spot_img

Latest Posts

ଜାନୁଆରୀ ୧୬ରୁ ଟିକାକରଣ, ପ୍ରଥମେ ଫ୍ରଣ୍ଟଲାଇନ୍ ୱାର୍କରଙ୍କୁ ଟିକା

ନୂଆଦିଲ୍ଲୀ: ଶେଷରେ ସେଇ ତାରିଖର ଘୋଷଣା ହୋଇଛି ଯାହାକୁ ଦେଶ ଅନେକ ଦିନ ଧରି ଅପେକ୍ଷା କରିଥିଲା। କରୋନାକୁ ହରାଇବା ପାଇଁ ଦେଶବ୍ୟାପି ଆରମ୍ଭ ହେବ ଟିକାକରଣ। ଜାନୁଆରୀ ୧୬ ତାରିଖରୁ ସମଗ୍ର ଦେଶରେ ଟିକାକରଣ ଆରମ୍ଭ ହେବ। ପ୍ରଥମେ ଫ୍ରଣ୍ଟ୍ ଲାଇନ୍ କରୋନା ଯୋଦ୍ଧା ଓ ସ୍ୱାସ୍ଥ୍ୟକର୍ମୀଙ୍କୁ ଟିକା ଦିଆଯିବ। ଦେଶବ୍ୟାପୀ ଏମାନଙ୍କ ସଂଖ୍ୟା ୩ କୋଟି ବୋଲି ଆକଳନ କରାଯାଇଛି।

ଏହାପରେ ୫୦ ବର୍ଷରୁ ଅଧିକ ବୟସ୍କ ତଥା ଗମ୍ଭୀର ରୋଗରେ ପୀଡିତ ବ୍ୟକ୍ତିଙ୍କୁ ଟିକା ଦିଆଯିବ। ଏହା ପରେ ୫୦ ବର୍ଷରୁ କମ ବୟସ୍କଙ୍କୁ ଟିକା ଦିଆଯିବ। ଏହି ଶ୍ରେଣୀରେ ମୋଟ ୨୭ କୋଟି ଲୋକଙ୍କୁ ଟିକା ଦିଆଯିବ। ସର୍ବମୋଟ ୩୦ କୋଟି ନାଗରିକଙ୍କୁ ଟିକା ଦେବା ପାଇଁ ସରକାର ଲକ୍ଷ୍ୟ ଧାର୍ଯ୍ୟ କରିଛନ୍ତି।

ସୂଚନାଯୋଗ୍ୟ ଯେ, ଟିକାକରଣକୁ ସୂଚାରୁ ରୁପେ ତୁଲାଇବା ପାଇଁ ନିକଟରେ ଦେଶର ସମସ୍ତ ରାଜ୍ୟରେ ଡ୍ରାଏ ରନ୍ ଚାଲିଥିଲା। ଓଡ଼ିଶାର ୩୦ ଜିଲ୍ଲାରେ ମଧ୍ୟ ଡ୍ରାଏ ରନ୍ ହୋଇଛି।

ଟିକାକରଣ କେନ୍ଦ୍ରରେ ୩ କକ୍ଷ ରହିବ। ପ୍ରଥମ କକ୍ଷରେ ଟିକା ନେବାକୁ ଆସିଥିବା ବ୍ୟକ୍ତି ଅପେକ୍ଷା କରିବେ। ସେଠାରେ ସାମାଜିକ ଦୂରତାକୁ ଗୁରୁତ୍ୱ ଦିଆଯିବ। ଦ୍ୱିତୀୟ କକ୍ଷରେ ଟିକା ଦିଆଯିବ। ତୃତୀୟ କକ୍ଷରେ ଟିକା ନେଇଥିବା ବ୍ୟକ୍ତି ୩୦ ମିନଟ ପର୍ଯ୍ୟନ୍ତ ଅପେକ୍ଷା କରିବେ। ସେଠାରେ ତାଙ୍କ ଉପରେ ତାଲିମପ୍ରାପ୍ତ ସ୍ୱାସ୍ଥ୍ୟକର୍ମୀ ଟିକାର ପ୍ରତିକ୍ରିୟା ଉପରେ ନଜର ରଖିବେ।

Latest Posts

Don't Miss