ପ୍ରତ୍ୟେକ ଦିନ ୧୦ ହଜାର ଲୋକଙ୍କୁ ଟିକା ଦିଆଯିବା ନେଇ ରଖାଯାଇଛି ଲକ୍ଷ୍ୟ
1 min readଲଣ୍ଡନ: ସାରା ବିଶ୍ୱରେ କରୋନା ଟିକା ପରୀକ୍ଷଣ ନେଇ ଚାଲିଛି ପ୍ରତିଯୋଗିତା । ଏହାରି ଭିତରେ ବ୍ରିଟେନରେ ଆସନ୍ତା ନଭେମ୍ବର ପହିଲାରୁ ସାଧାରଣ ଲୋକଙ୍କୁ ଦିଆଯିବ ଟିକା । ଏଥିପାଇଁ ବିଭିନ୍ନ ମେଡିକାଲକୁ ପ୍ରସ୍ତୁତ ରହିବା ପାଇଁ କୁହାଯାଇଛି । ଅକ୍ସଫୋର୍ଡ ଓ ଆଷ୍ଟ୍ରଜେନେକା ଖୁବଶିଘ୍ର ଟିକା ଯୋଗାଇବେ । ପ୍ରତ୍ୟେକ ଦିନ ୧୦ ହଜାର ଲୋକଙ୍କୁ ଟିକା ଦିଆଯିବା ନେଇ ଲକ୍ଷ୍ୟ ରଖାଯାଇଛି । ସେପଟେ ଭାରତରେ କରୋନା ସଂକ୍ରମଣସହ ମୃତ୍ୟୁ ସଂଖ୍ୟା କମିବାରେ ଲାଗିଛି ।
ତେବେ ଆସନ୍ତା ସପ୍ତାହରୁ ଲଣ୍ଡନରେ ସାଧାରଣ ଲୋକଙ୍କୁ ଦିଆଯିବ ଟିକା । ଏଥିପାଇଁ ବିଭିନ୍ନ ହସ୍ପିଟାଲ ମଧ୍ୟ ପ୍ରସ୍ତୁତି ଆରମ୍ଭ କରି ଦେଇଛନ୍ତି । ମିଳିତ ଭାବେ ଟିକା ତିଆରି କରୁଥିବା ଅକ୍ସଫୋର୍ଡ ଏବଂ ଆଷ୍ଟ୍ରଜେନିକା ପକ୍ଷରୁ ଏନେଇ ସୂଚନା ମିଳିଛି । ଅକ୍ସଫୋର୍ଡ ଟିକାର ସଫଳ ପରୀକ୍ଷଣ ପରେ ଖୁବଶିଘ୍ର ମଞ୍ଜୁରୀ ମିଳିବ ବୋଲି ଆଶା କରାଯାଉଛି । ସାରା ବିଶ୍ୱରେ ୧୧ ଲକ୍ଷ ୫୦ ହଜାରରୁ ଅଧିକ କରୋନା ସଂକ୍ରମିତଙ୍କ ଜୀବନ ଯାଇଥିବା ବେଳେ ଟିକା ବାହାରିଲେ ମୃତ୍ୟୁ ସଂଖ୍ୟାର ବ୍ରେକ ଲାଗିବ ବୋଲି ଆଶା କରାଯାଉଛି । ଅକ୍ସଫୋର୍ଡର କରୋନା ଟିକାକୁ AZD1222 ଏବଂ ChAdOx1 nCoV-19 ନାଁ ଦିଆଯାଇଛି । ଆସ୍ତ୍ରଜେନେକା ସହ ମିଶି ଅକ୍ସଫୋର୍ଡ ଏହି ଟିକା ତିଆରି କରିଛି । ବ୍ରିଟେନର ୫ଟି ସ୍ଥାନରେ ଲୋକଙ୍କୁ ଦିଆଯିବା ନେଇ ବ୍ୟବସ୍ଥା କରାଯାଇଛି । ପ୍ରତ୍ୟେକ ଦିନ ପାଖାପାଖି ୧୦ ହଜାର ଲୋକଙ୍କୁ ଟିକା ଦିଆଯିବା ନେଇ ବ୍ୟବସ୍ଥା କରାଯାଇଛି ।
ଅନ୍ୟପଟେ ଭାରତରେ ପ୍ରଭାବଶାଳୀ ହୋଇଛି କରୋନା ମୁକାବିଲା । ଗତ ସପ୍ତାହରେ ପୂର୍ବଅପେକ୍ଷା ୧୬ ପ୍ରତିଶତ କମ ସଂକ୍ରମଣ ଚିହ୍ନଟ ହୋଇଛନ୍ତି । ଏଥିସହ ମୃତ୍ୟୁ ସଂଖ୍ୟାରେ ୧୯ ପ୍ରତିଶତ କମ ରିପୋର୍ଟ ଆସିଛି । ଗତ ସପ୍ତାହରେ କରୋନା ସଂକ୍ରମଣ ସଂଖ୍ୟା ୩ ଲକ୍ଷ ୬୦ ହଜାର ରହିଛି । ଭାରତରେ କରୋନା ସଂକ୍ରମଣ ପିକ୍ ଲେବଲ ପହଁଞ୍ଚି ଏବେ ତଳକୁ ଖସୁଛି । ଏବେ ସୁଦ୍ଧା ଭାରତରେ ୯୦ ପ୍ରତିଶତ କରୋନା ସଂକ୍ରମିତ ସୁସ୍ଥ ହୋଇଛନ୍ତି ବୋଲି ଭାରତ ସରକାର କହିଛନ୍ତି ।