ବଲାଙ୍ଗିରରେ ବର୍ଷିଲେ 5-T ସଚିବ

1 min read

ବଲାଙ୍ଗିର: ଗ୍ରାଉଣ୍ଡ ଜିରୋରେ 5-T ସଚିବ । ଗତକାଲି କଟକ ଏସ୍‌ସିବି ପରେ ଆଜି ବଲାଙ୍ଗିର ଭୀମଭୋଇ ମେଡିକାଲ ସ୍ଥିତି ଅନୁଧ୍ୟାନ କରିଛନ୍ତି ସଚିବ ଭି.କେ. ପାଣ୍ଡିଆନ ।  ସ୍ୱତନ୍ତ୍ର ହେଲିକପ୍‌ଟରରେ ଯାଇ ବଲାଙ୍ଗିର ତୁଷୁରା ଏୟାର ଷ୍ଟ୍ରିପ୍‌ରେ ଅବତରଣ କରିଥିଲେ 5-T ସଚିବ ଭି.କେ. ପାଣ୍ଡିଆନ। ଭୀମଭୋଇ ମେଡିକାଲ କଲେଜ ଓ ହସପିଟାଲରେ ପହଞ୍ଚି ବିଭିନ୍ନ ଓ୍ୱାର୍ଡ ବୁଲିଥିଲେ ।

ହସ୍ପିଟାଲ୍‌ର ଏମ୍‌ସିଏଚ୍‌ କୋଠା, ସେନ୍‌ସର ଓ୍ବାର୍ଡ, ମେଡିସିନ୍‌ ଓ୍ବାର୍ଡ ବୁଲି ଦେଖିଥିଲେ । ରୋଗୀଙ୍କ ସହ ସ୍ବାସ୍ଥ୍ୟସେବା ନେଇ ଆଲୋଚନା କରିଥିଲେ । ରୋଗୀଙ୍କୁ ସରକାରୀ ସୁବିଧା ଠିକ୍‌ ଭାବେ ମିଳୁଛି କି ନାହିଁ ସେ ନେଇ ପଚାରି ବୁଝିଥିଲେ । ମେଡିକାଲ କଲେଜରେ ଅବ୍ୟବସ୍ଥା ନେଇ ଭି.କେ. ପାଣ୍ଡିଆନ ଅସନ୍ତୋଷ ପ୍ରକାଶ କରିଛନ୍ତି । ପରିମଳ ଅବ୍ୟବସ୍ଥା ନେଇ ସେ ହସ୍ବିପିଟାଲର କର୍ତ୍ତୃପକ୍ଷଙ୍କୁ ତାଗିଦ୍‌ କରିଛନ୍ତି ।

 

5-T ସଚିବଙ୍କ ସହିତ ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀ, ଏନ୍‌ଏଚ୍‌ଏମ୍‌ ନିର୍ଦ୍ଦେଶିକା ଶାଳିନୀ ପଣ୍ଡିତ ଓ ଡିଆଇଜି ହିମାଂଶୁ ଲାଲ୍‌ ଭୀମଭୋଇ ମେଡିକାଲ କଲେଜ ଓ ହସ୍‌ପିଟାଲ ପରିଦର୍ଶନ କରିଥିଲେ ।

ସେପଟେ ସୁବର୍ଣ୍ଣପୁର ଜିଲ୍ଲାକୁ ମଧ୍ୟ ଗସ୍ତ କରିଛନ୍ତି ଭି.କେ. ପାଣ୍ଡିଆନ ।  5-T ସଚିବ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ବୁଲି ଦେଖିଛନ୍ତି । ବିଭିନ୍ନ ୱାର୍ଡକୁ ଯାଇ ରୋଗୀଙ୍କ ସହ ଆଲୋଚନା କରିବା ସହିତ ଭିତ୍ତିଭୂମି ତଦାରଖ କରିଛନ୍ତି । ପରେ ସିଡିଏମଓଙ୍କ କାର୍ଯ୍ୟାଳୟରେ ସମୀକ୍ଷା ବୈଠକ କରିଛନ୍ତି ।

')}

Leave a Reply