୨୦ ବର୍ଷରେ ଏହି ରାଜ୍ୟକୁ ମିଳିଛନ୍ତି ୧୦ ମୁଖ୍ୟମନ୍ତ୍ରୀ, ଜାଣନ୍ତୁ କିଏ କିଏ…

ନୂଆଦିଲ୍ଲୀ: ୨୦୦୦ ମସିହାରେ ଏକ ପୃଥକ ରାଜ୍ୟ ଭାବରେ ତିଆରି ହୋଇଥିଲା ଉତ୍ତରାଖଣ୍ଡ। ଆଉ ଏବେ ଉତ୍ତରାଖଣ୍ଡ ତାର ୨୦ ବର୍ଷ ପୂରଣ କରିଛି। ଏହି ୨୦ ବର୍ଷ ମଧ୍ୟରେ ରାଜ୍ୟ ଦେଖିଛି ରାଜନୀତିର ରୂପକକୁ। ରାଜ୍ୟ ଦେଖିଛି କେଉଁଭଳି ଭାବରେ କ୍ଷଣିକରେ ବଦଳିଯାଏ ସତା। କାରଣ ମାତ୍ର ୨୦ ବର୍ଷରେ ଏହି ରାଜ୍ୟରେ ୯ ମୂଖ୍ୟନ୍ତ୍ରୀ ଶାସନ ଭାର ତୁଲାଇଛନ୍ତି। ଉତ୍ତରାଖଣ୍ଡରେ ଗତ ଚାରି ଦିନ ଧରି ଚାଲିଥିବା ସନ୍ଦେହର ଯୁଦ୍ଧ ଉପରେ ମଙ୍ଗଳବାର ସନ୍ଧ୍ୟାରେ ପୂର୍ଣ୍ଣଛେଦ ପଡ଼ିଥିଲା। ମୁଖ୍ୟମନ୍ତ୍ରୀ ତ୍ରିବେନ୍ଦ୍ର ସିଂ ରାୱତ ସଂନ୍ଧ୍ୟା ପ୍ରାୟ ୪.୨୦ ମିନିଟ ସମୟରେ ରାଜ ଭବନରେ ପହଞ୍ଚି ରାଜ୍ୟପାଳ ବେବି ରାନୀ ମୋରିଆଙ୍କୁ ଇସ୍ତଫା ଦେଇଥିଲେ। ବିଳମ୍ବିତ ରାତିରେ ମୁଖ୍ୟମନ୍ତ୍ରୀ ତ୍ରିବେନ୍ଦ୍ର ସିଂ ରାୱତ ବିଜେପି ରାଷ୍ଟ୍ରୀୟ ସଭାପତି ଜେପି ନଡାଙ୍କୁ ଭେଟିଥିଲେ। ପ୍ରାୟ ୫୦ ମିନିଟ୍ ଧରି ଚାଲିଥିବା ଏହି ବୈଠକରେ ମୁଖ୍ୟମନ୍ତ୍ରୀ ନଡାଙ୍କ ସହ ସାକ୍ଷାତ ସମୟରେ ସମସ୍ତ ରାଜନୈତିକ ବିକାଶ ଉପରେ ଆଲୋଚନା କରିଥିଲେ।
ଯଦି ଦେଖିବା ବର୍ତ୍ତମାନ ପର୍ଯ୍ୟନ୍ତ, ଉତ୍ତରାଖଣ୍ଡର ଦଶ ଜଣ ମୁଖ୍ୟମନ୍ତ୍ରୀଙ୍କ ମଧ୍ୟରୁ କେତେକ ନାମ ରହିଛି ଯେଉଁମାନେ ଏକାଧିକ ଥର ମୁଖ୍ୟମନ୍ତ୍ରୀ ହୋଇଛନ୍ତି। ଏଥିମଧ୍ୟରେ ଭୁବନ ଚନ୍ଦ୍ର ଖଣ୍ଡୁରୀ ଏବଂ ହରିଶ ରାୱତଙ୍କ ନାମ ଅନ୍ତର୍ଭୁକ୍ତ। ମଙ୍ଗଳବାର ତ୍ରିବେନ୍ଦ୍ର ସିଂ ରାୱତଙ୍କ ଇସ୍ତଫା ପରେ ଉଚ୍ଚଶିକ୍ଷା ମନ୍ତ୍ରୀ ଧନ ସିଂ ରାୱତ, ମନ୍ତ୍ରୀ ସତ୍ୟପାଲ ମହାରାଜ ଏବଂ ସାଂସଦ ଅନିଲ ବାଲୁନିଙ୍କ ନାମ ଆଗରେ ଉଲ୍ଲେଖ କରାଯାଇଛି। ତେବେ ଉତ୍ତରାଖଣ୍ଡର ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ କିଏ ହେବେ ତାହା ଦେଖିବାକୁ ବାକି ରହିଲା।
ସର୍ବପ୍ରଥମେ, ନିତ୍ୟାନନ୍ଦ ସ୍ୱାମୀ ୦୯ ନଭେମ୍ବର ୨୦୦୦ରେ ଉତ୍ତରାଖଣ୍ଡର ମୁଖ୍ୟମନ୍ତ୍ରୀ ହୋଇଥିଲେ। ନିତ୍ୟାନନ୍ଦ ସ୍ୱାମୀ କେବଳ ୨୯ ନଭେମ୍ବର ୨୦୦୧ ପର୍ଯ୍ୟନ୍ତ ତାଙ୍କର କାର୍ଯ୍ୟକାଳ ଶେଷ କରିଥିଲେ।
ଏହା ପରେ ୩୦ ଅକ୍ଟୋବର ୨୦୦୧ ରେ ଭଗବତ ସିଂ କୋଶୟାରିଙ୍କୁ ଉିତ୍ତରାଖଣ୍ଡର ମୁଖ୍ୟମନ୍ତ୍ରୀ କରାଯାଇଥିଲା।
ତାହା ପରେ ମାର୍ଚ୍ଚ ୨, ୨୦୦୨ ରୁ ମାର୍ଚ୍ଚ ୭, ୨୦୦୭ ପର୍ଯ୍ୟନ୍ତ ନାରାୟଣ ଦତ୍ତ ତିୱାରୀ ଉତ୍ତରାଖଣ୍ଡର ମୁଖ୍ୟମନ୍ତ୍ରୀ ହୋଇଥିଲେ।
ଏହା ପରେ ୦୭ ମାର୍ଚ୍ଚ ୨୦୦୭ ରେ, ଭୁବନ ଚନ୍ଦ୍ର ଖଣ୍ଡୁରୀଙ୍କୁ ଉତ୍ତରାଖଣ୍ଡରେ ଭାରତୀୟ ଜନତା ପାର୍ଟି ମୁଖ୍ୟମନ୍ତ୍ରୀ କରିଥିଲେ।
କୌଣସି କାରଣ ପାଇଁ ଅଧାରୁ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେବାକୁ ପଡ଼ିଥିଲା। ଯାହା ପରେ ଭାରତୀୟ ଜନତା ଦଳର ନେତୃତ୍ୱରେ ଖଣ୍ଡୁରୀଙ୍କ ସ୍ଥାନରେ ରମେଶ ପୋଖରିଆଲଙ୍କୁ ମୁଖ୍ୟମନ୍ତ୍ରୀ ଭାବରେ ବଦଳାଇଥିଲେ।
ସେତିକିରେ ଥମିନଥିଲା ମୁଖ୍ୟମନ୍ତ୍ରୀ ତାଲିକା। ପୁଣିଥରେ ରମେଶ ପୋଖରିଆଲଙ୍କ ସ୍ଥାନରେ ଆସିଥିଲେ ଭୁବନ ଚନ୍ଦ୍ର ଖଣ୍ଡୁରୀ। ଖଣ୍ଡୁରୀଙ୍କୁ ଉତ୍ତରପ୍ରଦେଶର ମୁଖ୍ୟମନ୍ତ୍ରୀ କରାଯାଇଥିଲା। ଖଣ୍ଡୁରୀଙ୍କର ଏହି କାର୍ଯ୍ୟ ମାତ୍ର ୬ ମାସ ପାଇ ରହିଥିଲା
ତେବେ ରାଜନୈତିକ ଲଢ଼େଇରେ ବିଜୟ ହାସଲ କରି ୨୦୧୨ ରେ କଂଗ୍ରେସର ଶକ୍ତିଶାଳୀ ନେତା ବିଜୟ ବହୁଗୁଣାଙ୍କୁ ଉତ୍ତରାଖଣ୍ଡର ମୁଖ୍ୟମନ୍ତ୍ରୀ ଭାବେ ଦେଖିବାକୁ ମିଳିଥିଲା। ସେତେବେଳେ ବିଜୟ ବହୁଗୁଣାଙ୍କ ବିରୋଧରେ ଛିଡ଼ା ହୋଇଥିଲେ ପ୍ରକାଶ ପନ୍ତ। ବିଜୟ ବହୁଗୁଣା ୨୦୧୨ରୁ ୨୦୧୪ ପର୍ଯ୍ୟନ୍ତ ମୁଖ୍ୟମନ୍ତ୍ରୀ ଶାସନ ଭାର ସମ୍ଭାଳିଥିଲେ ।
ଏହା ପରେ ହରିଶ ରାୱତଙ୍କୁ ଉତ୍ତରପ୍ରଦେଶର ମୁଖ୍ୟମନ୍ତ୍ରୀ କରାଯାଇଥିଲା। ଦୁଇ ବର୍ଷ ଦୁଇ ମାସ ମୁଖ୍ୟମନ୍ତ୍ରୀ ରହିବା ପରେ ଉତ୍ତରାଖଣ୍ଡରେ ରାଷ୍ଟ୍ରପତିଙ୍କ ଶାସନ ଲାଗୁ କରାଯାଇଥିଲା।
ରାଷ୍ଟ୍ରପତିଙ୍କ ୨୫ ଦିନ ଶାସନ ପରେ, ୨୦୧୬ ଏପ୍ରିଲ ୨୧ ରେ ପୁଣି ଥରେ ହରିଶ ରାୱତ ମାତ୍ର ଗୋଟିଏ ଦିନ ପାଇଁ ମୁଖ୍ୟମନ୍ତ୍ରୀ ହୋଇଥିଲେ। ଏହା ପରେ ରାଷ୍ଟ୍ରପତିଙ୍କ ୧୯ ଦିନ ଶାସନ ଲାଗୁ କରାଯାଇଥିଲା। ସମସ୍ତ ରାଜନୈତିକ ଉତ୍ତେଜନା ପରେ ହରିଶ ରାୱତ ପୁଣି ୧୧ ମେ ୨୦୧୬ ରୁ ୧୮ ମାର୍ଚ୍ଚ ୨୦୧୭ ପର୍ଯ୍ୟନ୍ତ ମୁଖ୍ୟମନ୍ତ୍ରୀ ହୋଇଥିଲେ।
ହରିଶ ରାୱତଙ୍କ ପରେ ତ୍ରିବେନ୍ଦ୍ର ସିଂ ରାୱତ ୧୮ ମାର୍ଚ୍ଚ ୨୦୧୭ ରେ ମୁଖ୍ୟମନ୍ତ୍ରୀ ହୋଇଥିଲେ। ଯିଏ ଗାରାସାଇନାକୁ ଉତ୍ତରାଖଣ୍ଡର ଗ୍ରୀଷ୍ମ ରାଜଧାନୀ ଏବଂ ଉତ୍ତରାଖଣ୍ଡକୁ ତୃତୀୟ ମଣ୍ଡଳ ଭାବରେ ନୂତନ ସ୍ୱୀକୃତି ପ୍ରଦାନ କରିଥିଲେ ।
ତେବେ ଉତ୍ତରାଖଣ୍ଡର ଇତିହାସରେ କେବଳ ନାରାୟଣ ଦତ୍ତ ତିୱାରୀ ଏଭଳି ଜଣେ ମୁଖ୍ୟମନ୍ତ୍ରୀ ଥିଲେ, ଯିଏ ବିନା କୌଣସି ଅସୁବିଧାରେ ତାଙ୍କର ସମ୍ପୂର୍ଣ୍ଣ କାର୍ଯ୍ୟକାଳ ପୂରଣ କରିଥିଲେ।