ଟିକାକରଣ ନେଇ ଆଜି ସନ୍ଧ୍ୟାରୁ କୋଓ୍ୱିନ୍ ପୋର୍ଟାଲ ମାଧ୍ୟମରେ ସ୍ଲଟ୍ ବୁକ୍ କରିପାରିବେ

1 min read

ଭୁବନେଶ୍ୱର: ମେ’ ୧ରୁ ଆରମ୍ଭ ହୋଇଛି ୧୮ରୁ ୪୪ ବର୍ଷ ବୟସ୍କଙ୍କ ଟିକାକରଣ । ନୟାପଲ୍ଲୀରେ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଏ ନେଇ ଡ୍ରାଏ ରନ୍ ମଧ୍ୟ କରାଯାଇଛି । ସୋମବାରଠୁ ଏହା ବ୍ୟାପକ ହେବ । ଟିକା ନେବା ଲାଗି ଆଜିଠୁ କୋୱିନ୍ ପୋର୍ଟାଲରେ ସ୍ଲଟ୍ ମିଳିବ । ବିନା ପଞ୍ଜିକରଣରେ କାହାକୁ ମିଳିବନି ଟିକା । ଭୁବନେଶ୍ୱରରେ ଟିକାର ଅଭାବ ନାହିଁ ବୋଲି କହିଛନ୍ତି ବିଏମ୍‌ସି କମିଶନର ପ୍ରେମଚନ୍ଦ୍ର ଚୌଧୁରୀ । ସମ୍ପ୍ରତି ୭୫୮୮ ଜଣ ସକ୍ରିୟ କରୋନା ରୋଗୀ ଭୁବନେଶ୍ବରରେ ରହିଛନ୍ତି। ଦୈନିକ ୧ ହଜାର କରୋନା ସଂକ୍ରମିତ ଚିହ୍ନଟ ହେଉଛନ୍ତି । ବିଭିନ୍ନ ହସ୍ପିଟାଲରେ ୩୫୫୩ଟି ବେଡ୍ ଉପଲବ୍ଧ  । ଏଥିରୁ ୫୩୧ ଆଇସିୟୁ, ୮୩୬HUD, ୨୧୮୬ ସାଧାରଣ ବେଡ୍ ରହିଛି । ୯୫ ପ୍ରତିଶତ ସାଧାରଣ ବେଡ୍‌ରେ ଅକ୍ସିଜେନ୍ ସଂଯୋଗ ରହିଛି । ୯୦% ଆଇସିୟୁ, ୫୦ % ଏଚ୍‌ୟୁଡି ଏବଂ ସାଧାରଣ ବେଡ୍‌ରେ ରୋଗୀ ଚିକିତ୍ସା ହେଉଛନ୍ତି । ୮୫ ପ୍ରତିଶତ ରୋଗୀ ଏବେ ଘରେ ରହି ଚିକିତ୍ସିତ ହେଉଛନ୍ତ । ଆରଆର୍ଟିମାନେ ଭିଡିଓ କନ୍‌ଫରେନ୍ସିଂ ମାଧ୍ୟମରେ ପରାମର୍ଶ ଦେଉଛନ୍ତି। ମଧ୍ୟମ ଲକ୍ଷଣଧାରୀଙ୍କୁ ଫାବିଫିରାଭିର୍ ଔଷଧ ଦିଆଯାଉଛି । ହେଲ୍ପଲାଇନ୍ ନମ୍ବର ୧୯୨୯ ଏବଂ ୧୦୪ ମାଧ୍ୟମରେ ପରାମର୍ଶ । ହେଲ୍ପଲାଇନ୍ ନମ୍ବର ୧୯୨୯ ଏବଂ ୧୦୪ ମାଧ୍ୟମରେ ପରାମର୍ଶ । ଅନେକ ଲୋକ ଲକ୍ଷଣ ଥାଇବି ଟେଷ୍ଟ କରୁ ନାହାନ୍ତି । ୧୧ଟି ଘରୋଇ ଏବଂ ୨୪ଟି ସିଏଚ୍‌ସି ଓ ପିଏଚ୍‌ସିରେ ହେଉଛି ନମୁନା ପରୀକ୍ଷଣ  । ପରୀକ୍ଷା ଶୀଘ୍ର କଲେ ରୋଗ ଶୀଘ୍ର ଭଲ ହେବା ସମ୍ଭାବନା ରହିଛି ବୋଲି ବିଏମ୍‌ସି କମିଶନର କହିଛନ୍ତି ।

ଏଥିସହିତ ପଢ଼ନ୍ତୁ: ଭୁବନେଶ୍ୱରେ ପହଞ୍ଚିଲା ରାଜ୍ୟ ସରକାର କିଣିଥିବା ଟିକା: ମେ’ ୩ରୁ ଆରମ୍ଭ ହେବ ୧୮-୪୪ ବର୍ଷ ବୟସ୍କଙ୍କ ଟିକାକରଣ

Leave a Reply