ଆରମ୍ଭ ହେବ ୧୮-୪୪ ବର୍ଷ ବୟସ୍କଙ୍କ ଟିକାକରଣ: ନୟାପଲ୍ଲୀ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ହେଲା ଡ୍ରାଏ ରନ୍

1 min read

ଭୁବନେଶ୍ୱର: ଆରମ୍ଭ ହେଲା ତୃତୀୟ ପର୍ଯ୍ୟାୟ ଟିକାକରଣ । ଏଥିପାଇଁ ଆଜି ଆରମ୍ଭ ହୋଇଛି ଡ୍ରାଏ ରନ୍ । ଭୁବନେଶ୍ବର ନୟାପଲ୍ଲୀ ସହରାଞ୍ଚଳ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଡ୍ରାଏ ରନ୍ ହୋଇଛି । କୌଣସି ପ୍ରକାର ଯାନ୍ତ୍ରିକ ତ୍ରୁଟି ଏଡ଼ାଇବା ପାଇଁ ଏକ ପ୍ରତିକାତ୍ମକ ଟିକାକରଣର ସମୀକ୍ଷା କରିଛନ୍ତି ବିଏମସି କମିଶନର । ୫୦ ଜଣରୁ ଉର୍ଦ୍ଧ୍ବ ହିତାଧିକାରୀଙ୍କୁ ଟିକା ଦିଆଯାଇଛି । ପୂର୍ବରୁ ଯେଭଳି ଟିକାକରଣ ହେଉଥିଲା, ସେହିଭଳି ଭାବେ ସୋମବାର ଠାରୁ ଟିକାକରଣ ଜାରି ରହିବ । ପଂଜିକୃତ ହିତାଧିକାରୀମାନଙ୍କୁ ଆଜି ମିଳିବ ସ୍ଲଟ୍ । ୧୮-୪୪ ବର୍ଷ ହିତାଧିକାରୀ ମାନଙ୍କ ପାଇଁ ସ୍ବତନ୍ତ୍ର ବ୍ୟବସ୍ଥା କରାଯିବା ସହ ହସ୍ପିଟାଲରେ ଅଧିକ କାଉଣ୍ଟର କରାଯିବ । ତେବେ କେନ୍ଦ୍ର ଗୁଡ଼ିକରେ ଗହଳି ନକରିବାକୁ ଅନୁରୋଧ କରାଯାଇଛି ।

ସୂଚନା ଯୋଗ୍ୟ ଯେ, ଗତକାଲି  ଭୁବନେଶ୍ୱରରେ ଦେଢ଼ ଲକ୍ଷ କରୋନା ଟିକା ପହଞ୍ଚିଛି । ରାଜ୍ୟ ସରକାର ଟିକା ଉତ୍ପାଦନକାରୀ କମ୍ପାନୀକୁ ଦେଇଥିବା ଅର୍ଡରର ପ୍ରଥମ କନ୍‌ଷ୍ଟାଇଣ୍ଟମେଣ୍ଟ ଭୁବନେଶ୍ୱରରେ ପହଞ୍ଚିଛି । ଟିକା ଉତ୍ପାଦନକାରୀ କମ୍ପାନୀ ଭାରତ ବାୟୋଟେକର କୋଭାକ୍ସିନ୍ ଟିକା ପହଞ୍ଚିଛି । ମଇ ୧ ତାରିଖରୁ ୧୮-୪୪ ବର୍ଷ ବୟସ୍କଙ୍କ ଟିକାକରଣ ଆରମ୍ଭ ହେବାକୁ ଥିଲା । କିନ୍ତୁ ରାଜ୍ୟରେ ଏଥିଲାଗି ଆବଶ୍ୟକ ପରିମାଣର ଟିକା ନଥିବାରୁ ଟିକାକରଣ ନେଇ ଅନିଶ୍ଚିତତା ଦେଖାଦେଇଥିଲ । ଏଭଳି କି ମଇ ୧ରୁ ୧୮-୪୪ ବର୍ଷ ବୟସ୍କଙ୍କ ଟିକାକରଣ ହାେଇପାରିବ ନାହିଁ ବୋଲି ଶୁକ୍ରବାର ସାମ୍ୱାଦିକ ସମ୍ମିଳନୀରେ ସ୍ୱାସ୍ଥ୍ୟ ବିଭାଗ ଅତିରିକ୍ତ ଶାସନ ସଚିବ କହିଥିଲେ । ଆବଶ୍ୟ  ଶନିବାର ଓ ରବିବାର ସଟ୍‌ଡାଉନ୍ ମଧ୍ୟ ଏହାର ଅନ୍ୟ ଏକ କାରଣ ଥିଲା । କିନ୍ତୁ ଆଜି ଟିକା ପହଞ୍ଚିବା ପରେ ରାଜଧାନୀ ଭୁବନେଶ୍ୱରେ ୧୮-୪୪ ବର୍ଷ ବୟସ୍କଙ୍କ ଟିକାକରଣ ମଇ ୩ରୁ ହେବା ନିଶ୍ଚିତ ହୋଇଛି । ତେବେ ଏବେ ମଧ୍ୟ ରାଜ୍ୟର ଅନ୍ୟ ସ୍ଥାନରେ ୧୮-୪୪ ବର୍ଷ ବୟସ୍କଙ୍କ ଟିକାକରଣ ଆରମ୍ଭ ହେବା ନେଇ କୌଣସି ସ୍ପଷ୍ଟ ସୂଚନା ମିଳିପାରିନାହିଁ । ତେବେ ରାଜ୍ୟ ସରକାରଙ୍କ ଅର୍ଡର ପ୍ରଥମ ଆସାଇମେଣ୍ଟ ରାଜ୍ୟରେ ପହଞ୍ଚିିଥିବା ବେଳେ ସୋମବାର ଠାରୁ ଟିକାକରଣ ଆରମ୍ଭ ହେବ । ଏ ନେଇ ଆଜି ନୟାପଲ୍ଲୀ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଡ୍ରାଏରନ୍ ହୋଇଛି ।

ଏଥିସହିତ ପଢ଼ନ୍ତୁ: ଭୁବନେଶ୍ୱରେ ପହଞ୍ଚିଲା ରାଜ୍ୟ ସରକାର କିଣିଥିବା ଟିକା: ମେ’ ୩ରୁ ଆରମ୍ଭ ହେବ ୧୮-୪୪ ବର୍ଷ ବୟସ୍କଙ୍କ ଟିକାକରଣ

Leave a Reply