ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଉପସ୍ଥିତିରେ ବିଜେଡିରେ ସାମିଲ ହେଲେ ଭି.କେ. ପାଣ୍ଡିଆନ

1 min read

ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବଡ଼ ଘୋଷଣା। ବିଜେଡିରେ ବିଧିବଦ୍ଧଭାବେ ସାମିଲ ହେଲେ ଭି.କେ. ପାଣ୍ଡିଆନ। ପବିତ୍ର କାର୍ତ୍ତିକ ପୂର୍ଣ୍ଣିମାରେ ବିଜେଡିରେ ଯୋଗଦେଲେ ଭି.କେ.ପାଣ୍ଡିଆନ । 5T ସଚିବ ଭାବେ ବେଶ ଖ୍ୟାତି ଅର୍ଜନ କରିଥିବା ବେଳେ ନବୀନ ନିବାସରେ ବହୁ ବରିଷ୍ଠ ନେତା ତାଙ୍କୁ ସ୍ବାଗତ କରିଛନ୍ତି । ବିଜେଡିରେ ସାମିଲ ହେବା ପରେ ନବୀନ ନିବାସରୁ ଶଙ୍ଖ ଭବନକୁ ଯିବେ ସେଠାରେ ଦଳ ପକ୍ଷରୁ ତାଙ୍କୁ ଭବ୍ୟ ସମ୍ବର୍ଦ୍ଧନା  ଦିଆଯିବ। ଏହାପରେ ଶଙ୍ଖ ଭବନରୁ ତାରାତାରିଣୀ ମନ୍ଦିର ଯାଇ ମା’ଙ୍କ ଆଶୀର୍ବାଦ ନେବେ ବୋଲି ସୂଚନା ଦିଆଯାଇଛି ।

ସୂଚନା ଥାଉକି, ଅକ୍ଟୋବର ୨୩ ତାରିଖରେ ଚାକିରୀରୁ ସ୍ବେଚ୍ଛାକୃତ ଅବସର ନେଇଥିଲେ ଭି.କେ. ପାଣ୍ଡିଆନ । ଅକ୍ଟୋବର ୨୪ରେ ତାଙ୍କୁ ଆମ ଓଡ଼ିଶା , ନବୀନ ଓଡ଼ିଶା ଏବଂ 5T ଅଧ୍ୟକ୍ଷ ଭାବେ ନିଯୁକ୍ତ କରିଥିଲେ ମୁଖ୍ୟମନ୍ତ୍ରୀ । ୨୦୦୦ ମସିହା IAS ଅଧିକାରୀ ଭି.କେ. ପାଣ୍ଡିଆନ । କଳାହାଣ୍ଡି ଜିଲ୍ଲା ଧର୍ମଗଡ଼ ଉପ-ଜିଲ୍ଲାପାଳ ଭାବେ ଚାକିରୀ ଜୀବନ ଆରମ୍ଭ କରିଥିଲେ । ବିଜେଡିରେ ସାମିଲ ହେବାପରେ ଦଳର ବରିଷ୍ଠ ନେତାମାନେ ତାଙ୍କୁ ସ୍ବାଗତ କରିଛନ୍ତି । ୨୦୧୧ ମସିହାରେ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟଳୟରେ ଯୋଗଦେଇଥିଲେ ଭି.କେ. ପାଣ୍ଡିଆନ ।