spot_img

Latest Posts

ମାତା ବୈଷ୍ଣୋଦେବୀ ଯାତ୍ରା ପଥରେ ବଡ଼ ଧରଣର ଭୂସ୍ଖଳନ; ୩୧ ମୃତ, ୨୫ ଅଧିକ ଆହତ

ନନ୍ଦିଘଷାଷ ବ୍ୟୁରୋ : ଜାମ୍ମୁ ଓ କାଶ୍ମୀରର କାଟ୍ରାରେ ବଡ଼ ଧରଣର ଭୂସ୍ଖଳନ। ଭୂସ୍ଖଳନରେ ୩୧ ମୃତ, ୨୫ରୁ ଅଧିକ ଆହତ ହୋଇଛନ୍ତି। ମାତା ବୈଷ୍ଣୋଦେବୀ ଯାତ୍ରା ପଥରେ ଘଟିଛି ଅଘଟଣ। ସେଠାରେ ଉଦ୍ଧାର କାର୍ଯ୍ୟ ଜାରି ରହିଛି। ମୃତ୍ୟୁ ସଂଖ୍ୟା ଅଧିକ ହେବ ବୋଲି ଆଶଙ୍କା କରାଯାଉଛି। ପ୍ରବଳ ବର୍ଷା ଲାଗି ରହିଥିବାରୁ ଭୂସ୍ଖଳନ ଘଟିଥିବା କୁହାଯାଇଛଇ। ତ୍ରିକୂଟ ପର୍ବତରେ ଅବସ୍ଥିତ ପୀଠକୁ ଯିବା ଲାଗି ପଥ ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଛି। ଗତକାଲି ଅନ୍ୟ ଏକ ସ୍ଥାନରେ ହୋଇଥିବା ଭୂସ୍ଖଳନରେ ୯ ଜଣ ପ୍ରାଣ ହରାଇଥିଲେ ଏବଂ ୨୧ ଜଣ ଆହତ ହୋଇଥିଲେ। ଜାମ୍ମୁ ଓ କାଶ୍ମୀରରେ କିଛି ଦିନ ଧରି ପ୍ରବଳ ବର୍ଷା ଲାଗି ରହିଥିବାରୁ ସ୍ଥିତି ଅତି ସାଂଘାତିକ ହୋଇଛି। ଗତକାଲି ଜାମ୍ମୁରୁ ବିପଦ ଆଶଙ୍କାରେ ୩ ହଜାର ୫୦୦ ଲୋକଙ୍କୁ ସ୍ଥାନାନ୍ତରିତ କାରାଯାଇଥିଲା। ସେଠାରେ ଏନଡିଆରଏଫ, ଏସଡିଆରଏଫ, ଆର୍ମି ଓ ପୋଲିସ ପକ୍ଷରୁ ଉଦ୍ଧାର କାର୍ଯ୍ୟ ଜାରି ରହିଛି। ଜାମ୍ମୁ ସିଟି, ଆରଏସପୁରା, ସାମ୍ବା, ଅଖନୋର, ନଗ୍ରୋଟା, କେଟଭଲାଲ, ବିସନାନ, ବିଜାୟୁର, ପୂରଣମଣ୍ଡଳ, ଉଦ୍ଧମପୁର, କାଠୁଆ ଆଦି ଅଞ୍ଚଳ ବର୍ଷା ଓ ଭୂସ୍ଖଳନରେ କ୍ଷତିଗ୍ରସ୍ତ ହୋଇଛି।

Latest Posts

Don't Miss