‘ଫ୍ରି ଫାୟାର’ ଖେଳରୁ ବନ୍ଧୁତା ପରେ ରାତାରାତି ଘର ଛାଡି ପଳାଇଲେ ଦୁଇ ନାବାଳିକା

ନୂଆଦିଲ୍ଲୀ : ଉତ୍ତରାଖଣ୍ଡରୁ ଏକ ଅଜବ ଘଟଣା ସାମ୍ନାକୁ ଆସିଛି। ଅନଲାଇନ୍ ଗେମ୍ ଖେଳିବା ସମୟରେ ଦୁଇଜଣ ନାବାଳିକା ନିଜ ବନ୍ଧୁଙ୍କୁ ଭେଟିବା ପାଇଁ ଘରୁ ପଳାଇ ଆସିଥିଲେ। ତଥାପି, ଉତ୍ତରାଖଣ୍ଡ ପୋଲିସ ଉଭୟଙ୍କୁ ପଞ୍ଜାବରୁ ଉଦ୍ଧାର କରି ସେମାନଙ୍କ ପରିବାରକୁ ହସ୍ତାନ୍ତର କରିଛି। ପୋଲିସଠାରୁ ମିଳିଥିବା ସୂଚନା ଅନୁଯାୟୀ, ଝିଅମାନଙ୍କ ବୟସ ୧୩ ଏବଂ ୧୭ ବର୍ଷ। ଇଲେକ୍ଟ୍ରୋନିକ୍ ସର୍ବିଲାନ୍ସ ସାହାଯ୍ୟରେ, ଉଭୟ ନାବାଳିକା ଝିଅଙ୍କୁ ପଞ୍ଜାବର ରାଜପୁରାର ବସଷ୍ଟାଣ୍ଡରେ ଠାବ କରାଯାଇଥିଲା ।  ତାଙ୍କୁ ତାଙ୍କ ପରିବାର ସଦସ୍ୟଙ୍କୁ ହସ୍ତାନ୍ତର କରାଯାଇଛି ।

ପୋଲିସ ସୂଚନାନୁଯାୟୀ, ବିକାଶ ନଗରରେ ରହୁଥିବା ଜଣେ ଯୁବକ ପୋଲିସକୁ ଅଭିଯୋଗ କରିଥିଲେ ଯେ ତାଙ୍କ ସହିତ ରହୁଥିବା ତାଙ୍କର ୧୩ ବର୍ଷୀୟା ଭାଣିଜୀ ଏବଂ ପଡ଼ୋଶୀରେ ରହୁଥିବା ତାଙ୍କର ୧୭ ବର୍ଷୀୟା ବନ୍ଧୁ ତାଙ୍କୁ ନଜଣାଇ ଘରୁ କୁଆଡେ ପଳାି ଯାଇଛନ୍ତି । ଫେବୃଆରୀ ୨ ତାରିଖରୁ ସେମାନେ ନିଖୋଜ ଅଛନ୍ତି । ସେ ବହୁତ ଖୋଜାଖୋଜି କରିବା ପରେ ମଧ୍ୟ ସେମାନଙ୍କ ସନ୍ଧାନ ପାଇନାହାନ୍ତି । ଅୖଭିଯୋଗ ଆଧାରରେ ପୋଲିସ ଏକ ମାମଲା ରୁଜୁ କରିଥିଲା ।

ପୋଲିସ ନାବାଳିକାଙ୍କୁ ଖୋଜିବା ପାଇଁ ସମ୍ପର୍କୀୟ, ବନ୍ଧୁମାନଙ୍କୁ ପଚରାଉଚରା କରିଥିଲା । ସିସି କ୍ୟାମେରା ମଧ୍ୟ ଯାଞ୍ଚ କରିଥିଲା । ଇଲେକ୍ଟ୍ରୋନିକ୍ ସର୍ବିଲାନ୍ସ ମଧ୍ୟମରେ ପୋଲିସ ଜାଣିବାକୁ ପାଇଲା ଯେ, ସେମାନେ ହରିୟାଣାର ଆମ୍ବାଲାରେ ଅଛନ୍ତି । ପୋଲିସ ସେଠାରେ ପହଞ୍ଚିବା ବେଳକୁ ଉଭୟ ନାବାଳିକା ସେଠାରୁ ସ୍ଥାନ ପରିବର୍ତ୍ତନ କରି ନେଇଥିଲେ । ଏହା ପରେ ଇଲେକ୍ଟ୍ରୋନିକ୍ ସର୍ବିଲାନ୍ସ ମାଧ୍ୟମରେ ପୁଣି ନିରୀକ୍ଷଣ କରିବା ପରେ ସେମାନେ ରାଜପୁରା ବସଷ୍ଟାଣ୍ଡରେ ଥିବା  ଜଣାପଡିଲା । ପୋଲିସ ସେଠାରୁ ସେମାନଙ୍କ ସୁରକ୍ଷିତ ଉଦ୍ଧାର କରିଥିଲା । ଉଭୟ ନାବାଳିକାଙ୍କୁ ପଚାରାଯିବା ପରେ ସେମାନେ ଦୁହେଁ ‘ଫ୍ରି ଫାୟାର’ ଖେଳରୁ ସୃଷ୍ଟି ହୋଇଥିବା ବନ୍ଧୁଙ୍କ ସହ ଭେଟିବାକୁ ଯାଇଥିଲେ । ସେମାନେ କିଛି ଅପରାଧିକ କାର୍ଯ୍ୟ କରିନଥିବା କହିଛନ୍ତି । ପୋଲିସ ତାଙ୍କ ପରିବାର ସଦସ୍ୟଙ୍କୁ ତାଙ୍କୁ ହସ୍ତାନ୍ତର କରିଛି ।