ସାମ୍ୱିଧାନିକ ସଂକଟ: ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ନେଇ ରାଷ୍ଟ୍ରୀୟ ଅଧ୍ୟକ୍ଷଙ୍କ ଠାରେ ପ୍ରସ୍ତାବ ରଖିଲେ ତୀରଥ୍‌ ସିଂ ରାଓ୍ୱତ

ଉତ୍ତରାଖଣ୍ଡ: ପୁଣି ଉତ୍ତରାଖଣ୍ଡ ଦେଖିବ ନୂଆ ମୁଖ୍ୟମନ୍ତ୍ରୀ । ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେବା ନେଇ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି ନଡ୍ଡାଙ୍କ ଠାରେ ପ୍ରସ୍ତାବ ରଖିଛନ୍ତି ତୀରଥ ସିଂ ରାଓ୍ୱତ । ସାମ୍ବିଧାନିକ କାରଣ ପାଇଁ ତୀରଥ ସିଂ ରାଓ୍ୱତ ଇସ୍ତଫା ଦେଇଥିବା କୁହାଯାଉଛି । ମୁଖ୍ୟମନ୍ତ୍ରୀ ପଦ ବଜାୟ ରଖିବାକୁ ହେଲେ ବିଧାୟକ ହୋଇଥାଆନ୍ତେ ତୀରଥ । ଏ ନେଇ ଉପନିର୍ବାଚନ ମଧ୍ୟ ହୋଇଥାଆନ୍ତା । ତେବେ କୋଭିଡ୍ ସମୟରେ ନିର୍ବାଚନ ସମ୍ଭବ ହେଉନଥିବା ବେଳେ ତୀରଥ ନିର୍ବାଚନ ଜିତିବେ ସେ ନେଇ କୌଣସି ଗ୍ୟାରେଣ୍ଟି ନଥିଲା । ଏଭଳି ସମୟରେ ବିଜେପି ହାଇକମାଣ୍ଡ ତୀରଥଙ୍କୁ ନେଇ କୌଣସି ରିକ୍ସ ନେବା ପାଇଁ ଚାହୁଁ ନାହାଁନ୍ତି । ଏଣୁ ତୀରଥ ଇସ୍ତଫା ପ୍ରସ୍ତାବ ଦେଇଥିବା କୁହାଯାଉଛି । ସେପଟେ ତୀରଥଙ୍କ ବିରୋଧରେ ଦଳୀୟ ଅସନ୍ତୋଷ ମଧ୍ୟ ବଢିବାରେ ଲାଗିଛି । ଆସନ୍ତାବର୍ଷ ଆରମ୍ଭରୁ ଉତ୍ତରାଖଣ୍ଡରେ ନିର୍ବାଚନ ହେବ, ଏଭଳି ସ୍ଥିତିରେ ବିଜେପି ତୀରଥଙ୍କ  ନେତୃତ୍ୱରେ ନିର୍ବାଚନ ଲଢିବାକୁ ଚାହୁଁନଥିବା ଚର୍ଚ୍ଚା ହେଉଛି । ଗତ ଏପ୍ରିଲ୍ ମାସରେ ତ୍ରିବେନ୍ଦ୍ର ସିଂ ରାଓ୍ୱତଙ୍କ ସ୍ଥାନରେ ମୁଖ୍ୟମନ୍ତ୍ରୀ ହୋଇଥିଲେ ତୀରଥ ସିଂ ରାଓ୍ୱତ ।  ଦଳର ବରିଷ୍ଠ ନେତା ସତପାଲ୍ ମହାରାଜ, ଧନ ସିଂହଙ୍କ ସହ ୪ ଜଣ ନେତା ମୁଖ୍ୟମନ୍ତ୍ରୀ ରେସରେ ଅଛନ୍ତି ।

ଏଥିସହିତ ପଢ଼ନ୍ତୁ: କରୋନା ଟିକା ନେଇ ପାରିବେ ଗର୍ଭବତୀ ମହିଳା

Leave a Reply