ଆଜି ୟୁପିରେ ଚତୁର୍ଥ ପର୍ଯ୍ୟାୟ ନିର୍ବାଚନ, ୬୨୪ ପ୍ରାର୍ଥୀଙ୍କ ହେବ ଭାଗ୍ୟ ପରୀକ୍ଷା

1 min read

ଲକ୍ଷ୍ନୌ: ଆଜି ଉତ୍ତରପ୍ରଦେଶରେ ଚତୁର୍ଥ ପର୍ଯ୍ୟାୟ ମତଦାନ । ସକାଳ ୭ଟାରୁ ଆରମ୍ଭ ହୋଇଛି ଭୋଟିଂ । ୯ଟି ଜିଲ୍ଲାର ୫୯ଟି ଆସନରେ ପଡୁଛି ଭୋଟ୍ । ୬୨୪ ଜଣ ପ୍ରାର୍ଥୀଙ୍କ ଭାଗ୍ୟ ପରୀକ୍ଷା କରୁଛନ୍ତି ୟୁପି ଭୋଟର । ଲଖିମପୁର-ଖେରୀ, ସିତାପୁର, ହାରଦୋଇ, ଲକ୍ଷ୍ନୌ, ରାଏବରେଲି ଭଳି ହାଇପ୍ରୋଫାଇଲ୍ ଆସନ ଉପରେ ସମସ୍ତଙ୍କ ନଜର ରହିଛି । ଗତ ପାଞ୍ଚ ବର୍ଷ ଭିତରେ ଏହି ଆସନରେ ବିଭିନ୍ନ ବିବାଦ କାରଣରୁ ଅଡୁଆ ପଡିଛନ୍ତି ବିଜେପି ସରକାର । ଚତୁର୍ଥ ପର୍ଯ୍ୟାୟରେ ବହୁ ମନ୍ତ୍ରୀଙ୍କ ସହ ବିଧାନସଭା ବାଚସ୍ପତିଙ୍କର ଭାଗ୍ୟ ପରୀକ୍ଷା ହେଉଛି । ୨୦୧୭ରେ ୫୯ଟି ଆସନରୁ ୫୧ଟି ଆସନ ହାତେଇଥିଲା ବିଜେପି । ମାତ୍ର ୪ଟି ଆସନ ସମାଜବାଦୀ ପାର୍ଟି ପକେଟକୁ ଆସିଥିଲା । ଲଖିମପୁର ଖେରୀ ଆସନକୁ ବିଜେପି ଏଥର ହାତେଇବା କଷ୍ଟକର ହେବ ବୋଲି ଚର୍ଚ୍ଚା ହେଉଛି ।

ଚତୁର୍ଥ ପର୍ଯ୍ୟାୟ ନିର୍ବାଚନରେ ବହୁ ହେଭିଓ୍ୱେଟ ସେମାନଙ୍କ ଭାଗ୍ୟ ପରୀକ୍ଷା କରୁଛନ୍ତି । ଏହି ପର୍ଯ୍ୟାୟରେ ଉତ୍ତରପ୍ରଦେଶ ଆଇନ ମନ୍ତ୍ରୀ ବ୍ରିଜେଶ ପାଠକ ଭାଗ୍ୟ ପରୀକ୍ଷା କରୁଛନ୍ତି । ବ୍ରିଜେଶ ସମାଜବାଦୀ ପାର୍ଟି ପ୍ରାର୍ଥୀ ଓ ଲକ୍ଷ୍ନୌ କ୍ୟାଣ୍ଟନମେଣ୍ଟ ଆସନରେ ୨ ଥର କର୍ପୋରେଟର ହୋଇଥିବା ସୁରେନ୍ଦ୍ର ସିଂଙ୍କୁ ସାମ୍ନା କରିବ । ସେହିପରି ଆଉ ଜଣେ ମନ୍ତ୍ରୀ ଆଶୁତୋଶ ଟଣ୍ଡନ ଲକ୍ଷ୍ନୌ ପୂର୍ବ ଆସନରୁ ଲଢ଼ୁଛନ୍ତି ।

Leave a Reply