କୁତବମିନାର ନିକଟରେ ଖନନ କରିବା ସହ ବିଭିନ୍ନ ମୂର୍ତ୍ତିର ଫଟୋ ଉତ୍ତୋଳନ ପାଇଁ ନିର୍ଦ୍ଦେଶ

Qutab Minar was built by Raja Vikramaditya to observe the sun Ex-ASI officer's big claim

ନୂଆଦିଲ୍ଲୀ: ଜ୍ଞାନବାପି ମସଜିଦ ବିବାଦ ଜାରି ରହିଥିବାବେଳେ କୁତବମିନାରକୁ ନେଇ ବିବାଦ ବଢ଼ିଛି । ରାଜା ବିକ୍ରମାଦିତ୍ୟଙ୍କ ଦ୍ବାରା ଏହି ମିନାର ତିଆରି ହୋଇଛି ବୋଲି ଦାବି ଉଠିବା ପରେ ଏହି କୀର୍ତ୍ତି ନିକଟରେ ଖନନ କରିବା ସହ ବିଭିନ୍ନ ମୂର୍ତ୍ତିର ଫଟୋ ଉତ୍ତୋଳନ ଲାଗି ପ୍ରତ୍ନତତ୍ତ୍ବ ବିଭାଗ ବା ଏଏସଆଇକୁ ନିର୍ଦ୍ଦେଶ ଦେଇଛି କେନ୍ଦ୍ର ସଂସ୍କୃତି ମନ୍ତ୍ରାଳୟ । କୁତବ ଅଲ ଦିନ୍ ଆଇବାକ ନୁହିନ୍ତି ବରଂ ହିନ୍ଦୁ ସମ୍ରାଟ ରାଜା ବିକ୍ରମାଦିତ୍ୟ କୁତବମିନାର ନିର୍ମାଣ କରିଥିଲେ ବୋଲି ଏଏସଆଇର ପୂର୍ବତନ ଆଞ୍ଚଳିକ ନିର୍ଦ୍ଦେଶକ ଧରମବୀର ଶର୍ମା ଦାବି କରିବା ପରେ ବିବାଦ ବଢ଼ିଥିଲା ।

ସେତେବେଳେ ସୂର୍ଯ୍ୟଙ୍କ ସ୍ଥିତି ଅଧ୍ୟୟନ ଓ ଗବେଷଣା ପାଇଁ ଏହି ମିନାର ନିର୍ମାଣ କରାଯାଇଥିଲା ବୋଲି ସେ କହିଥିଲେ । ଏହି ମିନାର ନିକଟରେ ଖନନ କରି ରିପୋର୍ଟ ଦାଖଲ କରିବାକୁ ଏଏସଆଇକୁ ନିର୍ଦ୍ଦେଶ ଦେଇଛି ସଂସ୍କୃତି ମନ୍ତ୍ରାଳୟ । କୁତବମିନାର ନିକଟସ୍ଥ ମସଜିଦଠାରୁ ୧୫ ମିଟର ଦୂରରେ ଖନନ କରିବା ଲାଗି ନିର୍ଦ୍ଦେଶ ଦିଆଯାଇଛି । ଗତକାଲି ସଂସ୍କୃତି ମନ୍ତ୍ରାଳୟ ସଚିବ ଗୋବିନ୍ଦ ମୋହନ କୁତବମିନାର ସ୍ଥଳ ଗସ୍ତ କରି ଏହି ନିର୍ଦ୍ଦେଶ ଦେଇଛନ୍ତି । ତାଙ୍କ ସହ ୩ ଜଣ ଐତିହାସିକ, ୪ ଜଣ ଏଏସଆଇ ଅଧିକାରପ ଓ ଗବେଷକ ଯାଇଥିଲେ । ଗତ ୧୯୯୧ରୁ ସେଠାରେ କୌଣସି ଖନନ କାର୍ଯ୍ୟ ହୋଇନାହିଁ ବୋଲି କହିଥିଲେ ଏଏସଆଇ ଅଧିକାରୀ । କୁତବମିନାର ପ୍ରକୃତରେ ଏଖ ବିଷ୍ଣୁସ୍ତମ୍ଭ ବୋଲି ଦାବି କରିଥିଲା ବିଶ୍ବ ହିନ୍ଦୁ ପରିଷଦ ।