ପ୍ରତ୍ୟେକ ଦିନ ୧୦ ହଜାର ଲୋକଙ୍କୁ ଟିକା ଦିଆଯିବା ନେଇ ରଖାଯାଇଛି ଲକ୍ଷ୍ୟ

1 min read

ଲଣ୍ଡନ: ସାରା ବିଶ୍ୱରେ କରୋନା ଟିକା ପରୀକ୍ଷଣ ନେଇ ଚାଲିଛି ପ୍ରତିଯୋଗିତା  । ଏହାରି ଭିତରେ ବ୍ରିଟେନରେ ଆସନ୍ତା ନଭେମ୍ବର ପହିଲାରୁ ସାଧାରଣ ଲୋକଙ୍କୁ ଦିଆଯିବ ଟିକା । ଏଥିପାଇଁ ବିଭିନ୍ନ ମେଡିକାଲକୁ ପ୍ରସ୍ତୁତ ରହିବା ପାଇଁ କୁହାଯାଇଛି  । ଅକ୍ସଫୋର୍ଡ  ଓ ଆଷ୍ଟ୍ରଜେନେକା ଖୁବଶିଘ୍ର ଟିକା ଯୋଗାଇବେ  । ପ୍ରତ୍ୟେକ ଦିନ ୧୦ ହଜାର ଲୋକଙ୍କୁ ଟିକା ଦିଆଯିବା ନେଇ ଲକ୍ଷ୍ୟ ରଖାଯାଇଛି  । ସେପଟେ ଭାରତରେ କରୋନା ସଂକ୍ରମଣସହ ମୃତ୍ୟୁ ସଂଖ୍ୟା କମିବାରେ ଲାଗିଛି  ।

ତେବେ ଆସନ୍ତା ସପ୍ତାହରୁ ଲଣ୍ଡନରେ ସାଧାରଣ ଲୋକଙ୍କୁ ଦିଆଯିବ ଟିକା  । ଏଥିପାଇଁ ବିଭିନ୍ନ ହସ୍ପିଟାଲ ମଧ୍ୟ ପ୍ରସ୍ତୁତି ଆରମ୍ଭ କରି ଦେଇଛନ୍ତି  । ମିଳିତ ଭାବେ ଟିକା ତିଆରି କରୁଥିବା ଅକ୍ସଫୋର୍ଡ ଏବଂ ଆଷ୍ଟ୍ରଜେନିକା ପକ୍ଷରୁ ଏନେଇ ସୂଚନା ମିଳିଛି  । ଅକ୍ସଫୋର୍ଡ ଟିକାର ସଫଳ ପରୀକ୍ଷଣ ପରେ ଖୁବଶିଘ୍ର ମଞ୍ଜୁରୀ ମିଳିବ ବୋଲି ଆଶା କରାଯାଉଛି  । ସାରା ବିଶ୍ୱରେ ୧୧ ଲକ୍ଷ ୫୦ ହଜାରରୁ ଅଧିକ କରୋନା ସଂକ୍ରମିତଙ୍କ ଜୀବନ ଯାଇଥିବା ବେଳେ ଟିକା ବାହାରିଲେ ମୃତ୍ୟୁ ସଂଖ୍ୟାର ବ୍ରେକ ଲାଗିବ ବୋଲି ଆଶା କରାଯାଉଛି  । ଅକ୍ସଫୋର୍ଡର କରୋନା ଟିକାକୁ AZD1222 ଏବଂ ChAdOx1 nCoV-19 ନାଁ ଦିଆଯାଇଛି  । ଆସ୍ତ୍ରଜେନେକା ସହ ମିଶି ଅକ୍ସଫୋର୍ଡ ଏହି ଟିକା ତିଆରି କରିଛି । ବ୍ରିଟେନର ୫ଟି ସ୍ଥାନରେ ଲୋକଙ୍କୁ ଦିଆଯିବା ନେଇ ବ୍ୟବସ୍ଥା କରାଯାଇଛି  । ପ୍ରତ୍ୟେକ ଦିନ ପାଖାପାଖି ୧୦ ହଜାର ଲୋକଙ୍କୁ ଟିକା ଦିଆଯିବା ନେଇ ବ୍ୟବସ୍ଥା କରାଯାଇଛି  ।

Russia Ship 50 Million Coronavirus Vaccine Sputnik V Doses Brazil

ଅନ୍ୟପଟେ ଭାରତରେ ପ୍ରଭାବଶାଳୀ ହୋଇଛି କରୋନା ମୁକାବିଲା  । ଗତ ସପ୍ତାହରେ ପୂର୍ବଅପେକ୍ଷା ୧୬ ପ୍ରତିଶତ କମ ସଂକ୍ରମଣ ଚିହ୍ନଟ ହୋଇଛନ୍ତି  । ଏଥିସହ ମୃତ୍ୟୁ ସଂଖ୍ୟାରେ ୧୯ ପ୍ରତିଶତ କମ ରିପୋର୍ଟ ଆସିଛି  । ଗତ ସପ୍ତାହରେ କରୋନା ସଂକ୍ରମଣ ସଂଖ୍ୟା ୩ ଲକ୍ଷ ୬୦ ହଜାର ରହିଛି  । ଭାରତରେ କରୋନା ସଂକ୍ରମଣ ପିକ୍ ଲେବଲ ପହଁଞ୍ଚି ଏବେ ତଳକୁ ଖସୁଛି  । ଏବେ ସୁଦ୍ଧା ଭାରତରେ ୯୦ ପ୍ରତିଶତ କରୋନା ସଂକ୍ରମିତ ସୁସ୍ଥ ହୋଇଛନ୍ତି ବୋଲି ଭାରତ ସରକାର କହିଛନ୍ତି  ।

Leave a Reply