spot_img

Latest Posts

ଜଣେ ମହିଳାଙ୍କ ନାଁରେ ଆଉଜଣେ ମହିଳା ନେଲେ ଟିକା, ଘରେଥାଇ ମୋବାଇଲ କୁ ଆସିଲା ମେସେଜ୍‌

ଭୁବନେଶ୍ୱର: ଜଣେ ମହିଳାଙ୍କ ନାଁରେ ଆଉଜଣେ ନେଲା ଟିକା। ଘରେଥାଇ ମୋବାଇଲ କୁ ଆସିଲା ମେସେଜ। ସଫଳତାର ସହ ଟିକାକରଣ ହୋଇଥିବା ମେସେଜ ଦେଖି ଆଶ୍ଚର୍ଯ୍ୟ ହେଲେ ମହିଳା। ଏଭଳି ଘଟଣା ଘଟିଛି ରାଜଧାନୀ ଭୁବନେଶ୍ୱରରେ। ଟିକା ନ ନେଇ ବି ତାଙ୍କ ନାମରେ ସାର୍ଟିଫିକେଟ ବାହାରି ଯାଇଛି। ବମିଖାଲର ଜଣେ ମହିଳା ସୁବର୍ଣ୍ଣା ଭୋଇ ଏଭଳି ଗୁରୁତର ଅଭିଯୋଗ ଆଣିଛନ୍ତି। ୬୫ ବର୍ଷିୟ ସୁବର୍ଣ୍ଣା ନିଜର ପ୍ରଥମ ଡୋଜ ଟିକା ନେବା ପାଇଁ କୋ-ଉଇନ ପୋର୍ଟାଲରେ ସ୍ଲଟ ବୁକିଂ କରିଥିଲେ।

ଏପ୍ରିଲ ୨୯ ତାରିଖରେ ନିଜ ନାମ ପଞ୍ଜିକରଣ କରିଥିଲେ ସୁବର୍ଣ୍ଣା। ତେବେ ୩୦ ତାରିଖରେ ସ୍ପର୍ଶ ହସ୍ପିଟାଲରେ ଆସି ଟିକା ନେବା ପାଇଁ କୁହାଯାଇଥିଲା। କୌଣସି କାରଣରୁ ସେ ଟିକା ନେବାକୁ ଯାଇପାରିନଥିଲେ। କିନ୍ତୁ ୧ ତାରିଖରେ ମେସେଜ ଆସିଥିଲା କି ସୁବର୍ଣ୍ଣା ନିଜର ଟିକା ନେଇଯାଇଛନ୍ତି।

ଆଜି ସୁବର୍ଣ୍ଣା ସ୍ପର୍ଶ ହସ୍ପିଟାଲରେ ନିଜର ଟିକା ନେବାପାଇଁ ପହଞ୍ଚି ଆଧାରକାର୍ଡ ଦେଖାଇଥିଲେ। କିନ୍ତୁ ସୁବର୍ଣ୍ଣା ପୂର୍ବରୁ ଟିକା ନେଇଯାଇଥିବା ହସ୍ପିଟାଲ କର୍ତ୍ତୃପକ୍ଷ କହିଥିଲେ। ଏଭଳି ଶୁଣିବା ପରେ ମହିଳାଙ୍କ ପୁଅ ରାଜ୍ୟ ସରକାରଙ୍କ ପକ୍ଷରୁ ଜାରି ହୋଇଥିବା ବିଭିନ୍ନ ଟୋଲଫ୍ରି ନମ୍ବରରେ ଅଭିଯୋଗ କରି ନିରାଶ ହୋଇଛନ୍ତି। ଏପରିକି ଲକ୍ଷ୍ମୀସାଗର ଏବଂ ସହିଦନଗର ଥାନା ରେ ମଧ୍ୟ ଫୋନ ଯୋଗେ ଅଭିଯୋଗ କରିଛନ୍ତି।

Latest Posts

Don't Miss