ୟୁରୋପ ନୁହେଁ ଏହା ହେଉଛି ଭାରତର ଏକ ଗାଁର ଚିତ୍ର, ଦେଖନ୍ତୁ ଭାଇରାଲ ଫଟୋ

କେରଳ: ନିକଟରେ କେରଳରେ ଏମିତି ଏକ ପାର୍କ ପ୍ରସ୍ତୁତ କରାଯାଇଛି ଯାହାକୁ ଦେଖିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ ଯେ ଏହା ଆମ ଭାରତ ନା କୌଣସି ୟୁରୋପୀୟ ଦେଶ । କେରଳର ପାରମ୍ପରିକ ଘର ମଧ୍ୟର ପ୍ରସ୍ତୁତ ହୋଇଥିବା ଏହି ସୁନ୍ଦର ପାର୍କ ଆଧୁନିକ ନିର୍ମାଣର ଏକ ଜ୍ୱଳନ୍ତ ଉଦାହରଣ ସାଜିଛି । କେରଳର ପର୍ଯ୍ୟଟନ ମନ୍ତ୍ରୀ ଏହି ପାର୍କର ଉଦଘାଟନ କରିବା ମାତ୍ରେ ଏହାର ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ତେବେ ଏହି ପାର୍କରେ ଗାଡ଼ି ଚଲାଇବାକୁ ନିଶେଧ କରାଯାଇଛି । ଲୋକମାନେ କେବଳ ଚାଲି ଚାଲି ଏହାକୁ ଉପଭୋଗ କରିପାରିବେ । ଆସନ୍ତୁ ଏହି ପାର୍କର କିଛି ଝଲକ ଦେଖିବା ।

କେରଳର କୋଝିକୋଡ ଜିଲ୍ଲାର ୱଡାକରା ପାଖରେ ସ୍ଥିତ କାରାକଡ ଗାଁରେ ପ୍ରସ୍ତୁତ ଏହି ପାର୍କର ନାଁ ହେଉଛି ୱାଗଭଟାନନ୍ଦ ପାର୍କ । ଏହାର ଉଦଘାଟନ କେରଳର ପର୍ଯ୍ୟଟନ ମନ୍ତ୍ରୀ କଡକମପଲ୍ଲୀ ସୁରେନ୍ଦ୍ରନ କରିଛନ୍ତି । ତେବେ ଏହାକୁ ଉଦଘାଟନ କରିବା ପରେ ଏହାର ଫଟୋ ସୋସିଆଲ ମିଡିଆରେ ଖୁବ ଭାଇରାଲ ହେଉଛି ଏବଂ ଲୋକମାନେ ଏହାକୁ ୟୁରୋପୀୟ ଦେଶର ରାସ୍ତା ସହିତ ତୁଳନା କରୁଛନ୍ତି ।

ଏହି ପାର୍କରେ ପକ୍କା ସଡ଼କ, ଏହା ନିକଟରେ ଛୋଟ ଛୋଟ ଗଛ ଲଗା ହୋଇଛି, ଖୁବ ସୁନ୍ଦର ୟୁରୋପୀୟ ଡିଜାଇନର ଲାଇଟ୍ସ, ଆଧୁନିକ ଡିଜାଇନର କାନ୍ଥ, ଓପନ ଜିମ୍, ବ୍ୟାଡମିଣ୍ଟନ କୋର୍ଟ ଏବଂ ଚିଲଡ୍ରେନ ପାର୍କ ରହିଛି । ପାର୍କର ଦୁଇ ପାର୍ଶ୍ୱରେ ପ୍ରସ୍ତୁତ ହୋଇଥିବା ଶୌଚାଳୟକୁ ଦିବ୍ୟାଙ୍ଗ ମଧ୍ୟ ଯାଇପାରିବେ । କେବଳ ସେହିକି ନୁହେଁ, ଏହି ପାର୍କର ରାସ୍ତାରେ ଟେକନିକାଲ ଟାଇଲ୍ସ ଲଗାଯାଇଛି , ଯାହାଦ୍ୱାରା ଦୃଷ୍ଟିହୀନ ଲୋକମାନେ ମଧ୍ୟ ଏହି ରାସ୍ତାର ଭରପୂର ମଜା ଉଠାଇପାରିବେ ।

ସ୍ଥାନୀୟ ଲୋକଙ୍କ ସହାୟତା ବିନା ଏହି ପାର୍ଟ ପ୍ରସ୍ତୁତ ହୋଇପାରିନଥାନ୍ତା ବୋଲି ମତ ଦେଇଛନ୍ତି ପର୍ଯ୍ୟଟନ ମନ୍ତ୍ରୀ । ଏହି ପାର୍କ ପ୍ରଥମେ ସ୍ଥାନୀୟ ଲୋକଙ୍କର । ଧିରେ ଧିରେ ଦେଶ ବିଦେଶରୁ ପର୍ଯ୍ୟଟକ ଏଠାରୁ ବୁଲିବା ପାଇଁ ଆସିବେ । ଏହାଦ୍ୱାର ସ୍ଥାନୀୟ ଲୋକଙ୍କ ଆର୍ଥିକ ଏବଂ ସାମାଜିକ ସ୍ଥିତି ମଧ୍ୟ ସୁଧାର ଆସିବ ବୋଲି କହିଛନ୍ତି ମନ୍ତ୍ରୀ ।

ଏଠାରେ ପୂର୍ବରୁ ଏକ ପାର୍କ ଥିଲା । ଯେତେବେଳେ ପ୍ରଶାସନ ଏବଂ ସରକାର ଏହି ପାର୍କରୁ ପୁଣି ଥରେ ପ୍ରସ୍ତୁତ କରିବା ପାଇଁ ଯୋଜନା କଲେ ସେତେବେଳେ ସ୍ଥାନୀୟ ଲୋକମାନେ ଏହାକୁ ଖୁବ ସମର୍ଥନ ଜଣାଇଥିଲେ । ଡିଜାଇନିଂ, ରିନୋଭେସନ ଏବଂ ପାର୍କ ସଂପୂର୍ଣ୍ଣ ଭାବେ ପ୍ରସ୍ତୁତ ହେବା ପର୍ଯ୍ୟନ୍ତ ସ୍ଥାନୀୟ ଲୋକମାନେ ନିଜର ବିଚାର ସେୟାର କରୁଥିଲେ ।  ପାର୍କର କାମ ସୁରୁଖୁରୁରେ ସାରିବା ପାଇଁ ସ୍ଥାନୀୟ ଲୋକମାନେ ନିର୍ମାଣ ସମୟରେ ନିଜର ପୂରା ସମୟ ଦେଉଥିଲେ ।

ଏହି ପାର୍କର ନାମ ସ୍ଥାନୀୟ ସାମାଜିକ କାର୍ଯ୍ୟକର୍ତ୍ତା ୱାଗଭଟାନନ୍ଦ ଗୁରୁଙ୍କ ନାମରେ ନାମିତ କରାଯାଇଛି । ଏହି ପାର୍କକୁ ନିର୍ମାଣ କରିବା ପାଇଁ ୨.୮୦ କୋଟି ଟଙ୍କା ଖର୍ଚ୍ଚ କରାଯାଇଛି । ଏହାକୁ ନିର୍ମାଣ କରିବାରେ ଉରାଲୁଙ୍ଗନ ଲେବର କଣ୍ଟ୍ରାକ୍ଟର କର୍ପୋରେସନ ସୋସାଇଟି ସାହାଯ୍ୟ କରିଛି । ସୋସିଆଲ ମିଡିଆରେ ଏହି ପାର୍କର ଫଟୋ ଆସିବା ପରେ ଲୋକମାନେ ଏହାକୁ ବୁଲି ଯିବା ପାଇଁ ଉତ୍ସାହ ପ୍ରକାଶ କରୁଛନ୍ତି ।

Leave a Reply