ନବମ ଦିନରେ ଉଦ୍ଧାର କାର୍ଯ୍ୟ ଜାରି, ଆହୁରି ୪ ଦିନ ଚାଲିବ ! ମୃତ୍ୟୁସଂଖ୍ୟା ବୃଦ୍ଧି ଆଶଙ୍କା

1 min read
Uttarakhand Glacier

ଉତ୍ତରାଖଣ୍ଡ: ଆଜିକୁ ୯ ଦିନ ପୁରିଲା । ନବମ ଦିନରେ ତପୋବନ ଟନେଲରୁ ଉଦ୍ଧାର ହେଲା ଆଉ ତିନି ମୃତଦେହ । ଏହି ଉଦ୍ଧାର କାର୍ଯ୍ୟ ଆହୁରି ୩-୪ ଦିନ ଚାଲିବ ବୋଲି ଉତ୍ତରାଖଣ୍ଡ ଡିଜିପି ସୂଚନା ଦେଇଛନ୍ତି । ତେବେ ରାଇନି ଗାଁରୁ ସୋମବାର କୌଣସି ମୃତଦେହ ଉଦ୍ଧାର ହୋଇ ନାହିଁ ବୋଲି ସେ କହିଛନ୍ତି ।

ଉତ୍ତରାଖଣ୍ଡର ଚମୋଲି ଜିଲ୍ଲାରେ ହିମସ୍ଖଳନ ଯୋଗୁଁ ଘଟିଥିବା ଜଳପ୍ରଳୟକୁ ୯ ଦିନ ପୂରିଛି । ଏପର୍ଯ୍ୟନ୍ତ ୫୩ ଜଣଙ୍କ ମୃତଦେହ ଉଦ୍ଧାର କରାଯାଇଥିବା ବେଳେ ଏବେ ବି ଆହୁରି ପ୍ରାୟ ୧୫୦ ଲୋକ ନିଖୋଜ ଅଛନ୍ତି । ତପୋବନ ଟନେଲରେ ଫସିଥିବା NTPCର ପ୍ରାୟ ୩୫ କର୍ମଚାରୀଙ୍କ ମଧ୍ୟରୁ ୮ଜଣଙ୍କ ମୃତଦେହ ଉଦ୍ଧାର କରିଛନ୍ତି ଉଦ୍ଧାରକାରୀ ଦଳ । ସେମାନଙ୍କ ମଧ୍ୟରେ କେତେଜଣ NTPCର କର୍ମଚାରୀ ରହିଥିବା ବେଳେ କେତେଜଣ ଇଞ୍ଜିନିୟର ମଧ୍ୟ ଅଛନ୍ତି ।

ଅନ୍ୟମାନଙ୍କୁ ଉଦ୍ଧାର କରିବାକୁ ରେସ୍କ୍ୟୁ ଅପରେସନ ଜାରି ରହିଛି । ଏହାଛଡ଼ା ତପୋବନଠାରେ ନିର୍ମାଣାଧୀନ ଜଳ ବିଦ୍ୟୁତ୍ ପ୍ରକଳ୍ପର ତଳଭାଗରେ ରେସ୍କ୍ୟୁ ଅପରେସନ ପାଇଁ ପାଣି ଶୁଖାଯାଉଛି । ଟନେଲର ୧୪୦ ମିଟରରୁ ଅଧିକ କାଦୁଅ, ପଙ୍କ ସଫା କରାଯାଇଥିବା ବେଳେ ସମ୍ପୂର୍ଣ୍ଣ ଟନେଲ ସଫା କରିବାକୁ ଆହୁରି ୩-୪ ଦିନ ଲାଗିବା ନେଇ ଅନୁମାନ କରାଯାଉଛି ।

Leave a Reply