ୱର: ଆଜି ଭାଲେଣ୍ଟାଇନ୍ ଡେ  ।  ଅର୍ଥାତ୍ ଆଜି ହେଉଛି ପ୍ରେମ ପାଇଁ ଦିନ ଟିଏ  । ପ୍ରେମ ଶାଶ୍ୱତ, ପ୍ରେମ ଚିରନ୍ତନ  । ପ୍ରେମ କ୍ଷମା ପ୍ରେମ ଦୟା  । ପ୍ରେମର ପରିଭାଷା ସଂଗ୍ୟା ହୀନ  । କେବେ ଏହା ଗଗନ ପରି ଅସୀମ ତ ଆଉ କେବେ ସାଗର ପରି ଗଭୀର  । ପ୍ରେମ ମାନେ’ ନା ବାଧା ବିଘ୍ନ । ନା ମାନେ’ ସୀମା ସରହଦ । ପ୍ରେମର ଏହି ଦିନ ପାଇଁ ପ୍ରତିବର୍ଷ ଅପେକ୍ଷା କରିଥାନ୍ତି ପ୍ରେମୀଯୁଗଳ ।

ପ୍ରେମ , କାହିଁ କେଉଁ କାଳରୁ ବହୁଥିବା ସନ୍ତୋଷତାର ଖରସ୍ରୋତାଟିଏ । ପ୍ରେମ ତ ସଜ୍ଞା ହୀନ । ପ୍ରେମ ମରୁଭୂମି, ପ୍ରେମ ମରୁଝର । ଅଢେଇ ଅକ୍ଷର ପ୍ରେମ ଭାରି ଅମାନିଆ । ପ୍ରେମ ଅନ୍ତର ଅନୁଭବର ପୁଣ୍ୟ ମନ୍ଦିରଟିଏ । ପ୍ରେମ କେବେ ଶୀତଳତାର ସ୍ପର୍ଶରେ ଶିହରେଇ ଦିଏ ତ ଆଉ କେତେବେଳେ ସୀମାହୀନ ସରଗରେ ଓଡିବାକୁ ଡେଣା ଖଞ୍ଜି ଦିଏ । ପ୍ରେମ ବିଶ୍ବାସ । ପ୍ରେମ ରାଗରୁଷା ଆଉ ଅଭିମାନର କଅଁଳ ସ୍ପର୍ଷ । ପ୍ରେମରେ ଭରି ରହିଛି ସାତ ସିନ୍ଧୁର ସରାଗର ଶକ୍ତି । ଏ ପ୍ରେମ ଅବୋଲକରା ଭାରି ଅଥୟ । କେବେକେବେ ଫଗୁଣର ସାତ ରଙ୍ଗରେ ରଙ୍ଗୀନ୍ ହୋଇ ରଙ୍ଗ ଦେଖାଏ ପୁଣି ଶ୍ରାବଣର ଅସରାଏ ଆଗମନରେ ମାଦକତାର ନିଶାରେ ଭିଜେଇ ବି ଦିଏ ।

ପ୍ରେମ ମେଞ୍ଚାମେଞ୍ଚା ପ୍ରତିଶ୍ରୁତିର ପାହାଡ । ପ୍ରେମ ସ୍ନେହ, ତ୍ୟାଗର ସଞ୍ଚାର । ପ୍ରେମ ଅପାସୋରା, ପ୍ରେମ ଅଭୂଲା । ପ୍ରେମର ସ୍ରୋତରେ ଯିଏ ପଡିଛି ପ୍ରୀତିର ପ୍ରଗାଢତାରେ ସେ ଭିଜି ଯାଇଛି । ସୀମାହୀନ ପ୍ରେମ ସାଗରରେ ଉବୁଟୁବୁ ପ୍ରତିଟି ପ୍ରେମ ପକ୍ଷୀ ଚାହିଁ ବସିଥାନ୍ତି ଖାସ୍ ଏଇ ଦିନକୁ । ପ୍ରେମର ଦିନ ଭାଲେଣ୍ଟାଇନ୍ସ ଡେ । ପ୍ରେମ ସପ୍ତାହର ଶେଷ ଦିନରେ ନିଜର ସାଥି ସହ ନିଆରା ଅନୁଭୂତି ସାଉଁଟିବାକୁ ପ୍ରତିଟି ପ୍ରେମ ଚଢେଇର ଭାରି ଇଚ୍ଛା । କେଦାର ଗୌରୀ, ହୀର ରାଞ୍ଝା, ସଲିମ ଅନାରକଲୀ, ସାହାଜହାଁ-ମମତାଜ୍‌ଙ୍କ ପ୍ରେମର ଉଦାହରଣ ଦେଇ ସାଥୀକୁ ସାଥି ଦିଏ ଆଉ ଏକ ତାଜମହଲ ଗଢିଦେବାର ମିଠା ଆଶ୍ୱସ୍ତି । ଚକଲେଟ୍ ଗୋଲାପରୁ ଟେଡି ଆଲିଙ୍ଗନ, ଚୁମ୍ବନ ପରେ ଲଭ୍ ଷ୍ଟେସନରେ ଗାଡି ଅଟକେ । ଆଉ ଫଗୁଣର ରେଳ ଗାଡିରେ ବସି ଛୁକଛୁକ୍ ଶବ୍ଧରେ ମନ ଆଉ ହୃଦୟକୁ ହଜାଇ ଦିଅନ୍ତି ପ୍ରେମୀଯୁଗଳ । ମନ ଖୋଲା କଥା ସାଙ୍ଗକୁ ତାରା ଜହ୍ନ ଆଣିଦେବାର ପ୍ରତିଶ୍ରୁତି ।

ଆଜିର ଡିଜିଟାଲ୍ ଯୁଗରେ ଫେସବୁକରୁ ହ୍ବାଟସଆପ୍, ଇନଷ୍ଟା… । ସବୁଠି ସାଥୀକୁ ଦରକାର ସୁରିଲା ଅଭିନନ୍ଦନ । ଆଧୁନିକତାର ସ୍ପର୍ଶରେ ଭାଲେଣ୍ଟାଇନ୍ସ ଡେ’କୁ ଯୁବପିଢି ଦେଇଛନ୍ତି ନୂଆ ପରିଚୟ । ପରିଚୟ ଯାହା ହେଉ ସେଇ ପ୍ରେମ କାଲି ଥିଲା । ଆଜି ଅଛି ଆଉ କାଲି ବି ଥିବ । ପ୍ରେମ ଅମର । ପ୍ରେମ ଚିରନ୍ତନ ହୋଇ ମନର ବଗିଚାରେ ସେଇମିତି ଫୁଟିଥିବ ।

Leave a Reply