ଉତ୍ତରାଖଣ୍ଡ ବସ୍ ଦୁର୍ଘଟଣାରେ ୨୫ ମୃତ, ୨୧ ଉଦ୍ଧାର

1 min read

ଡେରାଡୁନ: ଗତକାଲି ବିଳମ୍ବିତ ସନ୍ଧ୍ୟାରେ ଉତ୍ତରାଖଣ୍ଡରେ ବସ୍ ଦୁର୍ଘଟଣାରେ ୨୫ ଜଣଙ୍କ ମୃତ୍ୟୁ ହୋଇଛି । ଖାଇକୁ ଖସି ବସ୍ ଟି ଗତକାଲି ଦୁର୍ଘଟଣାଗସ୍ତ ହୋଇଥିଲା । ବସରେ ଥିଲେ ୪୦ରୁ ୫୦ ଜଣ ଯାତ୍ରୀ । କାଲି ରାତି ତମାମ ଉଦ୍ଧାର କାର୍ଯ୍ୟ ଜାରି ରହିଥିଲା । ପୌରୀ ଗରଓ୍ବାଲ ଜିଲ୍ଲା ରିଖନିଖାଲରେ ଦୁର୍ଘଟଣା ଘଟିଥିଲା । ସେହିପରି ୨୧ ଜଣଙ୍କୁ ସୁରକ୍ଷିତ ଉଦ୍ଧାର କରିଛି SDRF ଟିମ୍‌ ଓ ପୋଲିସ । ୧୨ ଜଣ ଆହତ ହସ୍ପିଟାଲରେ ଭର୍ତ୍ତି ।

ସୂଚନାନୁଯାୟୀ, ମଙ୍ଗଳବାର ଅପରାହ୍ନରେ ଜନପନ୍ଦ ହରିଦ୍ୱାରର ଲାଲଢାଙ୍ଗ ଅଞ୍ଚଳରୁ ଏକ ବସ୍ ବରଯାତ୍ରୀଙ୍କୁ ନେଇ ବୀରୋଁଖାଲ ବ୍ଲକ ଅନ୍ତର୍ଗତ କାଣ୍ଡା ଗାଁ ଅଭିମୁଖେ ବାହାରିଥିଲେ । କିନ୍ତୁ ବିଳମ୍ବିତ ସନ୍ଧ୍ୟାରେ ଅନ୍ଧାରରେ ଘିରୋଲି ପୋଲ ଆଗକୁ ସିମଡି ଇଣ୍ଟର କଲେଜ ନିକଟରେ ବସ୍ ଟି ଭାରସାମ୍ୟ ହରାଇ ଗଭୀର ଖାଇକୁ ଖସି ପଡ଼ିଥିଲା ।