ଭ୍ୟାକ୍ସିନ୍ ନାହିଁ, ୧୫ ଶହ କେନ୍ଦ୍ରରୁ ୨୧୨ କେନ୍ଦ୍ରରେ ଦିଆଯାଉଛି ଟିକା

Vaccination Stopped In Jagatasinghpur District Today

ଭୁବନେଶ୍ୱର: ସଂକ୍ରମଣ ସଂକଟରେ ଥମୁନି ଟିକା ଟେନସନ୍‌ । ରାଜ୍ୟରେ ମୋଟ ୧୫ ଶହ କେନ୍ଦ୍ରରୁ ମାତ୍ର ୨୧୨ଟି କେନ୍ଦ୍ରରେ ଆଜି ଟିକାକରଣ ଚାଲିଛି । ଏପରିକି ପ୍ରଥମ ଡୋଜ୍ ନେଇଥିବା ୧୭ ଲକ୍ଷ ୪୭ ହଜାର ଲୋକ ଦ୍ବିତୀୟ ଡୋଜ୍ ଟିକା ନେଇ ପାରୁନାହାନ୍ତି । ଟିକା ଅଭାବ ପାଇଁ ଆଜି ଜଗତସିଂହପୁର ଜିଲ୍ଲାରେ ବନ୍ଦ ରହିଛି ଟିକାକରଣ ।

ଏବେ ରାଜ୍ୟ ପାଖରେ କେନ୍ଦ୍ର ଦେଇଥିବା କୋଭିସିଲ୍ଡର ୭୧ ହଜାର ୩୭୦ ଡୋଜ୍ ଥିବାବେଳେ କେନ୍ଦ୍ର ଦେଇଥିବା କୋଭାକ୍ସିନରୁ ୨ ଲକ୍ଷ ୯୦ ହଜାର ୪୦ ଡୋଜ୍ ରହିଛି । ସେହିଭଳି ରାଜ୍ୟ କିଣିଥିବା କୋଭାକ୍ସିନର ୧ ଲକ୍ଷ ୨୦ ହଜାର ୮୬୦ ଡୋଜ୍ ଅଛି । ଏଯାବତ୍ ରାଜ୍ୟରେ ୬ ଲକ୍ଷ ୩ ହଜାର ୬୭୧ ଡୋଜ୍ ଟିକା ଦିଆଯାଇଛି ।

କେନ୍ଦ୍ର ଆବଶ୍ୟକ ଟିକା ପହଞ୍ଚାଇ ନଥିବାରୁ ଦୈନିକ ଅଢ଼େଇ ଲକ୍ଷରୁ ତିନି ଲକ୍ଷ ଟିକାକରଣ ଟାର୍ଗେଟ ପୂରଣ ହୋଇ ପାରୁନାହିଁ । କେନ୍ଦ୍ର ସରକାର ତୁରନ୍ତ ଟିକା ଯୋଗାଇ ଦେବା ପାଇଁ ଦାବି ହେଉଛି ।

ଏଥିସହ ପଢ଼ନ୍ତୁ: କରୋନା କଟକଣା ମାନିବାକୁ ସମସ୍ତଙ୍କୁ ନିବେଦନ କଲେ ଅତିରିକ୍ତ ମୁଖ୍ୟ ଶାସନ ସଚିବ

Leave a Reply