‘ରିଲେସନ ଯିଏ ଭାଙ୍ଗିବ, ସେ ଟଏଲେଟ ସଫା କରିବ’: ଭ୍ୟାଲେଣ୍ଟାଇନ ଡେ’ରେ କପଲଙ୍କ ହାଇଭୋଲଟେଜ ଏଗ୍ରୀମେଣ୍ଟ
1 min read
ଫେବୃଆରୀ ୧୪ ତାରିଖରେ ଭ୍ୟାଲେଣ୍ଟାଇ ଡେ ଅବସରରେ ବହୁ ପ୍ରେମୀଯୁଗଳ ନିଜ ନିଜର ସାଥୀଙ୍କ ଆଗରେ ହୃଦୟର କଥାକୁ ପ୍ରକାଶ କରିଥିଲେ । ତେବେ ଏଥର ଭ୍ୟାଲେଣ୍ଟାଇନ ଡେ’ରେ ଘଟିଛି ଏକ ଅଜବ ଘଟଣା । ଇଣ୍ଟରନେଟରେ ଭାଇରାଲ ହୋଇଛି ଏକ ’କ୍ଲେଶ ଏଗ୍ରିମେଣ୍ଟ । ୫୦୦ ଟଙ୍କିଆା ଷ୍ଟାମ୍ପରେ କପଲଙ୍କ ମଧ୍ୟରେ ହୋଇଛି ଏକ ଏଗ୍ରିମେଣ୍ଟ । ପଶ୍ଚିମବଙ୍ଗର ଏହି କପଲ ରିଲେସନକୁ ନେଇ ଏକ କଡ଼ା ନିୟମ ରଖିଥିଲେ । ଯିଏ ରିଲେସନ ଭାଙ୍ଗିବ, ତାଙ୍କୁ କଠୋର ଦଣ୍ଡ ମିଳିବ ବୋଲି ସେଥିରେ ଉଲ୍ଲେଖ ରହିଛି । କପଲଙ୍କ ଏହି ଏଗ୍ରୀମେଣ୍ଟକୁ ନେଇ ଏବେ ସୋସିଆଲ ମିଡ଼ିଆ ୟୁଜସର୍ଙ୍କ ମଧ୍ୟରେ ଖୁବ୍ ଚର୍ଚ୍ଚା ଜାରି ରହିଛି । ଏହି ଏଗ୍ରୀମେଣ୍ଟ ବିଷୟରେ ଯିଏ ଶୁଣୁଛି ସେ ହସକୁ ରୋକିପାରୁ ନାହାନ୍ତି ।
ସାଧାରଣ ଭାବେ ନିଜର ବୈବାହିକ ସମ୍ପର୍କ, ଲଭ୍ ଲାଇଫକୁ ଦୀର୍ଘସ୍ଥାୟୀ କରିବା ପାଇଁ ସବୁ ପୁଅ-ଝିଅମାନେ ନୂଆ ନୂଆ ତରିକା ଆପଣାଇଥାନ୍ତି । ତେବେ ନିଜର ସମ୍ପର୍କକୁ ମଜବୁତ କରିବା ପାଇଁ କପଲଙ୍କ ଏହି ପ୍ରୟାସ ଏବେ ୟୁଜର୍ସଙ୍କ ମଧ୍ୟରେ କୌତୁହଳ ସୃଷ୍ଟି କରିଛି । ଖାଇବା ଟେବୁଲରେ ରୋମାନ୍ସ ଚାଲିଥିବା ବେଳେ ପତି ପ୍ରଫିଟ ଲସ ଉପରେ ନ କହିବା ପାଇଁ କୁହାଯାଇଛି । ୯ଟା ପରେ କ୍ରିପ୍ଟୋ ପରି ଶବ୍ଦମାନଙ୍କର ପ୍ରୟୋଗ ନ କରିବାକୁ ମଧ୍ୟ କୁହାଯାଇଛି । ପତ୍ନୀ ବାରମ୍ବାର ନିଜର ମା’ଙ୍କ ଆଗରେ ପତିଙ୍କୁ ନେଇ ଅଭିଯୋଗ ନ କରିବାକୁ ଏଗ୍ରୀମେଣ୍ଟରେ କୁହାଯାଇଛି । ଝଗଡ଼ା ସମୟରେ ଏକ୍ସଙ୍କୁ ନ ଆଣିବା ଓ ବିଳମ୍ବିତ ରାତିରେ ଅନଲାଇନ୍ ଫଡ ଅର୍ଡର ନ କରିବାକୁ ମଧ୍ୟ କୁହାଯାଇଛି । ଉଭୟଙ୍କ ମଧ୍ୟରୁ ଯଦି କେହି ନିୟମ ଭାଙ୍ଗନ୍ତି, ତେବେ ତାଙ୍କୁ କପଡ଼ା ଧୋଇବା ଠାରୁ ଆରମ୍ଭ କରି ଟଏଲେଟ ସଫା କରିବା, ତିନି ମାସ ପର୍ଯ୍ୟନ୍ତ ଘର ଭଡ଼ା ନିଜେ ଦେବାକୁ ଏଗ୍ରୀମେଣ୍ଟରେ ସ୍ପଷ୍ଟ ଶବ୍ଦରେ ଲେଖାଯାଇଛି । ଏହି ଏଗ୍ରୀମେଣ୍ଟ ଭାଇରାଲ ହେବା ପରେ ଲୋକମାନେ ଭିନ୍ନ ଭିନ୍ନ ମନ୍ତବ୍ୟ ଦେଉଥିବା ଦେଖାଯାଇଥିଲା । ’ଏହି କାହାଣୀ ପ୍ରତ୍ୟେକ ଘରର’ ବୋଲି ଜଣେ ୟୁଜର ଲେଖିଛନ୍ତି ।