ଏସି ସିଟ୍ ଟିକେଟ ଲାଗି ଯାତ୍ରୀଙ୍କଠାରୁ ଟିଟିଇ ନେଲେ ଲାଞ୍ଚ

1 min read

ଲକ୍ଷ୍ନୌ :  ଚଳନ୍ତା ଟ୍ରେନରେ ଏସି ସିଟ ଟିକେଟଟିଏ ଲାଗି ଟିଟିଇ ନେଉଛନ୍ତି ଲାଞ୍ଚ । ଭିଡିଓ ଭାଇରାଲ ହେବା ପରେ ଧରାପଡିଛନ୍ତି ଲାଞ୍ଚୁଆ ଟିଟିଇ । ଘଟଣା ଘଟିଛି ଉତ୍ତରପ୍ରଦେଶ ମୋରାଦାବାଦରେ । ଭିଡିଓ ଅନୁସାରେ ଜଣେ ଯାତ୍ରୀଙ୍କ ସହ ଟିଟିଇ କଥା ହେଉଛନ୍ତି । ସେ ହାପୁର ନା ମିରଟ ନା ମୁଜାଫରନଗର ଯାଏଁ ଯିବେ କି ବୋଲି ଯାତ୍ରୀଙ୍କୁ ପ୍ରଶ୍ନ କରୁଛନ୍ତି ଟିଟିଇ ।

ଶେଷରେ ଯାତ୍ରୀଙ୍କଠାରୁ ଟଙ୍କା ଗ୍ରହଣ କରି ଥାର୍ଡ ଏସିରେ ଆରାମରେ ଯାତ୍ରା କରିବା ଲାଗି ଟିଟିଇ ଯାତ୍ରୀଙ୍କୁ କହୁଛନ୍ତି । ଏପରିକି ଟଙ୍କା ଗ୍ରହଣ ପରେ ସେ ଯାତ୍ରୀଙ୍କୁ ନିଜର ଟାବଲେଟଟି ବି ଦେଖାଇ ସିଟ୍ କନଫର୍ମ ହେବା ବିଷୟ କହୁଛନ୍ତି । ବାଟରେ କେହି ଆଉ ହଇରାଣ କରିବେ କି ବୋଲି ଯାତ୍ରୀଙ୍କ ପ୍ରଶ୍ନରେ ଟିଟିଇ କହୁଛନ୍ତି- ସେ ଗ୍ୟାରେଣ୍ଟି ଦେଉଛନ୍ତି ଯେ ବାଟରେ ଆଉ କେହି ହଇରାଣ କରିବେ ନାହିଁ । ପ୍ରୟାଗରାଜରୁ ଶାହାରନପୁର ଯାଉଥିବା ନୌଚାନ୍ଦୀ ଏକ୍ସପ୍ରେସରେ ଏହି ଘଟଣା ଘଟିଥିବା କୁହାଯାଉଛି । ଭିଡିଓ ସତ ବୋଲି ଜଣାପଡିବା ପରେ ଏହି ଟିଟିଇଙ୍କୁ ସସପେଣ୍ଡ କରାଯାଇ ଅଧିକ ତଦନ୍ତ କରାଯାଉଛି ।