ମୟୂରଭଞ୍ଜର ଭୀମକୁଣ୍ଡରେ 5T ସଚିବ, ବଡ଼କୁଣ୍ଡ ଓ ସାନକୁଣ୍ଡ ବୁଲି ଦେଖିଲେ

1 min read

ଉଦଳା: ମୟୂରଭଞ୍ଜ ଜିଲ୍ଲା ଉଦଳା-ଭୀମକୁଣ୍ଡର ବଦଳିବ ଭାଗ୍ୟ। ଫାଇଭ-ଟି ସଚିବ ଭି. କେ ପାଣ୍ଡିଆନ ଦୁଇ ଦିନିଆ ମୟୂରଭଞ୍ଜ ଗସ୍ତରେ ଆସିଛନ୍ତି। ପ୍ରଥମ ଦିନ ଦେବକୁଣ୍ଡ ପରେ ଭୀମକୁଣ୍ଡରେ ପହଞ୍ଚି ବଡ଼କୁଣ୍ଡ ଓ ସାନକୁଣ୍ଡ ପରିଦର୍ଶନ କରିଛନ୍ତି । ଭୀମକୁଣ୍ଡରେ ଥିବା କୁଣ୍ଡେଶ୍ବର ମହାଦେବଙ୍କୁ ସେ ଦର୍ଶନ କରିଥିଲେ।

ମନ୍ଦିର କମିଟି ଓ ଭୀମକୁଣ୍ଡ କମିଟି ପକ୍ଷରୁ ଉପଢ଼ୌକନ ଦେଇ ଫାଇଭ-ଟି ସଚିବ ଭି. କେ ପାଣ୍ଡିଆନଙ୍କୁ ସମ୍ବର୍ଦ୍ଧନା ଦିଆଯାଇଥିଲା । ଭୀମକୁଣ୍ଡର ଉନ୍ନତି ପାଇଁ ଫାଇଭ-ଟି ସଚିବଙ୍କୁ ନିବେଦନ କରାଯାଇଥିଲା । ଭୀମକୁଣ୍ଡର ଉନ୍ନତି ନେଇ ବହୁ ପୂର୍ବରୁ କରଞ୍ଜିଆର ପୂର୍ବତନ ବିଧାୟକ ବିଜୟ ନାୟକ ସରକାରଙ୍କ ନିକଟରେ ପ୍ରସ୍ତାବ ରଖିଥିଲେ । ଫାଇଭ-ଟି ସଚିବ ଭି. କେ ପାଣ୍ଡିଆନଙ୍କ ସହିତ ମୟୂରଭଞ୍ଜ ଜିଲ୍ଲାପାଳ ବିନୀତ ଭରଦ୍ୱାଜଙ୍କ ସମେତ ସ୍ଥାନୀୟ ଅଧିକାରୀ ଉପସ୍ଥିତ ଥିଲେ।